ଓଡିଶା

odisha

ବୌଦ୍ଧରେ ନବବର୍ଷ ପ୍ରାରମ୍ଭରେ ପୃଥକ ଦୁର୍ଘଟଣା

By

Published : Jan 2, 2020, 3:58 AM IST

ବୌଦ୍ଧ ଜିଲ୍ଲାରେ ନବବର୍ଷରେ ବର୍ଷରେ ବିଭିନ୍ନ ସ୍ଥାନରେ ଉତ୍ସବମୁଖର ଥିବା ବେଳେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଅଘଟଣ । ଅଧିକ ପଢନ୍ତୁ...

begining-of-new-year-different-accident-in-bouh-district
ଫଟୋ ସୌଜନ୍ୟ: ପ୍ରତିନିଧି,ବୌଦ୍ଧ

ବୌଦ୍ଧ: ନୂଆବର୍ଷରେ ଅଘଟଣ । ନବବର୍ଷରେ ସାରା ଜିଲ୍ଲା ଉତ୍ସବମୁଖର ଥିବା ବେଳେ ବୁଧବାର ଦିନ ବିଭିନ୍ନ ସ୍ଥାନରେ ଘଟିଛି ଅନେକ ଦୁର୍ଘଟଣା । ସନ୍ଧ୍ୟାରେ ଜଣେ ଚାଷୀଙ୍କ ଧାନଖଳାରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି ।

ବୌଦ୍ଧରେ ନବବର୍ଷ ପ୍ରାରମ୍ଭରେ ପୃଥକ ଦୁର୍ଘଟଣା

ଜିଲ୍ଲାର ବିଭିନ୍ନ ସ୍ଥାନରେ ନୂଆ ବର୍ଷ ଉପଲକ୍ଷେ ଧୂମଧାମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବୌଦ୍ଧ ଥାନା ଅନ୍ତର୍ଗତ ଜହ୍ନାପଙ୍କ ନିକଟରେ ସକାଳୁ ଏକ କାର ଓ ମିନି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । କାରଟି ଖୋର୍ଦ୍ଧା ରାମେଶ୍ବର ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ବଲାଙ୍ଗୀର ଅଭିମୁଖେ ଯାଉଥିଲା । ଦୁର୍ଘଟଣାରେ ଗୁରୁତର ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ତାଙ୍କ ପୁଅ ଅଭିଜିତ ପଟ୍ଟନାୟକ ତଥା ଡ୍ରାଇଭର ହାଡିବନ୍ଧୁ ପାଣ୍ଡେଙ୍କୁ ପ୍ରଥମେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହା ପରେ ଅନ୍ୟଏକ ଦୁର୍ଘଟଣା ବ୍ରାହ୍ମଣୀପାଲି ପଞ୍ଚାୟତ ତରଭାର ନବୀନ ଭୋକ୍ତା ଓ କଣ୍ଟାମାଳ ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ ସୁବ୍ରତ ମିଶ୍ର ସଡକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେହିପରି ପୁରୁଣା ଶତୃତାକୁ କେନ୍ଦ୍ର କରି ରାଧାନଗର ପଞ୍ଚାୟତର ରାୟପୁର ଗ୍ରାମର ଗଣେଶ ବେହେରାଙ୍କ ପ୍ରାୟ ଅଢେ଼ଇ ଏକର ଜମିକୁ ଉତ୍ପାଦିତ ଧାନଖୋଳାରେ ଦୁର୍ବୃତ୍ତ ମାନେ ସିଗାରେଟ ଦ୍ବାରା ପୋଡି ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବୌଦ୍ଧ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗଣେଶଙ୍କ ସମସ୍ତ ଧାନ ପୋଡି ନଷ୍ଟ ହୋଇଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି,ଇଟିଭି ଭାରତ

ABOUT THE AUTHOR

...view details