ଦର୍ଶନ କରନ୍ତୁ ମା' ତାରିଣୀଙ୍କ ଦିବ୍ୟ ଆଳତୀ, ଶୁଭମୟ ହେବ ଦିନ - TARINI ALATI - TARINI ALATI
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/09-06-2024/640-480-21669415-thumbnail-16x9-tarini.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 9, 2024, 7:15 AM IST
Tarini Alati: କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । ଭକ୍ତର ମା’ ତାରିଣୀ ମାଆ । ତାଙ୍କର ମହିମା ଅପାର । ସନ୍ତାନ ଡାକିଲେ ଯେମିତି ମାଆ ଓଃ କରେ ସେମିତି ଭକ୍ତଟିଏ ଆକୁଳ ହୋଇ ଡାକିଲେ ଓଃ କରନ୍ତି ମା’ ତାରିଣୀ । ମାଆଙ୍କ ଆଶିଷ ହେଲେ ଦୂର ହୁଏ ଦାରୁ, ଗିରି ଲଙ୍ଘେ ପଙ୍ଗୁ । ମା’ଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଘଟଗଁ ପୀଠକୁ ଧାଇଁ ଆସନ୍ତି ଭକ୍ତ । ମା’ ତାରିଣୀଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଅପାର କରୁଣ ପ୍ରାପ୍ତ ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ଭୋରରୁ ଘଟଗାଁ ପୀଠରେ ମା'ଙ୍କ ଆଳତୀ କରାଯାଏ । ସବୁଦିନ ଭଳି ଆଜି ମଧ୍ୟ ସକାଳୁ ସକାଳୁ ପୂଜାପଣ୍ଡା ସେବାୟତ ମାଆ ତାରିଣୀଙ୍କ ଆଳତୀ ସମ୍ପନ୍ନ କରିଛନ୍ତି । ନାଲି ମନ୍ଦାର ମାଳାରେ ଝଟକୁଛନ୍ତି ମା’ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ଘଟଗାଁ ପୀଠ । ଦର୍ଶନ କରନ୍ତୁ ନଡିଆ ରାଣୀଙ୍କ ଏହି ଦିବ୍ୟ ଆଳତୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ