ETV Bharat / health

ସକାଳ ନା ସନ୍ଧ୍ୟା, କେଉଁ ସମୟରେ ଚାଲିଲେ କମିବ ଓଜନ? - Weight Reduction Tips

author img

By ETV Bharat Odisha Team

Published : Aug 2, 2024, 10:25 PM IST

Morning Walk VS Evening Walk: ମର୍ଣ୍ଣିଂ ୱାକ୍ ନା ଇଭିନିଂ ୱାକ୍ ? କ'ଣ କରିଲେ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ହେବ ? କେଉଁ ସମୟରେ ଆଉ କେତେ ସମୟ ଧରି କରିବେ ? ଜାଣନ୍ତୁ

Weight Reduction Tips
Weight Reduction Tips (Getty Images)

ହାଇଦ୍ରାବାଦ: ଓଜନ ହ୍ରାସ କରିବାକୁ ସବୁଠୁ ସହଜ ଉପାୟ ହେଉଛି ଚାଲିବା । ଯାହାକୁ ଆମେ ମର୍ଣ୍ଣିଂ ୱାକ୍ ବା ଇଭିନିଂ ୱାକ୍ ବୋଲି କହିଥାଉ । କେହି କେହି ଓଜନ ହ୍ରାସ କରିବାକୁ ଜିମ୍ ମଧ୍ୟ ଯାଇଥାନ୍ତି । ତେବେ କେବଳ ଯେ, ଟଙ୍କା ଖର୍ଚ୍ଚ କରି ଜିମ୍ ଗଲେ କିମ୍ବା ଏଥିପାଇଁ ଔଷଧ ସେବନ କଲେ ଓଜନ ହ୍ରାସ ହେବ ତା ନୁହେଁ । ସଠିକ୍ ସମୟରେ ଚାଲିବା ଦ୍ବାରା ଜଣେ ବ୍ୟକ୍ତି ସହଜରେ ନିଜର ଓଜନ ହ୍ରାସ କରିପାରିବେ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଚାଲିବା ହେଉଛି ଓଜନ ହ୍ରାସ କରିବାର ସଫଳ ଉପଚାର । ହେଲେ ପ୍ରଶ୍ନ ଉଠୁଛି ଯେ, ଚାଲିବା ପାଇଁ କେଉଁ ସମୟ ଉପଯୁକ୍ତ ? ଆସନ୍ତୁ ଜାଣିବା

Weight Reduction Tips
Weight Reduction Tips (Getty Images)

ମର୍ଣ୍ଣିଂ ୱାକର ଉପକାରିତା:

ସକାଳୁ ସକାଳୁ ପାର୍କରେ କିମ୍ବା ଖାଲି ରାସ୍ତାରେ ଚାଲନ୍ତୁ । ଏହା ଦ୍ବାରା ଉଭୟ ଶାରିରୀକ ଓ ମାନସିକ ଶାନ୍ତି ମିଳିଥାଏ । ଏହା ଥକାପଣ ଓ ଚିନ୍ତାରୁ ମୁକ୍ତି ଦିଏ । ଏହାସହ ଡିପ୍ରେସନ ଦୂର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।

Weight Reduction Tips
Weight Reduction Tips (Getty Images)

କେତେ ସମୟ ଚାଲିବା ଉଚିତ?

ଗୋଟିଏ ସପ୍ତାହରେ ଅତିକମରେ 5 ଦିନ ଚାଲିବା ନିହାତି ଜରୁରୀ। ଦୈନିକ 20ରୁ 30 ମିନିଟ୍ ମର୍ଣ୍ଣିଂ ୱାକ୍ କରିବା ଦ୍ବାରା ଅନେକ ଲାଭ ମିଳିଥାଏ।

ଇଭିନିଂ ୱାକର ଉପକାରିତା:

ସନ୍ଧ୍ୟାରେ ଅଧିକ ସମୟ ଧରି ଚାଲିବା ଦ୍ବାରା ଆରାମଦାୟକ ଅନୁଭବ ହୋଇଥାଏ । ସନ୍ଧ୍ୟାରେ ଚାଲିବା ଦ୍ବାରା ମାଂସପେଶୀ ମଧ୍ୟ ମଜବୁତ ହୋଇଥାଏ । ଏହାସହ ରାତିରେ ନିଦ ମଧ୍ୟ ଭଲ ହୋଇଥାଏ । ସାଧାରଣତଃ ପୂରା ଦିନ କମ୍ପ୍ୟୁଟର ସାମନାରେ ବସି କାମ କରୁଥିବା ବ୍ୟକ୍ତିବିଶେଷ ଅଣ୍ଟା ଦରଜ ବା ବ୍ୟାକ୍ ପେନର ସମସ୍ୟା ଭୋଗିଥାନ୍ତି । ସନ୍ଧ୍ୟାରେ କିଛି ସମୟ ଚାଲିବା ଦ୍ବାରା ସେମାନଙ୍କୁ ମଧ୍ୟ ଉପଶମ ମିଳିଥାଏ ।

Weight Reduction Tips
Weight Reduction Tips (Getty Images)

ମର୍ଣ୍ଣିଂ ୱାକ ବନାମ ଇଭିନିଂ ୱାକ:

ଝାନସି ମେଡିକାଲ କଲେଜର ଡାକ୍ତର କୁଳଦୀପ ଚନ୍ଦେଲ କହିଛନ୍ତି, "ଉଭୟ ମର୍ଣ୍ଣିଂ ୱାକ ଓ ଇଭିନିଂ ୱାକର ଉପକାରିତା ରହିଛି। ଏହି ଦୁଇ ପ୍ରକାରର ୱାକ୍ ଓଜନ ହ୍ରାସ କରିବାରେ ସହାୟକ ହୋଇଥାନ୍ତି। ଆପଣଙ୍କ ଲାଇଫଷ୍ଟାଇଲ ଉପରେ ନିର୍ଭର କରେ ଯେ, ଆପଣଙ୍କ କ୍ଷେତ୍ରରେ ଫଳପ୍ରଦ କ'ଣ ହେବ।"

ଏହା ବି ପଢନ୍ତୁ...ଆଲାର୍ଜି କାହିଁକି ହୁଏ ? ଏଥିରୁ ମୁକ୍ତି ପାଇବାକୁ କେଉଁ ଉପାୟ ଆପଣାଇବେ, ଜାଣନ୍ତୁ - Allergies And Its Prevention

ଏହା ବି ପଢନ୍ତୁ...ସ୍ତନ୍ୟପାନ ଭୁଲିଲେଣି ଆଧୁନିକ ମାଆ: ଶିଶୁଙ୍କ ପାଇଁ କ୍ଷତିକାରକ ଡବା କ୍ଷୀର, ରାଜ୍ୟ ସରକାରଙ୍କ ମିଲ୍କ ବ୍ୟାଙ୍କ ସୁବିଧା - Breast Feeding Awareness

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.