ଯୁବକଙ୍କୁ ପଥର ଛେଚି ନିର୍ମମ ହତ୍ୟା, ନାବାଳକ ଗିରଫ - ROURKELA MURDER CASE
🎬 Watch Now: Feature Video
Published : Aug 8, 2024, 9:06 PM IST
MURDER CASE:ରାଉରକେଲା: ଯୁବକଙ୍କୁ ନିର୍ମମ ହତ୍ୟା କରି ପାହାଡ଼ ଉପରେ ଫୋପାଡ଼ି ଦେଲା ନାବାଳକ । ଗତ ୩ ତାରିଖ ଦିନ ରାଉରକେଲା ବୈଷ୍ଣ ଦେବୀ ପାହାଡ଼ରୁ ପୋଲିସ ଜଣେ ଯୁବକଙ୍କୁ ଗୁରୁତର ଭାବେ ଉଦ୍ଧାର କରିଥିଲା । ଏହାପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣା ଘଟିବାର ତିନି ଦିନ ଅର୍ଥାତ ଗତ ସୋମବାର ଦିନ ମୃତକଙ୍କ ପରିଚୟ ମିଳିଥିଲା । ମୃତକ ଜଣକ ହେଲେ ସିମଡେଗା ସ୍ଥିତ ବିରୁ ଅଞ୍ଚଳର ଭୋଳା ପଣ୍ଡା । ତେବେ ଭୋଳାଙ୍କୁ କିଏ ଓ କାହିଁକି କାହିଁକି ହତ୍ୟା କଲା ,ତାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ତଦନ୍ତ ବେଳେ ଜଣେ ନାବାଳକ ଏହି ଘଠଣାରେ ସମ୍ପୃକ୍ତି ଥିବା ସୂଚନା ପାଇଁ ତାକୁ ଗିରଫ କରିଛି ।
ଏନେଇ ରାଉରକେଲା ଜୋନ 2 ଡ଼ିଏସପି ନିର୍ମଳ ମହାପାତ୍ର କହିଛନ୍ତି," ପୋଲିସ ବିଭିନ୍ନ ଦିଗକୁ ତଦନ୍ତ କରିଥିଲା । ସିସିଟିଭି ଆଧାରରେ ଜଣେ ନାବାଳକକୁ ଅଟକ ରଖିବା ପରେ ସେ ନିଜେ ହତ୍ୟା କରିଥିବା ସ୍ବୀକାର କରିଥିଲା । ଦୁହେଁ ବୈଷ୍ଣ ଦେବୀ ପାହାଡ଼କୁ ବୁଲିବାକୁ ଯାଇଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଉଭୟଙ୍କ ମଧ୍ୟରେ ଠେଲା ପେଲାରେ ଦୁହେଁ ପଡିଯାଇଥିଲେ । ନାବାଳକ ଜଣକ ଯୁବକ ଜଣଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା । ଏହାପରେ ସେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା ।"ତେବେ ଏହି ହତ୍ୟାକାଣ୍ଡରେ ଆଉ କେତେ ଜଣଙ୍କ ସମ୍ପୃକ୍ତି ରହିଛି ତାହାର ତଦନ୍ତ କରୁଛି ପୋଲିସ ।
ଇଟିଭି ଭାରତ, ରାଉରକେଲା