thumbnail

ବଢୁଛି ବିଶ୍ବ ତାପମାତ୍ରା; ପ୍ରାଚୀ ପରିକ୍ରମା ପଦଯାତ୍ରାରେ କ୍ଷୋଭ ପ୍ରକାଶ କଲେ ସାଧୁସନ୍ଥ

By ETV Bharat Odisha Team

Published : Mar 1, 2024, 11:25 AM IST

Updated : Mar 1, 2024, 11:31 AM IST

Annual Prachi Parikrama in Niali, ନିଆଳି: ବିଗତ ୧୩ ବର୍ଷ ଧରି ପ୍ରାଚୀ ନଦୀର ରକ୍ଷଣାବେକ୍ଷଣ ଓ ପୁନଃଉଦ୍ଧାର ଉଦ୍ଦେଶ୍ୟରେ ପ୍ରଜ୍ଞାନ ମିଶନ କ୍ରିୟାଯୋଗ ଆଶ୍ରମ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ବହୁ ସାଧୁ ସନ୍ଥ, ବିଶିଷ୍ଟ ବ୍ଯକ୍ତି, ସ୍ଥାନୀୟ ନେତୃବୃନ୍ଦ ଓ ବିଦେଶୀ ପର୍ଯ୍ୟଟକ ସାମିଲ ହୋଇଥିଲେ । କଟକ ଜିଲ୍ଲା ନିଆଳି ବ୍ଳକର କାଳିଆଘାଈ ନିକଟସ୍ଥ ଅନ୍ଧ କପିଳେଶ୍ୱର ମନ୍ଦିର ନିକଟରେ ବହି ଯାଇଥିବା ପୁନଃତୟା ପ୍ରାଚୀ ନଦୀ କୁଳରେ ପୂଜାର୍ଚ୍ଚନା କରାଯାଥିଲା । ପ୍ରାଚୀ ନଦୀରେ ଦୀପଦାନ କରାଯିବା ପରେ ପ୍ରାଚୀ ପରିକ୍ରମା ଅନୁଷ୍ଠିତ ହୋଇଥିଲା ।

ପ୍ରାଚୀ ପରିକ୍ରମା ନିଆଳି ବ୍ଳକ ନୂଆଗାଁ, ମାଧବାନନ୍ଦ ଜିୟୁ ଦେଇ ଚାରିଛକ, ନୂଆହାଟ, କାକଟପୁର ଓ ଅସ୍ତରଙ୍ଗ ଦେବୀ ମୁହଁ ପର୍ଯ୍ୟନ୍ତ ଯିବ । ଯାହା ସମୁଦ୍ରରେ ଲୀନ ହୋଇଛି । ଗତ ୧୩ ବର୍ଷ ଧରି ପ୍ରଜ୍ଞାନ ମିଶନ କ୍ରିୟାଯୋଗ ଆଶ୍ରମ ପକ୍ଷରୁ ବହୁ ସାଧୁ ସନ୍ଥ, ବିଶିଷ୍ଟ ବ୍ଯକ୍ତି ସ୍ଥାନୀୟ ନେତୃବୃନ୍ଦ ଓ ବିଦେଶୀ ପର୍ଯ୍ୟଟକ ସାମିଲ ହେବା ସହିତ ଐତିହ୍ୟ ସଂସ୍କୃତି ବହନ କରିଥିବା ମୃତ ପ୍ରାଚୀ ନଦୀକୁ ପୁନରୁଦ୍ଧାର ସହିତ ପ୍ରାଚୀ ଅବବାହିକାରେ ମଠ, ମନ୍ଦିର ଓ ଇତିହାସକୁ ପୁର୍ନଜୀବିତ କରିବା ଉଦ୍ଦେଶ୍ୟ ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହେଉଛି । ପ୍ରାଚୀ ଶୁଖିଲେ ସମାଜ ଶୁଖିଯିବ, ତେଣୁ ଏବେଠୁ ସଜାଗ ହେବାକୁ ପଡିବ ନହେଲେ ରୋଗଗ୍ରସ୍ତ ହୋଇ ସମସ୍ତେ ମୃତ୍ୟୁ ମୁଖରେ ପଡିବେ । ପ୍ରାଚୀ ହେଉଛି ଲୋକଙ୍କ ହୃତପିଣ୍ଡ । ଏବେ ନଜଗିଲେ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ । ଲୋକ ଜାଗିଲେ ପ୍ରାଚୀ ବଞ୍ଚିବ ଆଉ ସମାଜ ବଞ୍ଚିବ । କୁମ୍ଭକର୍ଣ୍ଣ ନିଦ୍ରା ନଯିବା ପାଇଁ ଏହି ପ୍ରାଚୀ ପରିକ୍ରମା ପଦଯାତ୍ରାରେ ସାଧୁ ସନ୍ଥ ଏବଂ ବିଶିଷ୍ଟ ବ୍ଯକ୍ତିବିଶେଷମାନେ ମତ ପ୍ରକାଶ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ...ଅବହେଳିତ ପୁଣ୍ୟତୋୟା ପ୍ରାଚୀ ନଦୀ, ବିଲୁପ୍ତ ହେବାକୁ ବସିଛି ଜୀବନ ରେଖା

ଇଟିଭି ଭରାତ, ନିଆଳି 

Last Updated : Mar 1, 2024, 11:31 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.