ETV Bharat / sports

IND vs SL first ODI: ଦୁବେ ଲଢିଲେ ହେଲେ ଜିତାଇ ପାରିଲେନି, ଭାରତ-ଶ୍ରୀଲଙ୍କା ମ୍ୟାଚ ଟାଏ, ରୋହିତ କହିଲେ... - Series opener ends in a tie

author img

By ETV Bharat Sports Team

Published : Aug 3, 2024, 7:01 AM IST

Updated : Aug 3, 2024, 9:21 AM IST

IND vs SL SL India vs Sri Lanka first ODI tied Rohit Sharma hits a half century: ୨୩୧ ଟାର୍ଗେଟକୁ ପିଛା କରି ଭାରତ ୨୩୦ ରନରେ ଅଲଆଉଟ୍‌ । ଫଳରେ ପ୍ରଥମ ଦିନିକିଆ ଅମିମାଂସୀତ ରହିଛି । ଅଧିକ ପଢନ୍ତୁ

IND vs SL
IND vs SL (IANS PHOTOS)

ହାଇଦ୍ରାବାଦ: ଟାଏ ରହିଲା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ । ୨୩୧ ଟାର୍ଗେଟକୁ ପିଛା କରି ଭାରତ ୨୩୦ ରନରେ ଅଲଆଉଟ୍‌ । ବିଜୟ ପାଇଁ ୧୪ ବଲରେ ୧ ରନ୍ ଥିବାବେଳେ ଆଉଟ୍‌ ହେଲେ ଅର୍ଶଦୀପ । ଦର୍ଶନୀୟ ଖେଳ ପାଇଁ ଶ୍ରୀଲଙ୍କାର ଦିନୁଥ ବେଲାଲାଗେ ମ୍ୟାନ ଅଫ୍ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ମ୍ୟାଚ ହାରିବା ପରେ ରୋହିତ କହିଲେ ସ୍କୋର ବହୁତ ବଡ ନଥିଲା । ଭଲ ବ୍ୟାଟିଂ କରିବାର ଥିଲା ।

ଶୁକ୍ରବାର ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର ପ୍ରେମଦାସ ଷ୍ଟାଡିୟମରେ ଭାରତ- ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯାଇଥିଲା । ଏହି ମ୍ୟାଚଟି ରୋମାଞ୍ଚକର ହେବ ସହିତ ଟାଏ ରହିଛି । ମ୍ୟାଚର କୌଣସି ଫଳାଫଳ ଆସିନାହିଁ । 231 ରନ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଟିମ୍ ଶ୍ରୀଲଙ୍କା କରିଥିବା ସମାନ 230 ରନ ସ୍କୋର କରିଛି । ଫଳରେ ପ୍ରଥମ ଦିନିକିଆ ଅମିମାଂସୀତ ରହିଛି ।

ପ୍ରଥମେ ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ପାଇଁ ଏହି ନିଷ୍ପତ୍ତି ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଦଳୀୟ ସ୍କୋର 7 ରନ ଥିବା ବେଳେ ଓପନର ଫର୍ଣ୍ଣାଡୋଙ୍କୁ 1 ରନରେ ପାଭେଲିୟନ ପଠାଇଥିଲେ ସିରାଜ । ପରେ 46 ରନରେ କୁଶାଲ ମେଣ୍ଡିସ୍ 14 ରନ କରି ଆଉଟ ହୋଇଥିଲେ । ପରେ 60 ରନରେ 3 ଓ୍ବିକଟେ ପତନ ହୋଇଥିଲା । ଏକଦା ଘରୋଇ ଦଳ ମାତ୍ର 101 ରନରେ 5ଟି ଓ୍ବିକେଟ ହରାଇ ସଂକଟରେ ପଡିଥିଲା । ପରେ ଓପନର ନିଶଙ୍କା ଏବଂ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ ଦିନୁଥ ବାଲାଲେଗେଙ୍କ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ପାଇଁ ଶ୍ରୀଲଙ୍କା 50 ଓଭର ବ୍ୟାଟିଂ କରି 8 ଓ୍ବିକେଟ ହରାଇ 230 ରନର ସମ୍ମାନଜନକ ସ୍କୋର କରିଥିଲା । ନିଶଙ୍କା 56 ରନ ସ୍କୋର କରଥିଲେ ଏବଂ ଦିନୁଥ 67 ରନ କରିଥିଲେ । ଭାରତୀୟ ବୋଲରଙ୍କ ମଧ୍ୟରେ ସମସ୍ତେ ମାପିଚୁପି ବୋଲିଂ କରିଥିଲେ । ସିରାଜ, ଅର୍ଶଦୀପ, ଅକ୍ସର, ଦୁବେ, କୁଲଦୀପ ଏବଂ ଓ୍ବିସିଂଟନ ସୁନ୍ଦର ଓ୍ବିକେଟ ହାସଲ କରିଥିଲେ ।

ଏହା ବି ପଢନ୍ତୁ- ହଟ୍‌ଷ୍ଟାର କି ଜିଓ ସିନେମା ନୁହେଁ, ଏଠାରେ ଦେଖନ୍ତୁ IND vs SL ଲାଇଭ୍‌ ମ୍ୟାଚ୍‌ - IND vs SL 1st ODI

231 ରନ ଜବାବରେ ଭାରତ ଦମଦାର ଆରମ୍ଭ କରିଥିଲା । ଦଳର ଦୁଇ ଓପନର ବିସ୍ଫୋରକ ଆରମ୍ଭ କରିଥିଲେ । ଦଳୀୟ ସ୍କୋର 75 ରନ ଥିବା ବେଳେ ଗିଲ 16 ରନ ସ୍କୋର କରି ଆଉଟ ହୋଇଥିଲେ । ପରେ 80 ରନରେ ଆଉଟ ହୋଇଥିଲେ ରୋହିତ । ସେ ବ୍ୟକ୍ତିଗତ 58 ରନ ସ୍କୋର କରିଥିଲେ । ପରେ କୋହଲି 24, ସୁନ୍ଦର 5, ଆୟର 23, ରାହୁଲ 31, ଅକ୍ସର 33 ଏବଂ ଦୁବେ 25 ରନ ସ୍କୋର କରିଥିଲେ । ହେଲେ ଦଳୀୟ ସ୍କୋର ସମାନ ଥିବା ବେଳେ ଦୁବେ ନବମ ଓ୍ବିକେଟ ଭାବେ ଆଉଟ ହୋଇଥିବା ବେଳେ ଅର୍ଶଦୀପ ମଧ୍ୟ ପରବର୍ତ୍ତୀ ବଲରେ ଆଉଟ ହୋଇଥିଲେ ଏବଂ ମ୍ୟାଚଟି ଅମିମାଂସୀତ ରହିଥିଲା ।

Last Updated : Aug 3, 2024, 9:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.