ସର୍ବଭାରତୀୟ ସ୍ତରରେ ସୁନ୍ଦରୀ ସମ୍ମାନ ପାଇଲେ ବ୍ରହ୍ମପୁରର ଇଶାଙ୍କା ସାହୁ - ସୁନ୍ଦରୀ ସମ୍ମାନ ପାଇଲେ ଇଶାଙ୍କା

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 24, 2024, 8:39 AM IST

Mrs India Queen of Hearts: ବ୍ରହ୍ମପୁର: ବିଭିନ୍ନ କ୍ଷେତ୍ରରେ ଗଞ୍ଜାମର କଳାକାର, କ୍ରୀଡାବିତ ଓ ମହିଳାମାନେ ଜାତୀୟ ଓ ବିଶ୍ବସ୍ତରରେ ସମ୍ମାନ ଆଣି ନିଜ ସହ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହାରି ମଧ୍ୟରେ ସର୍ବଭାରତୀୟ ସ୍ତରୀୟ ପ୍ରତିଯୋଗିତାରେ ସୁନ୍ଦରୀ ସମ୍ମାନ ପାଇଛନ୍ତି ବ୍ରହ୍ମପୁରର ଇଶାଙ୍କା ସାହୁ । ଏନେଇ ତାଙ୍କୁ ସହରର ହୋମ୍ ଟାଉନ ହଲରେ ଗତକାଲି ସମ୍ବର୍ଦ୍ଧନା ଦିଆଯାଇଛି  । ଜିଲ୍ଲାର ଶରଧାବାଲି ଅଞ୍ଚଳର ଇଶଙ୍କା ସାହୁ ଦିଲ୍ଲୀ ଠାରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ କ୍ୱିନ ଅଫ ହାର୍ଟ 23 -24 ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ସୁନ୍ଦରୀ ମୁକୁଟ ମଣ୍ଡନ କରିବାରେ ସଫଳ ହୋଇଛନ୍ତି । ଯାହାକୁ ନେଇ  ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲା ଏବଂ ରାଜ୍ୟ ନିମନ୍ତେ ଗୌରବ ଆଣିପାରିଛନ୍ତି । 

ସେ ପିଲାଟି ଦିନରୁ ନୃତ୍ୟ, ସଙ୍ଗୀତ, କଳା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରିଥିବା ବେଳେ B-Tech ଶିକ୍ଷା ଶେଷ ପରେ ନିଜସ୍ଵ ଉଦ୍ୟମ ଆରମ୍ଭ କରିଥିଲେ । ସେ ସହରର ସମାଜସେବିକା ବନ୍ଦିତା ତ୍ରିପାଠୀଙ୍କ କନ୍ୟା ହୋଇଥିବା ବେଳେ ଏହି ସଫଳତା ପାଇବା ପରେ ଆଗାମୀ ଦିନରେ ଆହୁରି ଏହି କ୍ଷେତ୍ରରେ ଆଗ୍ରହୀ ରହିଥିବା ବିଦ୍ୟାର୍ଥୀ ଏବଂ ଗୃହଣୀ ମହିଳାଙ୍କ ପାଇଁ ସହଯୋଗ କରିବେ ବୋଲି କହିଛନ୍ତି । ସେପଟେ ସହରର ମୋନାଲିସା ଦାସ ଜୋନାଲ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି । ଏହି ଅବସରରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୃଜନୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁରର‌ ମେୟର ସଂଘମିତ୍ରା ଦଳାଇ, ସହରର ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତ,ସୃଜନୀ ପ୍ରତିଷ୍ଠାତା ବନ୍ଦିତା ସାହୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।  

ଏହା ମଧ୍ୟ ପଢନ୍ତୁ- ବାଲିଅନ୍ତାରେ କୃଷକ ଦିବସ ପାଳିତ; ସମ୍ବର୍ଦ୍ଧିତ ହେଲେ ସଫଳ ଚାଷୀ

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.