ETV Bharat / state

ଲୁଟେରାଙ୍କ ଗୁଳିରେ 2 ମୃତ, ସଟର ଭିତରେ ଲୁଚିଥିଲା ଦୁର୍ବୃତ୍ତ - FIRING FOR LOOTS

ବାଇକରେ ଆସି ଗୁଳିମାଡ କଲେ ଦୁଇ ଦୁର୍ବୃତ୍ତ । ସଟର ଭିତରେ ଲୁଚିଛି ଜଣେ ଦୁର୍ବୃତ୍ତ । ବାହାରେ ଉତ୍ୟକ୍ତ ଲୋକଙ୍କ ଭିଡ । ପହଞ୍ଚୁଛି ଅଧିକ ଫୋର୍ସ ।

ସୁନା ଦୋକାନରେ ଗୁଳିମାଡ କରି ଲୁଟ୍‌ ଉଦ୍ୟମ, ଜଣେ ମୃତ
ସୁନା ଦୋକାନରେ ଗୁଳିମାଡ କରି ଲୁଟ୍‌ ଉଦ୍ୟମ, ଜଣେ ମୃତ (ETV Bharat Odisha)
author img

By ETV Bharat Odisha Team

Published : Jan 4, 2025, 3:51 PM IST

Updated : Jan 4, 2025, 5:26 PM IST

ଯାଜପୁର: ଦିନ ଦ୍ବିପ୍ରହରେ ସୁନା ଦୋକାନରୁ ଲୁଟ୍‌ ପାଇଁ ଗୁଳିମାଡ । ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ନାମକ ଏକ ସୁନା ଦୋକାନରୁ ଦୁର୍ବୃତ୍ତମାନେ ସଶସ୍ତ୍ର ଲୁଟ୍‌ ଉଦ୍ୟମ କରି ଅତର୍କିତ ଗୁଳିମାଡ କରିଛନ୍ତି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ତାଙ୍କ ନାମ ନୀଳମାଧବ ପଣ୍ଡା ଓ ସେ ସମ୍ପୃକ୍ତ ଦୋକାନର କର୍ମଚାରୀ ବୋଲି ଜଣାପଡିଛି । ଅନ୍ୟଜଣେ କର୍ମଚାରୀଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

  • 4ରୁ ଅଧିକ ଦୁର୍ବୃତ୍ତ ଆସିଥିବା ସୂଚନା:-

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ସମୟ ପ୍ରାୟ ସାଢେ 2ଟା ସମୟରେ 4 ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ଉକ୍ତ ଦୋକାନ ସମ୍ମୁଖରେ ପହଞ୍ଚିଥିଲେ । ହଠାତ ଗୁଳିମାଡ କରି ଦୋକାନରୁ ଗହଣା ଓ ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ । ଏକାଧିକ ରାଉଣ୍ଡ ଫାଏରିଂ କରି ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକ ଜଣକୁ କାବୁ କରିଥିଲେ । ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଉଭୟଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ବାଇକ୍‌ ଜବତ ହେଇଛି ।

ଲୁଟେରାଙ୍କ ଗୁଳିରେ 2 ମୃତ (ETV Bharat odisha)
  • ସଟର ଭିତରେ ଦୁର୍ବୃତ୍ତ, ବାହାରେ ଉତ୍ୟକ୍ତ ଲୋକେ

ଦୋକାନ ମଧ୍ୟରେ ପଶିଥିବା ଜଣେ ଦୁର୍ବୃତ୍ତ ସେଠାରୁ ଫେରାର ହୋଇପାରିନି । ଫଳରେ ସେ ସଟର ଭିତରେ ଲୁଚିଥିବା ଖବର ମିଳିଛି । ଅଭିଯୁକ୍ତର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବାହାରେ ହଜାର ହଜାର ଉତ୍ୟକ୍ତ ଲୋକ ରୁଣ୍ଡ ହୋଇଛନ୍ତି । କୌଣସି ଅଘଟଣ ଆଶଙ୍କାର ପୋଲିସ ସଟର ଖୋଲୁନାହିଁ । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଉଛି । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୋଲିସ ସମ୍ପୃକ୍ତ ଲୁଟେରାକୁ ବାହାରକୁ ଆଣି ଗିରଫ କରିବ ବୋଲି ସୂଚନା ମିଳିଛି ।

ଦୋକାନ ମଧ୍ୟରେ ଥିବା ଲୁଟେରାର ଫଟୋ
ଦୋକାନ ମଧ୍ୟରେ ଥିବା ଲୁଟେରାର ଫଟୋ (ETV Bharat odisha)

ଏହା ମଧ୍ୟ ପଢନ୍ତୁ:-

ନାବାଳିକାକୁ ହତ୍ୟା ପରେ କାଟିବା ଘଟଣା, ଅପରାଧ ପୂର୍ବରୁ କ୍ରାଇମ ସୋ' ଦେଖିଥିଲା ଅଭିଯୁକ୍ତ !

ଭୟଙ୍କର ବାଣ ବିସ୍ଫୋରଣରେ ଉଡିଲା ଛାତ ଭାଙ୍ଗିଲା ଘର, 2 ମୃତ

ଘାଟିରୁ ଖସିଲା ସେନା ଗାଡି, ଆଖି ବୁଜିଲେ 3 ଯବାନ

  • ୩ଟି ବାଇକରେ ପ୍ରାୟ ୭ ଜଣ ଦୁର୍ବୃତ୍ତ

3ଟି ବାଇକରେ ଆସିଥିଲେ 6ରୁ 7ଜଣ ଦୁର୍ବୃତ୍ତ । ବନ୍ଧୁକ ଦେଖାଇ ଦୋକାନର 5 କେଜିରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟି ନେଇଥିଲେ । ଏହି ସମୟରେ ଦୋକାନ କର୍ମଚାରୀମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଲୁଟେରାମାନେ ଘଟଣାସ୍ଥଳରୁ ବାଇକ୍ ଧରି ଖସି ପଳେଇବାକୁ ଉଦ୍ୟମ କରିଥିଲେ । ତେବେ ଡ଼କାୟତଙ୍କ ଗୁଳିରେ ଦୁଇଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କ ମଧ୍ୟରେ ଜଣେ ବିଦ୍ୟୁତ୍ ମରାମତି କାମ ପାଇଁ ଆସିଥିବା କର୍ମଚାରୀ ସୋତି ଅଞ୍ଚଳର ନୀଳମାଧବ ପଣ୍ଡା ଓ ଅନ୍ୟ ଜଣେ ଦୋକାନ କର୍ମଚାରୀ କଳସଡିହ ଗ୍ରାମର ସୁନିଲ ରାୟ ବୋଲି ଜଣାପଡିଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲକୁ ପଠାଯାଇଥିଲା । ନୀଳମାଧବଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ସୁନିଲଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିଲା । ଏଥିରେ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି । ମାତ୍ର ଉଭୟଙ୍କୁ ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର ।

  • ଘଟଣାସ୍ଥଳରେ ଡିଆଇଜି-ଏସପି

ଡିଆଇଜି ଚରଣ ସିଂ ମୀନା, ଏସପି ୟସ ପ୍ରତାପ ଶ୍ରୀମଲଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ । ଦୀର୍ଘ ସମୟ ଧରି ଲୋକଙ୍କୁ ବୁଝାସୁଝା କରିବା ପରେ ଦୋକାନ ଭିତରେ ବନ୍ଦ ସଟର ମଧ୍ୟରେ ପୋଲିସ ହେପାଜତରେ ଥିବା ଡକାୟତକୁ ଲୋକଙ୍କ ଭିଡରୁ ନିଜ ଅକ୍ତିଆରକୁ ନେବାକୁ ସକ୍ଷମ ହୋଇଥିଲା ପୋଲିସ । ସେପଟେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି l

ଏସପି କହିଛନ୍ତି,‘‘ତଦନ୍ତ ଚାଲିଛି । କୌଣସି ବିଭ୍ରାନ୍ତିକର ତଥ୍ୟକୁ ପ୍ରସାରିତ କରନ୍ତୁ ନାହିଁ । ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରୁଛୁ । ଫୋରେନସିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏବେ ସୁଦ୍ଧା ପୋଲିସ କବଜାରେ ଦୁଇ ଜଣ ଅଭିଯୁକ୍ତ ରହିଛନ୍ତି । ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯିବ ।’’

ଇଟିଭି ଭାରତ, ଯାଜପୁର

Last Updated : Jan 4, 2025, 5:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.