ETV Bharat / state

ପ୍ରବଳ ଜୁଆରରେ ଭାସିଗଲେ 8 ମତ୍ସ୍ୟଜୀବୀ - Paradeep BOAT Stranded

author img

By ETV Bharat Odisha Team

Published : Aug 2, 2024, 10:52 PM IST

Updated : Aug 3, 2024, 9:37 AM IST

Boat Stranded: ପାରାଦ୍ବୀପରେ ବୋଟ ସହିତ ଭାସିଗଲେ 8 ଜଣ ମତ୍ସ୍ୟଜୀବୀ । ସେମାନେ 3 ଦିନ ଧରି ସେମାନେ ସମୁଦ୍ର ମଧ୍ୟରେ ଭାସମାନ ଅବସ୍ଥାରେ ରହିଥିଲେ । ପୂରା ଖବର ପଢନ୍ତୁ

Boat Capsizes
Boat Capsizes (ETV Bharat Odisha)

ପାରାଦ୍ବୀପ: ପାରାଦ୍ୱୀପରେ ଅଘଟଣ । ବୋଟ ସହିତ ଭାସିଗଲେ 8 ଜଣ ମତ୍ସ୍ୟଜୀବୀ । ପ୍ରବଳ ଜୁଆର ଓ ରାତ୍ରିର ଘନ ଅନ୍ଧକାର ଯୋଗୁ ଉଦ୍ଧାର କାର୍ଯ୍ୟ ହୋଇପାରିନଥିବା ଜଣାପଡ଼ିଛି । ଅନ୍ୟପଟେ ବୋଟଟି ମହାନଦୀ ମୁହାଣରେ ଲାଗିଥିବା କୁହାଯାଉଛି ।

Boat Capsizes (ETV Bharat Odisha)

କେମିତି ବୁଡ଼ିଲେ ମତ୍ସ୍ୟଜୀବୀ ?

ପ୍ରାଥମିକ ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଞ୍ଚଳର ୮ଜଣ ମତ୍ସ୍ୟଜୀବୀ ଗତ ମଙ୍ଗଳବାର ଦିନ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଶ୍ରୀକ୍ଷେତ୍ର ନାମକ ଏକ ଯନ୍ତ୍ର ଚଳିତ ବୋଟରେ ଯାଇଥିଲେ । ମାଛ ମାରିବା ସମୟରେ କୌଣସି କାରଣବଶତଃ ବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ 3 ଦିନ ଧରି ସେମାନେ ସମୁଦ୍ର ମଧ୍ୟରେ ଭାସମାନ ଅବସ୍ଥାରେ ରହିଥିଲେ । ପରେ ଫସିରହିଥିବା ମତ୍ସ୍ୟଜୀବୀମାନେ ବୋଟ ମାଲିକଙ୍କୁ ଖବର ଦେଇଥିଲେ ।

ବିଫଳ ହେଲା ଉଦ୍ଧାର ପ୍ରୟାସ:

ବୋଟ ମାଲିକ ଆଜି ଆଉ ଏକ ବୋଟ ସାହାଯ୍ୟରେ ଭାସମାନ ଅବସ୍ଥାରେ ଥିବା ବୋଟକୁ ଉଦ୍ଧାର କରିବା ପାଇଁ ଯାଇଥିଲେ । ସମୁଦ୍ର ଗର୍ଭରେ ଅଚଳ ବୋଟଟିକୁ ଦଉଡିରେ ବାନ୍ଧି କୂଳକୁ ଆଣିବା ପାଇଁ ପ୍ରୟାସ କରିଥିଲେ । ଏହି ସମୟରେ ନେହୁରୁ ବଙ୍ଗଳା ନିକଟ ମହାନଦୀ ମୁହାଁଣରେ ଜୁଆର ଖୁବ ଜୋରରେ ଆସିଥିଲା । ଜୁଆର ମାଡ଼ ହେବାରୁ ଅଚଳ ବୋଟଟି ଦଉଡିରୁ ଖସି ଭାସିଯାଇଥିଲା । ଅଚଳ ବୋଟଟି ଭାସିଯାଉଥିବା ସମୟରେ ସେହି ବୋଟରେ ବସିଥିବା ସମସ୍ତ 8 ଜଣ ମତ୍ସ୍ୟଜୀବୀ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...ଗଭୀର ସମୁଦ୍ରରେ ଚାଇନା ଜାହାଜ ଅଟକ, ମୋବାଇଲ ସାଟେଲାଇଟରେ ଫଟୋ ଉଠାଇଥିଲା - Inspection of Ocean GOURI ship

ଏହା ବି ପଢନ୍ତୁ...ପାରାଦ୍ବୀପରେ ଗିରଫ ହେଲା ଚୀନ ଜାହାଜ; ହେଲେ କ'ଣ କାରଣ ? - Chinese ship arrested

ଅଧାରେ ଉଦ୍ଧାର କାର୍ଯ୍ୟ:

ସୂଚନା ଅନୁସାରେ, ପ୍ରବଳ ଜୁଆର ସାଙ୍ଗକୁ ପବନ ମାଡ଼ ହେଇଥିବାରୁ ଭାସିଯାଉଥିବା ବୋଟ ଓ ସେଥିରେ ଥିବା ମତ୍ସଜୀବୀମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନାହିଁ । ରାତ୍ରିରେ ଘନ ଅନ୍ଧକାର ମଧ୍ୟରେ ସେହି ବୋଟଟି ମହାନଦୀର କେନ୍ଦ୍ରାପଡା ଉପକୂଳ ଆଡକୁ ଚାଲିଯାଇଥିବା ଅନୁମାନ କରାଯାଉଛି । ତେବେ ଜୁଆର ମାଡରେ ବୋଟଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ବୋଟ ମଧ୍ୟରେ ପାଣି ପଶିଯାଇଥିବା କୁହାଯାଉଛି । ଏ ସମ୍ପର୍କରେ ପାରାଦ୍ୱୀପ ମେରାଇନ ଥାନାକୁ ଜଣାଯିବା ପରେ ପୋଲିସ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ହେଲେ ପ୍ରବଳ ଜୁଆର ଓ ପବନ ବହିବା ସହିତ ରାତି ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ ବୋଟ୍ ବି ମହାନଦୀ ମୁହାଣରେ ଲାଗିଥିବାବେଳେ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା କୁହାଯାଉଛି । ଏନେଇ ପ୍ରଶାସନ ସୂତ୍ରରୁ ସ୍ପଷ୍ଟୀକରଣ ମିଳିପାରିନାହିଁ।

ତେବେ ପାରାଦୀପ ମହାନଦୀ ମୁହାଣରେ ଫସିଥିବା ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜିଲ୍ଲା ପ୍ରଶାସନର ସୂଚନା । ମହାକାଳପଡ଼ା ବତୀଘର ଟାପୁରେ ରାତି କାଟିଲେ ମତ୍ସ୍ୟଜୀବୀ । ବାଲିଚର ଟାପୁରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରାତି କାଟିଲେ । ଅଚଳ ବୋଟକୁ ଦଉଡ଼ି ବାନ୍ଧି ଆଣିବା ବେଳେ ଛିଡ଼ି ଯାଇଥିଲା । ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର ଭିତରକୁ ଭାସି ଯାଇଥିଲା ବୋଟ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Aug 3, 2024, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.