ETV Bharat / state

ଜଗତସିଂହପୁର ସହକାରୀ ଜିଲ୍ଲାପାଳ ନିଲମ୍ବିତ, ମନ୍ତ୍ରୀ କହିଲେ 'ମହିଳାଙ୍କୁ ନିର୍ଯାତନା ବରଦାସ୍ତ କରିବୁନି' - ASSISTANT COLLECTOR SUSPENDED

ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା ନିଲମ୍ବିତ । କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ।

ASSISTANT COLLECTOR SUSPENDED
ASSISTANT COLLECTOR SUSPENDED (ETV Bharat Odisha)
author img

By ETV Bharat Odisha Team

Published : Dec 18, 2024, 10:40 PM IST

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର(ସହକାରୀ ଜିଲ୍ଲାପାଳ) ଉମେଶ ଚନ୍ଦ୍ର ଲେଙ୍କା ନିଲମ୍ବିତ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କୁ ନିଲମ୍ବନ କରିଛନ୍ତି । କାର୍ଯ୍ୟରତ ମହିଳା ସହଯୋଗୀଙ୍କୁ ଅସଦାଚରଣ ଅଭିଯୋଗରେ ଉମେଶଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ ।

ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ:

ASSISTANT COLLECTOR SUSPENDED
ASSISTANT COLLECTOR SUSPENDED (ETV Bharat Odisha)

ବଡ଼ ବାବୁଙ୍କୁ ମହଙ୍ଗା ପଡିଲା ମହିଳା ସହଯୋଗୀଙ୍କୁ ଅସଦାଚରଣ । ଅଭିଯୋଗର ୮ ମାସ ପରେ ଅଭିଯୁକ୍ତ ବଡ଼ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା । ଜିଲ୍ଲା ଅଭିଯୋଗ କମିଟି ଏବଂ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଗତ ଏପ୍ରିଲ ମାସ ୧୦ ତାରିଖ ଦିନ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବାର ଅଭିଯୋଗ ଆସିଥିଲା ।

ଏହା ବି ପଢନ୍ତୁ...ମହଙ୍ଗା ପଡ଼ିଲା ବାତ୍ୟା ଦାୟିତ୍ବରେ ଅବହେଳା, ୬ ସରକାରୀ କର୍ମଚାରୀ ସସପେଣ୍ଡ

ଏହା ବି ପଢନ୍ତୁ...ଭରତପୁର ଥାନା କାଣ୍ଡ: ନିଲମ୍ବିତ ICC ଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ନାହିଁ ହାଇକୋର୍ଟ

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ:

ଅଭିଯୋଗକାରିଣୀ କାର୍ଯ୍ୟରତ ମହିଳା ଜଣକ ତାଙ୍କ ଉପରେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଅଭିଯୋଗର ତଦନ୍ତ କରିଥିଲେ ଜିଲ୍ଲା ଅଭିଯୋଗ କମିଟି ଏବଂ ଜିଲ୍ଲାପାଳ । ଜିଲ୍ଲା ଅଭିଯୋଗ କମିଟି ଏବଂ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତ ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କାଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଉମେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଉମେଶଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଆସନ୍ତା ୩ ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରି ଅଧିକାରୀ ଏବଂ ଜଣେ ମହିଳା ମାର୍ଶାଲିଂ ଅଧିକାରୀଙ୍କ ଜରିଆରେ ଏନେଇ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ ହେବ । ଏଥିପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ମହିଳା ସଶକ୍ତିକରଣ ପାଇଁ ଆମ ସରକାର ବଦ୍ଧପରିକର । ମହିଳା ହିଂସା ଓ ନିର୍ଯାତନାକୁ ଆଦୌ ବରଦାସ୍ତ କରାଯିବ ନାହିଁ ।"

ଏହା ବି ପଢନ୍ତୁ...ମେଜର ବାନ୍ଧବୀ ନିର୍ଯାତନା ମାମଲାର ନ୍ୟାୟିକ ତଦନ୍ତ ଦାବି କଲେ ନବୀନ ପଟ୍ଟନାୟକ, ଜବାବ ରଖିଲା ବିଜେପି - Assault of Army Major fiance case

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.