ରାୟପୁର: ଛତିଶଗଡରେ ବିଜାପୁରର ଯୁବ ସାମ୍ବାଦିକଙ୍କୁ ହତ୍ୟା । ନିଖୋଜ ହେବାର 2ଦିନ ପରେ ସେପଟିକ ଟାଙ୍କିରୁ ଉଦ୍ଧାର ହେଲା ମୃତଦେହ । ଜଣେ ବେସରକାରୀ କଣ୍ଟ୍ରାକ୍ଟରଙ୍କ ଘର ପରିସରରେ ଥିବା ଟାଙ୍କିରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ବସ୍ତର ଜିଲ୍ଲାରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ମୁକେଶ ଚନ୍ଦ୍ରାକର । ସେପଟିକ୍ ଟାଙ୍କିରେ ଭର୍ତ୍ତି କରାଯିବା ପୂର୍ବରୁ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ 3 ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।
ମୁକେଶ ଚନ୍ଦ୍ରାକର ବିଜାପୁରରେ ଏକ ନ୍ୟୁଜ୍ ଚ୍ୟାନେଲ ପାଇଁ ଫ୍ରିଲାନ୍ସ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ । ସେ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଚଳାଉଥିଲେ, ଯେଉଁଥିରେ 1.61 ଲକ୍ଷ ଫଲୋର୍ସ ଅଛନ୍ତି। । ଗତ 1 ତାରିଖ ସେ ନିଖୋଜ ଥିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବସ୍ତର ରେଞ୍ଜର ପୋଲିସ ଇନ୍ସପେକ୍ଟର ଜେନେରାଲ ସୁନ୍ଦରରାଜ ପି କହିଛନ୍ତି । ଥାନାରେ ଅଭିଯୋଗ ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିଥିଲା । ପରେ ଜଣେ ମୃତକଙ୍କ ଫୋନ ଟ୍ରାକ କରିବା ପରେ ଜଣେ ବେସରକାରୀ କଣ୍ଟ୍ରାକ୍ଟରଙ୍କ ଘର ପରିସରରେ ଥିବା ସେପଟିକ ଟାଙ୍କିରେ ତାଙ୍କର ମୃତଦେହ ଥିବା ପୋଲିସ ଜାଣିବାକୁ ପାଇଥିଲା । ମୃତଦେହ ଉଦ୍ଧାର ପରେ ଫରେନସିକ ଲ୍ୟାବକୁ ପଠାଯାଇଛି । ତେବେ କେଉଁ କାରଣରୁ ସାମ୍ବାଦିକଙ୍କୁ ହତ୍ୟା କରାଗଲା ତାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏନେଇ ତଦନ୍ତ ଚାଲିଥିବା କହିଛନ୍ତି ଆଇଜି ।
बीजापुर के युवा और समर्पित पत्रकार मुकेश चंद्राकर जी की हत्या का समाचार अत्यंत दु:खद और हृदयविदारक है।
— Vishnu Deo Sai (@vishnudsai) January 3, 2025
मुकेश जी का जाना पत्रकारिता जगत और समाज के लिए एक अपूरणीय क्षति है।
इस घटना के अपराधी को किसी भी हाल में बख्शा नहीं जाएगा। अपराधियों को जल्द से जल्द गिरफ्तार कर कड़ी से कड़ी…
ଏହା ମଧ୍ୟ ପଢନ୍ତୁ-ଥାନା ଦ୍ବନ୍ଦ୍ବରୁ ହୋଇପାରୁନି ବ୍ୟବଚ୍ଛେଦ, ରେଳଟ୍ରାକରୁ ମିଳିଥିଲା ମୃତଦେହ - YOUTH BODY FOUND
ସୂଚନାଯୋଗ୍ୟ, 2021 ମସିହାରେ ବିଜାପୁରରେ ଏକ ଏନକାଉଣ୍ଟର ପରେ ନକ୍ସଲଙ୍କ ଦ୍ୱାରା ଅପହରଣ ହୋଇଥିବା CRPF କନଷ୍ଟେବଳଙ୍କ ମୁକ୍ତିରେ ମୁକେଶ ଚନ୍ଦ୍ରକାରଙ୍କ ପ୍ରମୁଖ ଭୂମିକା ଥିଲା । ନିକଟରେ ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଚନ୍ଦ୍ରକାର ଖବର ପ୍ରସାରଣ କରିଥିଲେ । ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ଦୁଃଖପ୍ରକାଶ କରି ସାମ୍ବାଦିକତା ଜଗତ ତଥା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଘଟଣାର ଅପରାଧିଙ୍କୁ କୌଣସିବି ପରିସ୍ଥିତିରେ ଛଡାଯିବା ନାହିଁ । ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଇ କଠୋର ଦଣ୍ଡ ଦିଆଯିବ ବୋଲି ଆମେ ନିର୍ଦ୍ଦେଶ ଦେଇଥିବା ସିଏମ କହିଛନ୍ତି ।