ETV Bharat / health

ଆଲାର୍ଜି କାହିଁକି ହୁଏ ? ଏଥିରୁ ମୁକ୍ତି ପାଇବାକୁ କେଉଁ ଉପାୟ ଆପଣାଇବେ, ଜାଣନ୍ତୁ - Allergies And Its Prevention

author img

By ETV Bharat Odisha Team

Published : Aug 1, 2024, 5:38 PM IST

Allergies And Its Prevention: ଆଲାର୍ଜି କାହିଁକି ହୁଏ, ଏହାର ପ୍ରତିକାର କିପରି କରିବେ ? ବର୍ଷା ଦିନେ ଏଭଳି ସମସ୍ୟାରୁ କିପରି ମୁକ୍ତି ପାଇବେ ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ ।

Allergies And Its Prevention
Allergies And Its Prevention (ETV Bharat Odisha & Getty Images)

ନିମାପଡ଼ା: 'ଆଲାର୍ଜି' ବିଭିନ୍ନ କାରଣରୁ ହୋଇଥାଏ । ଏହାର ଲକ୍ଷଣ ମଧ୍ୟ ବିଭିନ୍ନ ପ୍ରକାରର ହୋଇଥାଏ । ଯେପରିକି ହାତ ପାଦ କୁଣ୍ଡାଇ ହେବା ବା ଶରୀରର କୌଣସି ଅଂଶ ନାଲି ପଡ଼ିଯିବା ଭଳି ଲକ୍ଷଣ ଦେଖାଦିଏ । ସେହିପରି କାଶ, ଛିଙ୍କ ଆଦି ହେବା ମଧ୍ୟ 'ଆଲାର୍ଜି'ର ଲକ୍ଷଣ । ମୁଖ୍ୟତଃ ଥଣ୍ଡା ସମୟରେ ଅର୍ଥାତ୍ ଶୀତ କିମ୍ବା ବର୍ଷା ଦିନରେ ଏହା ଅଧିକ ମାତ୍ରାରେ ଦେଖାଦେଇଥାଏ । ତେବେ ଏହାର କାରଣ ଓ ନିରାକରଣ ସମ୍ପର୍କରେ ଡାକ୍ତର ଆଶୁତୋଷ ଜେନାଙ୍କ ପରାମର୍ଶ ବିଷୟରେ ଆସନ୍ତୁ ଜାଣିବା ।

ଆଲାର୍ଜିର କାରଣ:
ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ କିମ୍ବା ଖାଦ୍ୟପେୟରେ ସମସ୍ୟା ହେଲେ ଆଲର୍ଜି ହୋଇଥାଏ । ଡାକ୍ତର ଆଶୁତୋଷ ଜେନାଙ୍କ କହିବା ଅନୁସାରେ, "ଆଜିକାଲି ପନିପରିବା ବା ମାଛ ମାଂସରେ ମଧ୍ୟ କେମିକାଲ ବ୍ୟବହୃତ ହେଉଛି । ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ଖାଦ୍ୟ ଉତ୍ପାଦନ ପାଇଁ ବିଭିନ୍ନ ରାସାୟନିକ ପଦାର୍ଥର ବ୍ୟବହାର କରାଯାଉଛି । ଯାହାକୁ ଶରୀର ଗ୍ରହଣ କରିନପାରିଲେ ଅନେକ ସମୟରେ ଶରୀରରେ ଆଲାର୍ଜି ସୃଷ୍ଟି କରୁଛି । ସେହିପରି ଧୂଳି, କିମ୍ବା ଛୋଟ ଛୋଟ ପଦାର୍ଥ ବାୟୁ ସହ ମିଶି ଶ୍ବାସକ୍ରିୟା ବେଳେ ଶରୀର ଭିତରକୁ ପ୍ରବେଶ କରି ଆଲାର୍ଜିର କାରଣ ହେଉଛି । ବେଳେ ବେଳେ ମେଡିସିନ ଖାଇଲେ ମଧ୍ୟ ଆଲାର୍ଜି ହୋଇଥାଏ । "

Allergies symptoms
Allergies symptoms (Getty Images)

ଆଲାର୍ଜିର ଲକ୍ଷଣ:

ଦେହ ସାରା ଫଳି ଯିବା ଦାଗ ହୋଇଯିବା । ଧଇଁ ସଇଁ ହେବା ହେଉଛି ଆଲାର୍ଜିର ପ୍ରମୁଖ ଲକ୍ଷଣ । ଏହି ଆଲାର୍ଜିି ସବୁବର୍ଗର ଲୋକମାନଙ୍କ ଠାରେ ଦେଖାଯାଇଥାଏ । ବିଶେଷ କରି ଥଣ୍ତା ,କାଶ, ଛିଙ୍କ,ସହିତ ସ୍କିନ ଆଲାର୍ଜିିି ହୋଇଥାଏ । ଡଷ୍ଟ ଆଲାର୍ଜିି ହେବାର ଲକ୍ଷଣ ହେଉଛି ଛିଙ୍କ ବାରମ୍ବାର ହେବା, ନାକ ବନ୍ଦ ହେବା ପରି ଲାଗିବା ଓ ନିଶ୍ବାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା । ସେହିପରି ଆଖିରୁ ପାଣି ବାହାରିବା ପରି ଲକ୍ଷଣ ଦେଖାଯିବା ସହିତ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି । ଏହା ସାଧାଣତଃ ବାୟୁ ସଂକ୍ରମିତ ହୋଇ ଶରୀରକୁ ଆସିଥାଏ । ସେହିପରି ଫୁଡ୍ ଆଲାର୍ଜିି ହେଲେ ଦେହ ସାରା ଫଳି ଯିବା ସହିତ କୁଣ୍ଡାଇ ହୋଇ ଶରୀରରେ ଦାଗ ହୋଇଥାଏ" ବୋଲି କହିଛନ୍ତି ଡାକ୍ତର ।

ଏହା ବି ପଢନ୍ତୁ...ଶୀଘ୍ର ଋତୁସ୍ରାବ ହେଉଥିଲେ ହୋଇଯାଆନ୍ତୁ ସତର୍କ, ଭବିଷ୍ୟତରେ ଭୋଗିପାରନ୍ତି ବଡ଼ ଅସୁବିଧା - Early Periods And Awareness

Allergies symptoms
Allergies symptoms (Getty Images)

ଆଲାର୍ଜିର ନିରାକରଣ:

ଆଲାର୍ଜି ଠାରୁ ଦୂରେଇ ରହିବା ପାଇଁ ଆମକୁ ସବୁବେଳେ ସଜାଗ ରହିବା ଦରକାର । ଡଷ୍ଟ ଆଲାର୍ଜିରୁ ଦୂରେଇ ରହିବାକୁ ହେଲେ ସବୁ ବେଳେ ମାସ୍କ ବ୍ୟବହାର କରିବା ସହିତ କୌଣସି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ଆଶୁତୋଷ ଜେନା ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.