ETV Bharat / business

ସଞ୍ଚୟ ନା ନିବେଶ ? କ'ଣ କଲେ ପାଇବେ ଧନୀ ହେବାର ସୌଭାଗ୍ୟ ଜାଣନ୍ତୁ - Saving Vs Investing

author img

By ETV Bharat Odisha Team

Published : Jul 26, 2024, 6:24 PM IST

Saving Vs Investing: ନିବେଶ କରିବାକୁ ଚାହୁଁଛନ୍ତି କି ? ଉପାର୍ଜିତ ଅର୍ଥ ସଞ୍ଜୟ କରୁଛନ୍ତି କି ? ଏହି ଦୁଇଟି ମଧ୍ୟରୁ କେଉଁଟା ଠିକ୍? କିପରି ହେବେ ଲାଭବାନ ଜାଣନ୍ତୁ

Saving Vs Investing
Saving Vs Investing (ETV Bharat)

ହାଇଦ୍ରାବାଦ: ଦୁନିଆରେ ଏମିତି କେହି ବ୍ୟକ୍ତି ନାହାନ୍ତି, ଯିଏ ଧନୀ ହେବାକୁ ଚାହାନ୍ତି ନାହିଁ। ଆଜିକାଲି ନିବେଶର ଟ୍ରେଣ୍ଡ ଚାଲିଥିବାବେଳେ କେଉଁ ସମୟରେ ନିବେଶ କରିବା ଉଚିତ୍ ବା ଅନୁଚିତ୍ ନିବେଶକାରୀଙ୍କ ମନରେ ପ୍ରଶ୍ନ ରହିଥାଏ । ସେହିପରି ନିବେଶ ନା ସଞ୍ଚୟ କେଉଁଥିରେ ଅଧିକ ଲାଭ ମିଳିଥାଏ ଏହି ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ରହିଛି ।

ସଞ୍ଚୟ କ'ଣ?

ସଞ୍ଚୟର ଅର୍ଥ ହେଉଛି ନିଜ ଉପାର୍ଜିତ ଅର୍ଥର କିଛି ଅଂଶ ଅଲଗା ରଖିବା । ଅତ୍ୟାବଶ୍ୟକ ସ୍ଥଳେ ଏହି ଅର୍ଥରଶିର ବ୍ୟବହାର କରାଯାଏ । ସଞ୍ଚିତ ଅର୍ଥକୁ ଭବିଷ୍ୟତରେ ଘର, ଫ୍ଲାଟ, ଜମି ଆଦି କିଣିବାରେ ମଧ୍ୟ ବ୍ୟବହାର କରାଯାଏ । ଅଯଥା ଖର୍ଚ୍ଚକୁ ଏଡାଇବା ପାଇଁ ଅର୍ଥ ସଞ୍ଚୟ କରାଯାଇଥାଏ ।

ନିବେଶ କ'ଣ?

ନିବେଶ କରିବା ଦ୍ବାରା ଟଙ୍କା ରିଟର୍ଣ୍ଣ ମିଳିଥାଏ । ଟଙ୍କାର ପରିମାଣ ବୃଦ୍ଧି କରାଇବାରେ ଏହା ସହାୟକ ହୋଇଥାଏ । ନିବେଶ କରିବା ଦ୍ବାରା କମ୍ ସମୟରେ ଅର୍ଥରାଶିର ପରିମାଣ ବଢିଥାଏ । ହେଲେ ସଞ୍ଚୟ କ୍ଷେତ୍ରରେ ଏପରି ହୁଏନାହିଁ । ତେବେ ବଣ୍ଡ, ଷ୍ଟକ୍, ମ୍ୟୁଚୁଆଲ ଫଣ୍ଡ, ରିଏଲ ଇଷ୍ଟେଟ୍ ଆଦି କ୍ଷେତ୍ରରେ ଅର୍ଥ ନିବେଶ କରାଯାଏ ।

ଟ୍ୟାକ୍ସ ପ୍ରଫିଟ୍:

ଷ୍ଟକ୍, ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଦ୍ବାରା ସମୟ ଅନୁସାରେ ଅର୍ଥର ପରିମାଣ ବଢିବା ସହ ବ୍ୟାପକ ଲାଭ ମିଳିଥାଏ । କେତେକ କ୍ଷେତ୍ରରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିନଥାଏ । ନିବେଶରେ ଆୟ ଅର୍ଥ କମ୍ପାଉଣ୍ଡ ଇଣ୍ଟ୍ରେଷ୍ଟ ଭାବେ ବଢିଥାଏ । ବିଶେଷ ଭାବେ ଦୀର୍ଘକାଳିନ ନିବେଶକଙ୍କ କ୍ଷେତ୍ରରେ ଏହା ବେଶ ଲାଭବାନ ହୋଇଥାଏ ।

କମ୍ ବୟସରେ ନିବେଶ କରନ୍ତୁ:

ଅର୍ଥ ଉପାର୍ଜନ କରିବା ଆରମ୍ଭ କରିବା ମାତ୍ରେ ନିବେଶ କରିବା ଆବଶ୍ୟକ । ଏପରି କରିବା ଦ୍ବାରା ପିଲାମାନଙ୍କ ଶିକ୍ଷାରୁ ଆରମ୍ଭ କରି ଅବସର ପରେ ମଧ୍ୟ ଅନେକ ସହାୟକ ହୋଇଥାଏ ।

ସଞ୍ଚୟ ଓ ନିବେଶ ମଧ୍ୟରୁ ସବୁଠୁ ଭଲ କ'ଣ?

ଯଦିଓ ସଞ୍ଚୟ ଓ ନିବେଶ ଦୁଇଟିରେ ଆର୍ଥିକ ଲାଭ ମିଳିଥାଏ, ଏହା ସମୟ ସୀମା ଓ ଧୈର୍ଯ୍ୟ ଉପରେ ନିର୍ଭର କରିଥାଏ । ସଞ୍ଚୟ କାରଣରୁ ଆମକୁ ଆର୍ଥିକ ସୁରକ୍ଷା ମିଳିଥାଏ । ସେହିପରି ନିବେଶ କରିବା ଯୋଗୁ ବଡ଼ ଧରଣର ଲାଭ ମିଳିଥାଏ । ସଞ୍ଚୟ ଠାରୁ ଅପେକ୍ଷାକୃତ ଫଳପ୍ରଦ ରହିଥାଏ ବିନିଯୋଗ । ସମାନ ଢଙ୍ଗରେ ଏହା ବିପଦପୂର୍ଣ୍ଣ ମଧ୍ୟ ରହିଥାଏ । ତେଣୁ ଏହି ଦୁଇଟିରେ ସନ୍ତୁଳନ ରକ୍ଷା କରିବା ଦ୍ବାରା ଆପଣ ଆର୍ଥିକ ଲାଭବାନ ହୋଇପାରିବେ । ଅର୍ଥାତ, ଆୟର କିଛି ଅଂଶ ସ୍ବଳ୍ପ ମିଆଦି ଆବଶ୍ୟକତା ପାଇଁ ସଞ୍ଚୟ କରିବା ଉଚିତ । ଆଉ କିଛି ଅଂଶ ବିନିଯୋଗ କରିବା ଦ୍ବାରା ଦୁଇଟି କ୍ଷେତ୍ରରେ ଲାଭବାନ ହେବେ । କିମ୍ବା ବିନିଯୋଗରେ କ୍ଷତି ସହିଲେ ମଧ୍ୟ ସଞ୍ଚିତ ଅର୍ଥରାଶି ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହେବ ।

ଏହା ବି ପଢନ୍ତୁ...ବଜେଟରେ ଯୁବ ବର୍ଗଙ୍କୁ ଫୋକସ୍‌: ନବ ନିଯୁକ୍ତ EPFO ଧାରୀଙ୍କୁ ମିଳିବ ଏକ ମାସର ଦରମା, ବଡ କମ୍ପାନୀରେ ଇଣ୍ଟର୍ନସିପ୍ କଲେ ପ୍ରୋତ୍ସାହନ, ଚାକିରିଆ ମହିଳାଙ୍କ ପାଇଁ ହଷ୍ଟେଲ - Union Budget 2024

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.