ETV Bharat / state

ପାଠପଢାରୁ ମୁହଁ ଫେରାଉଛନ୍ତି କି ପିଲା ? ଆରମ୍ଭ ହେଲାଣି ଯୁକ୍ତ ଦୁଇ ପାଠପଢା, ଖାଲି ପଡ଼ିଛି ଦେଢ଼ ଲକ୍ଷରୁ ଅଧିକ ସିଟ୍ - plus two seats Vacancy

author img

By ETV Bharat Odisha Team

Published : Aug 2, 2024, 10:46 PM IST

PLUS TWO SEATS VACANCY: ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢା । କଲେଜ ଗୁଡ଼ିକରେ ନାମ ଲେଖା ସରିଥିବାବେଳେ ଖାଲି ପଡିଛି ଦେଢ଼ ଲକ୍ଷରୁ ଅଧିକ ସିଟ୍ । ସେପଟେ ସରକାରଙ୍କୁ ଘାରିଛି ଡ୍ରପଆଉଟ ଚିନ୍ତା । ଅଧିକ ପଢନ୍ତୁ

PLUS TWO SEATS VACANCY
PLUS TWO SEATS VACANCY (ETV Bharat Odisha)

ଭୁବନେଶ୍ବର: ଆରମ୍ଭ ହେଲାଣି ପାଠପଢା । ଯୁକ୍ତ ଦୁଇରେ ଖାଲି ପଡ଼ିଛି ଦେଢ଼ ଲକ୍ଷରୁ ଅଧିକ ସିଟ । ୨୦୨୪- ୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠ ପଢା ଆରମ୍ଭ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ଦେଢ଼ ଲକ୍ଷରୁ ଅଧିକ ସିଟ୍ ବଳକା ହୋଇଛି । ତେବେ ଦଶମ ଶ୍ରେଣୀ ପାସ କରିବା ପରେ ଅଧିକାଂଶ ପିଲାମାନେ ପାଠ ଛାଡୁଛନ୍ତି । ଏହାସହ ଅନ୍ୟ ଆଇଟିଆଇ କିମ୍ବା ଅନ୍ୟ ବୈଶୟିକ ଶିକ୍ଷା ଆପଣାଉଛନ୍ତି । ଯାହା ଫଳରେ ଲକ୍ଷ ଲକ୍ଷ ସିଟ୍ ବଳକା ରହୁଛି ।

ଚଳିତ ବର୍ଷ ଯୁକ୍ତ ଦୁଇ ନାମଲେଖା ତଥ୍ୟ

ରାଜ୍ୟରେ ମୋଟ ୨ ହଜାର ୩୪୧ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ୫ ଲକ୍ଷ ୪୭ ହଜାର ୯୯୩ ଟି ସିଟ୍ ରହିଛି । ସେଥିମଧ୍ୟରୁ କଳାରେ ୩ ଲକ୍ଷ୍ୟ ୧୦ ହଜାର ୮ଟି ସିଟ୍ ରହିଥିବାବେଳେ ବିଜ୍ଞାନରେ ୧ ଲକ୍ଷ୍ୟ ୭୩ ହଜାର ୩୮୯, ବାଣିଜ୍ୟରେ ୪୧ ହଜାର ୦୮୦, ସଂସ୍କୃତରେ ୧୩ ହଜାର ୧୨୦, ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୩୯୬ଟି ସିଟ୍ ରହିଛି । ତେବେ ଚଳିତବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ୍ୟ ୮୮ ହଜାର ୪୫୦ଟି ସିଟ ଖାଲି ପଡ଼ିଛି ବୋଲି ସାମସ ଠାରୁ ସୂଚନା ମିଳିଛି । ତେବେ ଚଳିତ ବର୍ଷ ୫ ଲକ୍ଷ୍ୟ ୪୭ ହଜାର ୯୯୩ ଟି ସିଟ୍ ରହିଥିବାବେଳେ ସମସ୍ତ ବିଷୟରେ ୩ ଲକ୍ଷ୍ୟ ୫୯ ହଜାର ୫୪୩ ଜଣ ପିଲା ନାମାଲେଖାଇଛନ୍ତି । ବାକି ୧ ଲକ୍ଷ୍ ୮୮ ହଜାର ୫୪୦ଟି ସିଟ ବଳକା ହୋଇଛି ।

ପ୍ରତ୍ୟେକ ବର୍ଷ ବଢୁଛି କଲେଜ ସଂଖ୍ୟା ହେଲେ ସିଟ ସଂଖ୍ୟା ବଳକା ରହିଛି

ସାମସ୍ ତଥ୍ୟ ଅନୁସାରେ, "୨୦୨୩ -୨୪ ଶିକ୍ଷା ବର୍ଷରେ ୨ ହଜାର ୨୧୬ ଟି ଯୁକ୍ତଦୁଇ କଲେଜ ରହିଥିବା ବେଳେ ସିଟ୍ ସଂଖ୍ୟା ରହିଥିଲା ୫ ଲକ୍ଷ୍ୟ ୨୪ ହଜାର ୪୧୪ । ସେଥିମଧ୍ୟରୁ କଳା ବିଜ୍ଞାନ ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷା ଏବଂ ସଂସ୍କୃତ ବିଭାଗରେ ମୋଟ ୪ ଲକ୍ଷ୍ୟ ୧୩ ହଜାର ୬୮୦ ଟି ସିଟ ପୂରଣ ହୋଇଥିଲା । ବାକି ୧ ଲକ୍ଷ ୧୦ ହଜାର ୭୩୪ ସିଟ ବଳକା ରହିଥିଲା । ସେହିପରି "୨୦୨୨- ୨୩ ଶିକ୍ଷା ବର୍ଷରେ ମୋଟ ଯୁକ୍ତ ଦୁଇ କଲେଜ ସଂଖ୍ୟା ୨୦୬୮ ରହିଥିବାବେଳେ ମୋଟ ସିଟ୍ ରହିଥିଲା ୫ ଲକ୍ଷ ୯ ହଜାର ୬୫୬ । ସେଥିମଧ୍ୟରୁ ୩ ଲକ୍ଷ୍ୟ ୬୬ ହଜାର ୯୨୪ଟି ସିଟ ପୂରଣ ହୋଇଥିଲା । ତେବେ ବାକି ୧ ଲକ୍ଷ୍ୟ ୪୨ ହଜାର ୭୩୨ ସିଟ ବଳକା" ରହିଥିବା ନେଇ ସାମସ ତଥ୍ୟରୁ ଜଣାପଡ଼ିଛି ।

ତେବେ ପ୍ରତିବର୍ଷ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ କଲେଜ ବଢିବା ସହିତ ବିଭିନ୍ନ ବିଭାଗରେ ମଧ୍ୟ ସିଟ ବୃଦ୍ଧି ଘଟୁଛି । କିନ୍ତୁ ବିଭାଗର ତଥ୍ୟ ଆଧାରରେ ଦେଖାଗଲେ ଅନେକ କଲେଜରେ ସିଟ ପୂରଣ ହୋଇପାରୁନାହିଁ । ଯାହା ଫଳରେ ହଜାର ହଜାର ସିଟ୍ ଖାଲି ପଡ଼ିଥିବା ସାମସ ତଥ୍ୟରୁ ଜଣାପଡିଛି । ଏପଟେ ସମାନ ସ୍ଥିତି ଦେଖିବାକୁ ମିଳିଛି ଯୁକ୍ତ ତିନି ବିଭାଗରେ ।ଏକ ଲକ୍ଷ ଉପରେ ରହିଛି ବଳକା ସିଟ । ବର୍ତ୍ତମାନ ସମୟରେ ନାମ ଲେଖା ଚାଲିଥିବାବେଳେ ଏଭଳି ସିଟ ଖାଲି ପଡିବା ନେଇ ଅନେକ ପ୍ରଶ୍ମବାଚୀ ସୃଷ୍ଟି କରୁଛି ।

ଯୁକ୍ତ ତିନିର ସମାନ ସ୍ଥିତି

ସାମସ ତଥ୍ୟ ଅନୁଯାୟୀ, ରାଜ୍ୟରେ ୧ ହଜାର ୫୬ ଟି କଲେଜ ରହିଥିବାବେଳେ କଳା ବିଭାଗରେ ରହିଛି ୧ ଲକ୍ଷ ୫୪ ହଜାର ୮୨୮ଟି ସିଟ । ଏଥିରୁ ଖାଲି ପଡ଼ିଛି ୪୬ ହଜାର ୫୦ଟି ସିଟ । ସେହିପରି ଭାବରେ ପଦାର୍ଥ ବିଜ୍ଞାନରେ ୪୫ ହଜାର ୭୧ଟି ସିଟ ରହିଥିବାବେଳେ ଖାଲି ପଡ଼ିଛି ୨୧ ହଜାର ୯୬୪ ଟି ସିଟ । ସେହିପରି ଭାବରେ "ବାୟୋଲୋଜିକାଲ ସାଇନ୍ସରେ ସିଟ ରହିଛି ୨୮ ହଜାର ୨୨୮ଟି । ସେଥିମଧ୍ୟରୁ ୯ ହଜାର ୧୨୬ ସିଟ ଖାଲି ପଡ଼ିଛି । ଏପଟେ ବାଣିଜ୍ୟରେ ୩୧ ହଜାର ୯୬୪ ସିଟ ରହି ଥିବାବେଳେ ଖାଲି ପଡ଼ିଛି ୧୬ ହଜାର ୫୩୬ ସିଟ । ଏହିପରି ରାଜ୍ୟରେ ୨ ଲକ୍ଷ ୭୪ ହଜାର ୧୫୧ଟି ସିଟ ରହିଛି । ୧ ଲକ୍ଷ୍ୟ ୭୧ ହଜାର ୮୨୧ଟି ସିଟରେ ନାମ ଲେଖା ହୋଇଥିବାବେଳେ ୧ ଲକ୍ଷ ୨ ହଜାର ୩୩୦ ସିଟ ଖାଲି ପଡ଼ିଛି ବୋଲି ସାମସ ତଥ୍ୟ ଅନୁଯାୟୀ ଦିଆଯାଇଛି । ବର୍ତ୍ତମାନ ସମୟରେ ଯୁକ୍ତି ତିନିରେ ନାମ ଲେଖା ଚାଲିଥିବାବେଳେ ଆଗକୁ ମଧ୍ୟ ସିଟ ବଳକା ହେବାର ସମ୍ଭାବନା ରହିଛି ।

ଡ୍ରଫଆଉଟକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, "ଡ୍ରଫଆଉଟକୁ ନେଇ ରାଜ୍ୟ ସରକାର ଚିନ୍ତାରେ ରହିଛନ୍ତି । ରାଜ୍ୟରେ କିଭଳି ଭାବରେ ଡ୍ରଫଆଉଟ୍ କମିବ ସେନେଇ ପଦକ୍ଷେପ ନିଆଯାଉଛି । ଏନେଇ ବଜେଟରେ ମଧ୍ୟ ଯୋଜନା କରାଯାଇଛି । ମାଧୋ ସିଂ ହାତ ଖର୍ଚ୍ଚ ପିଲାଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ । ଯାହା ଫଳରେ ଆଗାମୀ ଦିନରେ ଡ୍ରାଫଆଉଟ୍ କମିବ । ଏନେଇ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଉଦ୍ୟମ କରୁଛନ୍ତି ।"

ଶିକ୍ଷାବିତଙ୍କ ପ୍ରତିକ୍ରିୟା

ଏନେଇ ଶିକ୍ଷାବିତ ଜଳିଲ ଖାଁ କହିଛନ୍ତି ଯେ,"ଚଳିତ ଶିକ୍ଷା ବର୍ଷରେ ଏତେ ମାତ୍ରାରେ ସିଟ ଖାଲି ପଡିବା ଏକ ଚିନ୍ତାର ବିଷୟ । ଏବେ ନାମୀଦାମୀ କଲେଜରେ ମଧ୍ୟ ହଜାର ହଜାର ମାତ୍ରାରେ ସିଟ ଖାଲି ପଡ଼ୁଛି । ରାଜ୍ୟରେ ଦଶମ ପାସ ପରେ ଅନେକ ପିଲାମାନେ ଆର୍ଥିକ ସମସ୍ୟା ଯୋଗୁଁ ଅଧାରୁ ପାଠ ପଢା ଛାଡୁଛନ୍ତି । ଅନେକ ପିଲା ମଧ୍ୟ ଚାକିରି ଆଶାରେ ଅଲଗା ପାଠ୍ୟକ୍ରମ ପଢିବାକୁ ପସନ୍ଦ କରୁଛନ୍ତି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.