ETV Bharat / bharat

କାର ଓ ଟ୍ରାକ୍ଟରକୁ ଧକ୍କା ଦେଲା ବସ, ଚାଲିଗଲା ୬ ଜୀବନ

author img

By ETV Bharat Odisha Team

Published : Jan 24, 2024, 12:18 PM IST

Updated : Jan 24, 2024, 12:27 PM IST

Maharashtra road accident: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର । ଅଧିକ ପଢନ୍ତୁ

Maharashtra road accident
ମହାରାଷ୍ଟ୍ର ସଡକ ଦୁର୍ଘଟଣା

ମୁମ୍ବାଇ: ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ସରକାରୀ ବସ୍ ଭାରସାମ୍ୟ ହରାଇ ଟ୍ରାକ୍ଟର ଓ କାର୍ ସହ ଧକ୍କା ହେବାରୁ ଏଥିରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ଶ୍ରମିକ ରହିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ସାଢେ ୨ଟା ବେଳେ ଏହି ଅଘଟଣ ଘଟିଛି । ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅହମ୍ମଦନଗର-କଲ୍ୟାଣ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ମହାରାଷ୍ଟ୍ର ସଡକ ଦୁର୍ଘଟଣା
ମହାରାଷ୍ଟ୍ର ସଡକ ଦୁର୍ଘଟଣା

ସୂଚନା ମୁତାବକ, ମଙ୍ଗଳବାର ରାତି ପାଖାପାଖି ସାଢେ ୨ଟା ବେଳେ ଏହି ବସ୍ ଥାନେରୁ ନଗର ଅଭିମୁଖେ ଆସୁଥିଲା । ଏହି ସମୟରେ ହାଇୱେରେ ଗୋଟିଏ ଆଖୁ ବୋଝେଇ ଟ୍ରାକ୍ଟର ଓଲଟି ପଡିଥିଲା । ଫଳରେ ଆଖୁଗୁଡିକ ରାସ୍ତାରେ ବିଛାଡ଼ି ହୋଇ ପଡିଥିଲା । ସେଠି ଆଉ ଗୋଟିଏ ଟ୍ରାକ୍ଟର ଆସି ନିଜ ଶ୍ରମିକମାନଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଉଠାଇବାକୁ ଚେଷ୍ଟା କରୁଥିଲା । ସେହି ବାଟ ଦେଇ ଗୋଟିଏ କାର୍ ଯାଉଥିବା ବେଳେ ଏହା ଦେଖି କାର ଚାଳକ ଅଟକି ଯାଇଥିଲେ ଏବଂ ନିଜ ଗାଡିର ପାର୍କିଂ ଲାଇଟ ଅନ୍ କରି ଟ୍ରାକ୍ଟର ଉଠାଇବାରେ ଲୋକମାନଙ୍କୁ ସାହାଯ୍ୟ କରିଥିଲେ । ଏତିକି ବେଳେ ଟ୍ରାକ୍ଟରଟି ରାସ୍ତା ଆଡକୁ ବୁଲି ଯାଇଥିଲା ଏବଂ ଠିକ୍ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ସରକାରୀ ବସ୍ ଭାରସାମ୍ୟ ହରାଇ ପ୍ରଥମେ ଟ୍ରାକ୍ଟର ଏବଂ ପରେ ସେଠାରେ ଥିବା କାର୍‌କୁ ଜୋରରେ ଧକ୍କା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: ବ୍ୟାରେଜ ତଳକୁ ଖସିପଡ଼ିଲା କାର୍, ୪ ମୃତ

କେହି କିଛି ବୁଝିବା ପୂର୍ବରୁ ଆଖି ପିଛୁଳାକେ ୬ ନିରୀହ ଜୀବନ ଚାଲି ଯାଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ଶ୍ରମିକଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।

ଏହି ଦୁର୍ଘଟଣା ପରେ ହାଇୱେରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ବରେ ବହୁସଂଖ୍ୟାରେ ଗାଡିମୋଟର ଅଟକ ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ରାସ୍ତାରୁ ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ଏ ପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ । ଏନେଇ ପୋଲିସ ଛାନଭିନ୍ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 24, 2024, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.