ETV Bharat / state

ଦାଦନ ଗଡ଼ରେ ପରିବା କ୍ରାନ୍ତି ଆଣିଛନ୍ତି କୃଷ୍ଣଚନ୍ଦ୍ର, ୨ ଶହ ଚାଷୀଙ୍କୁ ଦେଇଛନ୍ତି ରୋଜଗାର - YOUNG FARMER KRUSHNA CHANDRA NAG

କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ସାନଚେର ଗାଁର ଯୁବଚାଷୀ କୃଷ୍ଣଚନ୍ଦ୍ର ନାଗ । ଚାଷ କରି ଲକ୍ଷ ଲକ୍ଷ ରୋଜଗାର । ଅନ୍ୟକୁ ଦେଇଛନ୍ତି ରୋଜଗାର ।

Kalahandi Young Farmer Krushna Chandra Nag
Kalahandi Young Farmer Krushna Chandra Nag (ETV Bharat Odisha)
author img

By ETV Bharat Odisha Team

Published : Dec 31, 2024, 7:28 PM IST

ଭବାନୀପାଟଣା: ଦିନେ ଦାଦନ ଗଡ ଭାବର ପରିଚିତ ଥିବା କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଅଞ୍ଚଳ ଏବେ ପାରିବା ଚାଷର ହବ ପାଲଟିଛି । କଠିନ ପରିଶ୍ରମ ଓ ଇଛା ଶକ୍ତି ବଳରେ ଆଜି ସାରା ଦେଶ ସାମ୍ନାରେ ନିଜର ସ୍ଵତନ୍ତ୍ର ପରିଚୟ ପାଇଁ ପାରିଛି ଏହି ଦାଦନ ପ୍ରଭାବିତ ଅଞ୍ଚଳ । ଏଠାକାର ପରିବା ଚାଷୀ ଏବେ କେବଳ ଯେ ନିଜ ଜିଲ୍ଲାରେ ନୁହେଁ ବରଂ ରାଜ୍ଯ ତଥା ରାଜ୍ଯ ବାହାରକୁ ମଧ୍ଯ କୋଟି କୋଟି ଟଙ୍କାର ପରିବା ରପ୍ତାନି କରୁଛନ୍ତି । ଆଜିର ସମୟରେ ଯୁବଗୋଷ୍ଠୀ ଚାଷକାମ ପ୍ରତି ବିମୁଖ ହେଉଥିବା ବେଳେ ଗୋଲାମୁଣ୍ଡା ବ୍ଲକ ସାନଚେର ଗାଁର ଯୁବଚାଷୀ କୃଷ୍ଣଚନ୍ଦ୍ର ନାଗ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । କୃଷ୍ଣଚନ୍ଦ୍ର ନିଜେ ଚାଷ କରି ସ୍ବାବଲମ୍ବୀ ହେବା ସହିତ ତାଙ୍କ ଦ୍ବାରା ଗଠିତ ‘ଆଗ୍ରହୀ ଚାଷୀ କୃଷି ଉତ୍ପାଦକ ସଙ୍ଗଠନ' ସ୍ଥାନୀୟ ଅଞ୍ଚଳରେ ୨୦୦ରୁ ଅଧିକ ଲୋକଙ୍କୁ କାମ ଯୋଗାଇ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛନ୍ତି । ଏହାସହ ବାର୍ଷିକ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କୃଷ୍ଣଚନ୍ଦ୍ରଙ୍କର ଏହି ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦି ୧୧୭ତମ 'ମନ୍ କି ବାତ୍‌' କାର୍ଯ୍ୟକ୍ରମରେ ଉଲ୍ଲେଖ କରି ଭୂୟସୀ ପ୍ରଶଂସା କରିଛନ୍ତି ।

  • ଲକ୍ଷପତି କରିଛି ଟମାଟ:

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ସାନଚେର ଗାଁର କୃଷ୍ଣଚନ୍ଦ୍ର ନାଗ ୨୦୦୮ ମସିହାରେ ପ୍ରଥମେ ୨୦ରୁ ୨୫ ଡିସମିଲ ଜାଗାରେ ବିଲାତି (ଟମାଟୋ) ଚାଷ ଆରମ୍ଭ କରିଥିଲେ । ମାତ୍ର ୧୦ ଜଣଙ୍କୁ ନେଇ ସେ ଚାଷକାମ ଆରମ୍ଭ କରିଥିବାବେଳେ ପ୍ରଥମ ଅମଳରେ ୭୨ କ୍ବିଣ୍ଟାଲ୍ ଟମାଟୋ ପାଇଥିଲେ । ଏବେ ସେ ଓ ତାଙ୍କ କୃଷି ଉତ୍ପାଦକ ସଙ୍ଗଠନର ୨୦୦ ସଦସ୍ୟ ୨୦୦ ଏକରରୁ ଅଧିକ ଜମିରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ କରି ଆସୁଛନ୍ତି । ଟମାଟୋ ଚାଷରୁ ଏବର୍ଷ ସେ ୧.୫ କୋଟିରୁ ଅଧିକ ଟଙ୍କା ପାଇବାକୁ ଆଶା ରଖିଥିବା କହିଛନ୍ତି । ସେହିପରି ଚଳିତବର୍ଷ ୧୫୦ ଏକର ଜମିରେ କଲରା ଚାଷ କରି ୩୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ତାଙ୍କ ଟମାଟୋ ଓ କଲରାର ଚାହିଦା ପଶ୍ଚିମ ଓଡ଼ିଶା, ପୂର୍ବ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ରହିଛି । ବ୍ୟବସାୟୀମାନେ ତାଙ୍କ ବଗିଚାକୁ ଆସି ଟମାଟୋ ଓ କଲରା ନେଇଥାନ୍ତି ।

Kalahandi Young Farmer Krushna Chandra Nag (ETV Bharat Odisha)
  • 'ମନ୍ କି ବାତ୍‌' ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା:

ତେବେ କୃଷ୍ଣଚନ୍ଦ୍ରଙ୍କ ଚାଷ ପ୍ରଣାଳୀ ଦେଖିବାକୁ ବିଭିନ୍ନ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀ କ୍ଷେତ୍ର ପରିଦର୍ଶନରେ ଆସୁଛନ୍ତି । ୨୦୨୨ ମସିହାରେ ତାଙ୍କ ଅମଳ ପ୍ରଣାଳୀକୁ ନିଜ ଦେଶରେ ଅନୁକରଣ ପାଇଁ ଜର୍ମାନୀ, କେନିୟା, ଆମେରିକା, ସାଉଦି ଆରବ ଓ ଓ୍ବେଷ୍ଟେଣ୍ଡିଜ ଆଦି ଦେଶରୁ ପ୍ରଫେସର ଆସି କ୍ଷେତ୍ର ପରିଦର୍ଶନ କରିଥିଲେ । ତେବେଗୋଲାମୁଣ୍ଡା ବ୍ଲକ୍‌ର ଲୋକେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ବେଳେ ସାନଚେରଗାଁ ଭଳି ଏକ ମଫସଲ ଗାଁର ଜଣେ ଉଚ୍ଚଶିକ୍ଷିତ ଯୁବକ ଚାଷକୁ ଜୀବିକା କରିବା ସହିତ ୨୦୦ରୁ ଅଧିକ ପରିବାରକୁ ପ୍ରତିପୋଷଣ କରି ପାରିଥିବାରୁ 'ମନ୍ କି ବାତ୍‌' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷ୍ଣଚନ୍ଦ୍ରଙ୍କୁ ଉଚ୍ଚ ପ୍ରସଂଶା କରିଛନ୍ତି । ତେବେ କୃଷ୍ଣଚନ୍ଦ୍ର ନାଗ କରିଥିବା କୃଷି ଉତ୍ପାଦକ ସଙ୍ଗଠନ ପ୍ରତିଷ୍ଠା ସମୟରେ ମୋଟ ଅଂଶଧନ ପୁଞ୍ଜି ମାତ୍ର ୧.୭୮ ଲକ୍ଷ ଟଙ୍କା ଥିଲା । ବର୍ତ୍ତମାନ ସଙ୍ଗଠନରେ ଅଂଶଧନଧାରୀଙ୍କ ସଂଖ୍ୟା ୨୧୨ ରେ ପହଞ୍ଚିଛି । ସେଥିମଧ୍ୟରୁ ୪୫ ଜଣ ମହିଳା ଅଛନ୍ତି । ଆର୍ଥିକ ବର୍ଷ ୨୦୨୩-୨୪ରେ ଆଗ୍ରହୀ ଚାଷୀ ଉତ୍ପାଦକ କମ୍ପାନିର ମୋଟ କାରବାର ୬.୫୭ ଲକ୍ଷ ଟଙ୍କା ଥିଲା । ଯାହା ବର୍ତ୍ତମାନ ୫୦ଲକ୍ଷ ଟଙ୍କାରେ ପହଞ୍ଚିଥିଲା ଏବଂ ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ୨ କାଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା ରଖିଛନ୍ତି କୃଷ୍ଣଚନ୍ଦ୍ର ।

Kalahandi Young Farmer Krushna Chandra Nag
Kalahandi Young Farmer Krushna Chandra Nag (ETV Bharat Odisha)
Kalahandi Young Farmer Krushna Chandra Nag
Kalahandi Young Farmer Krushna Chandra Nag (ETV Bharat Odisha)
  • କେମିତି ଓ କେବେଠୁ ଚାଷ ଆରମ୍ଭ କରିଥିଲେ ?

ଏନେଇ ଚାଷୀ କୃଷ୍ଣଚନ୍ଦ୍ର ନାଗ କହିଛନ୍ତି, "ମୁଁ ୧୯୯୬ ମସିହାରେ ଡ୍ରାଇଭର ଭାବେ କାମ କରୁଥିଲି । ସେହି ସମୟର ମାସିକ ଦରମା ବାବଦକୁ ୨୦୦୦ ହାଜର ୫୦୦ ସହ ଟଙ୍କା ପାଉଥିଲି । ଯାହା ପରିବାର ପ୍ରତିପୋଷଣ ସମ୍ଭବ ହେଉନଥିଲା । ଏହାପରେ ମୁଁ ବରଗଡ଼କୁ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲି । ଯେଉଁଥିରେ ମୁଁ ୮ ଘଣ୍ଟା କାମ କଲେ ୨୫ ଶହ ଟଙ୍କା ପାଉଥିଲି । ଫଳର ପରିବାର ପ୍ରତିପୋଷଣ କଷ୍ଟକର ଥିଲା । କାରଣ ଆମ ପରିବାର ସଦସ୍ୟ ସଂଖ୍ୟା ବେଶୀ । ସେହି ସମୟର ମୁଁ ଭାବିଲି ଯେ, ମୋର ପୌତୃକ ଜମି ଅଛି, ସେଥିରେ କିଛି କାମ କରିବି । ଏହା ଭାବି ମୁଁ ବରଗଡ଼ରୁ ଗାଁକୁ ଚାଲି ଆସିଲି । ପ୍ରଥମେ ୨୫ ଡିସିମିଲ ଜମିରେ ମୁଁ ଲଙ୍କା ଚାଷ କଲି । ଆଉ ସେହି ବର୍ଷ ମୁଁ ପ୍ରଥମ ଥର ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟବସାୟ କରିଥିଲି । ଏହାପରେ ମୁଁ ବାପାଙ୍କ ଠାରୁ ଆହୁରି ୧ ଏକର ଜମି ଆଣି ସେଥିରେ ମୁଁ ଲଙ୍କା, ଟମାଟୋ ଓ କଲରା ଚାଷ କଲି ଆଉ ସେହି ବର୍ଷ ମୁଁ ୬ ଲକ୍ଷ ଟଙ୍କା ରୋଜଗାର କରିଥିଲି ।

ଏହା ମଧ୍ୟ ପଢ଼ନ୍ତୁ...ସମନ୍ବିତ ଚାଷ କରି ସ୍ବାବଲମ୍ବୀ ଦମ୍ପତି, ମିଳିଛି ସଫଳ ଚାଷୀର ଟ୍ୟାଗ

ଏହା ମଧ୍ୟ ପଢ଼ନ୍ତୁ...ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ ବିନୟ, ସମାଜକୁ ସୁସ୍ଥ ରଖିବାକୁ ଲକ୍ଷ୍ୟ

  • ୨୦୦ ଚାଷୀଙ୍କୁ ସ୍ବାବଲମ୍ବୀ:

କୃଷ୍ଣଚନ୍ଦ୍ର ନାଗ ଆହୁରି କହିଛନ୍ତି, "ପରିଶ୍ରମର ଫଳ ସ୍ବରୂପ ଆଜି ୧୭ ବର୍ଷ ଭିତରେ ମୋଟ ୧୬ ଏକର ଜମିରେ ଚାଷ କରି ମୁଁ ୨୦୨୨ ମସିହାରେ ୭୫ ଲକ୍ଷ୍ୟ ଟଙ୍କା ପାଇଥିଲି । ୨୦୨୩ରେ ମୋର ଟର୍ଣ୍ଣ ଓଭର ଥିଲା ୧ କୋଟି ୪୨ ଲକ୍ଷ ଟଙ୍କା । ସେଥି ମଧ୍ୟରୁ ମୁଁ ୮୫ ଲକ୍ଷ ଟଙ୍କା ଲାଭ ପାଇଥିଲି । ଆମ ଅଞ୍ଚଳରେ ଅନେକ ଲୋକ ବିଦେଶ ଯାଇ କାମ କରୁଥିଲେ ଓ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମୁଁ ପ୍ରଥମେ ୧୦ ଜଣ ଚାଷୀକୁ ନେଇ ଗୋଟିଏ FPO କଲି ଓ ୨୦୦ ଚାଷୀକୁ ଏଥିରେ ଯୋଡ଼ିକି ଆମର FPOର ଟର୍ଣ୍ଣଓଭର ଦେଢ଼କୋଟି ଟଙ୍କା ହେଉଛି । ଯେଉଁଥିରେ ଅଞ୍ଚଳର ଅନେକ ଶ୍ରମିକଙ୍କୁ ଏଥିରେ ନିଯୁକ୍ତି ମଧ୍ଯ ଦେଇ ପାରିଛୁ । ବଜାର ବ୍ୟବସ୍ତା କହିଲେ, ଆମେ ଜିଲ୍ଲା ତଥା ରାଜ୍ଯ ବାହାରକୁ ମଧ୍ଯ ରପ୍ତାନି କରି ପାରୁଛୁ । ବିଶେଷ କରି ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ଅଞ୍ଚଳରୁ ବହୁଳ ମାତ୍ରାରେ ବ୍ୟବସାୟୀ ଆସୁଛନ୍ତି । ଆଉ ଦେଶର ପ୍ରଧାନମନ୍ତ୍ରୀ ମନକି ବାତ୍ କାର୍ଯ୍ୟକ୍ରମରେ ମୋ ବିଷୟରେ କହିଛନ୍ତି । ତାହା ଶୁଣି ମୁଁ ବହୁତ ଖୁସି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.