ଆଚରଣ ବିଧି ଉଲ୍ଲଂଘନ କରି ନଗଦ ଟଙ୍କା ଧରି ବୁଲୁଛନ୍ତି ସୌମ୍ୟ; ସିଇଓଙ୍କୁ ଫେରାଦ ହେଲା ବିଜେଡ଼ି - BJD Delegation Meet CEO - BJD DELEGATION MEET CEO
BJD Delegation Meet CEO: ଘଷିପୁରାର ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡି ସିଇଓଙ୍କ ଦ୍ବାରସ୍ଥ ହୋଇଛି । ମନ୍ଦ ଉଦ୍ଦେଶ୍ୟ ରଖି ଗାଡ଼ିରେ ନଗଦ ଟଙ୍କା ନେଉଥିବା ଅଭିଯୋଗ ଆଣିଛି ବିଜେଡି । ଅଧିକ ପଢନ୍ତୁ
![ଆଚରଣ ବିଧି ଉଲ୍ଲଂଘନ କରି ନଗଦ ଟଙ୍କା ଧରି ବୁଲୁଛନ୍ତି ସୌମ୍ୟ; ସିଇଓଙ୍କୁ ଫେରାଦ ହେଲା ବିଜେଡ଼ି - BJD Delegation Meet CEO BJD Delegation Meet CEO](https://etvbharatimages.akamaized.net/etvbharat/prod-images/14-05-2024/1200-675-21461541-thumbnail-16x9-by6gf.jpg?imwidth=3840)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 14, 2024, 7:25 AM IST
ଭୁବନେଶ୍ବର: ଆଜି ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥି ମଧ୍ୟରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । କେନ୍ଦୁଝର ଜିଲ୍ଲାର ଘଷିପୁରା ବିଧାନସଭା ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନାଁରେ ଆସିଛି ଅଭିଯୋଗ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ମନ୍ଦ ଉଦ୍ଦେଶ୍ୟ ରଖି ଗାଡ଼ିରେ ନଗଦ ଟଙ୍କା ନେଉଥିବା ଅଭିଯୋଗ ଆଣି ସିଇଓଙ୍କ ଫେରାଦ ହୋଇଛି ବିଜେଡ଼ି ।
ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ, 'ଓଡିଶାରେ ପ୍ରଥମ ପର୍ଯ୍ୟାୟର ମତଦାନ ହୋଇଛି । ଏହି ସମୟରେ ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ବିଜେଡି ସବୁବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନ କଥା କହିଛୁ । କେନ୍ଦୁଝର ଜିଲ୍ଲା ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଵାଧୀନ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛୁ । ସୌମ୍ୟ 3ଟି ଗାଡି ଥିବା କନୱେରେ ଯାଉଥିଲେ । ଗୋଟେ ଗାଡିରେ ଘଷିପୁରାର ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଥିଲେ । ସେହି ଗାଡି ନମ୍ବର ହେଉଛି OD02BM2727 । ଏହାର ନାଁ ଇଷ୍ଟର୍ଣ୍ଣ ମିଡ଼ିଆର ନାଁ ରେ ଅଛି । ଏହାର ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଅଟନ୍ତି । ଅନ୍ୟ ଏକ ଗାଡିରେ ନାରାୟଣ ହେଲଥ କେୟାରର ସରୋଜିନୀ ପଟ୍ଟନାୟକ ନାଁ'ରେ ଥିବା ଗାଡି ଥିଲା । ଉକ୍ତ ଗାଡିର ନମ୍ବର ହେଉଛି OD02CG1111 । ଗୋଟେ ଗାଡିରୁ ଟଙ୍କା ମିଳିଛି ।'
ଏହା ମଧ୍ୟ ପଢନ୍ତୁ... 'ବିଜେଡି ପାଇଁ କାର୍ଯ୍ୟକରୁଥିବା ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଦେଉଛନ୍ତି ଜିଲ୍ଲାପାଳ' - BJP Meets CEO
ଏହା ସହିତ ସୁଲତା କହିଛନ୍ତି, 'ଘଷିପୁରା ନିର୍ବାଚନ ମଣ୍ଡଳୀର ଏକ ବ୍ରିଜ ନିକଟରେ ଯାଉଥିବାବେଳେ ଠାବ ହୋଇଛି । ଯାହାର ଫଟୋ ଓ ଭିଡିଓ ହସ୍ତଗତ ହୋଇଛି । ନାରାୟଣ ହେଲଥ କେୟାରର ସରୋଜିନୀ ପଟ୍ଟନାୟକ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ତଦନ୍ତ ପରିସରକୁ ଅଣାଯାଉ । ଟଙ୍କାର ହିସାବ ନିକାସ ହେଉ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆମେ ଏକ ତଦନ୍ତ ଆଶା ରଖୁଛୁ । ନିର୍ବାଚନ ବିଜ୍ଞପ୍ତି ବାହାରିବା ପରେ ଏ ଭଳି ଭାବେ ଟଙ୍କା ବ୍ୟବହାର କରିବା କଥା ନୁହେଁ । ଆଶା କରୁଛୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘଟଣାର ତଦନ୍ତ କରି ପଦକ୍ଷେପ ନେବେ ।' କିନ୍ତୁ ଜଣେ ବିଜେଡି ନେତ୍ରୀ ଟଙ୍କା ସହ ପୋଲିସ ହେପାଜତରେ ଥିବାବେଳେ ସେ ବାବଦର ପ୍ରଶ୍ନକୁ ସୁଲତା ଏଡାଇ ଯାଇଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରିୟବ୍ରତ ମାଝୀ, ଓମ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲାମ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର