ETV Bharat / state

ଅଗଷ୍ଟ 7ରୁ ମୋହନ ସରକାରଙ୍କ ପ୍ରଥମ ନିବେଶକ ସମ୍ମିଳନୀ, ‘2029 ସୁଦ୍ଧା ଅଢେଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟ’ - Odisha Investor meet

author img

By ETV Bharat Odisha Team

Published : Aug 2, 2024, 9:32 PM IST

Updated : Aug 2, 2024, 9:44 PM IST

Odisha Investor meet: ଆସନ୍ତା 7ରୁ ହେବାକୁ ଯାଉଛି ମୋହନ ସରକାରଙ୍କ ପ୍ରଥମ ନିବେଶକ ସମ୍ମିଳନୀ । ଯାହା ପୁଣେ ଓ ଅହମ୍ମଦାବାଦରେ ଆୟୋଜନ ହେବ । କେଉଁ କ୍ଷେତ୍ର ଉପରେ ରହିଛି ଅଧିକ ଫୋକସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ପ୍ରଥମ ନିବେଶକ ସମ୍ମିଳନୀ
ପ୍ରଥମ ନିବେଶକ ସମ୍ମିଳନୀ (ETV Bharat Odisha)

ଭୁବନେଶ୍ବର: ନିବେଶକ ସମ୍ମିଳନୀ କରିବେ ନୂଆ ସରକାର । ମୋହନ ସରକାରଙ୍କ ପ୍ରଥମ ନିବେଶକ ସମ୍ମିଳନୀ ପୁଣେ ଓ ଅହମ୍ମଦାବାଦରେ ଆୟୋଜନ ହେବ । ଯାହା ଆସନ୍ତା 7,8,9 ତାରିଖରେ ହେବ । ସମ୍ମିଳନୀରେ ଅଟୋମୋବାଇଲ, ଫୁଡ ପ୍ରୋସେସିଂ, ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରି, ମେଟାଲ କ୍ଷେତ୍ରରେ ନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା ଓ ଗୋଲ ଟେବୁଲ ବୈଠକ କରିବେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କ ସହ ଅନ୍ୟ ଅଧିକାରୀ ଯୋଗ ଦେବେ ।

ଅଢେଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟ:

ଚଳିତ ବର୍ଷ ଉତ୍କଳ ଉତ୍କର୍ଷ ସମ୍ମିଳନୀ ଆୟୋଜନ କରି ଅଧିକ ପୁଞ୍ଜି ଆଣିବାକୁ ନୂଆ ସରକାରଙ୍କ ଲକ୍ଷ୍ୟ ରହିଛି । 2029 ସୁଦ୍ଧା ରାଜ୍ୟରେ ଅଢେଇ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ।

ପୁଞ୍ଜି ବିନିଯୋଗ ଲାଗି ବ୍ୟବସ୍ଥା କରିବୁ:

ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ‘ଅହମ୍ମଦାବାଦ ଓ ପୁଣେରେ ନିବେଶକଙ୍କ ଆଲୋଚନା ଲାଗି ନିଷ୍ପତ୍ତି ନିଆଯାଇଛି । ନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା ଓ ରାଉଣ୍ଡ ଟେବୁଲ ବୈଠକ କରିବେ ରାଜ୍ୟ ସରକାର । ବିଶେଷ କରି ଅଟୋମୋବାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଡାଉନଷ୍ଟ୍ରିମ ମେଟାଲ ସେକ୍ଟର ସହ ଆଲୋଚନା ହେବ । ରାଜ୍ୟରେ ପୁଞ୍ଜିନିବେଶ କରିବା ଲାଗି ଆମେ କଣ ବ୍ୟବସ୍ଥା ଦେଇପାରିବୁ ସେ ନେଇ ଅବଗତ କରିବୁ । ଆମ ଶିଳ୍ପ ନୀତି ଅନ୍ୟ ରାଜ୍ୟ ତୁଳନାରେ ଭଲ । ତେଣୁ ନିବେଶକଙ୍କୁ ମନାଇ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବା ଲାଗି ବ୍ୟବସ୍ଥା କରିବୁ ।’

MSME ଉପରେ ଫୋକସ:

ମନ୍ତ୍ରୀ ଆହୁରି କହିଛନ୍ତି, ‘ଏମଏସଏମଇ ଅଧିକ ଫୋକସ ରହିବ । କାରଣ ଏଥିରେ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି । ରାଜ୍ୟକୁ ଶିଳ୍ପ ଆସିଲେ ନିଯୁକ୍ତି ବଢିବ । ଶିଳ୍ପ କ୍ଷେତ୍ରରେ ଓଡିଶାକୁ ଆଗକୁ ନେବା ଆମ ସରକାରର ଲକ୍ଷ୍ୟ । ଏଫଡିଆଇ କିମ୍ବା ଡୋମେଷ୍ଟିକ ନିବେଶ କରିବା ଲାଗି ଆମ ପ୍ରୟାସ ଜାରି ରହିବ । ଶିଳ୍ପ କ୍ଷେତ୍ରରେ ବିକଶିତ ଓଡିଶା ହୋଇ ଭାରତରେ ସ୍ବତନ୍ତ୍ର ହେବା ଲକ୍ଷ୍ୟ ରଖିଛୁ । ଏନେଇ ପ୍ରୟାସ ଜାରି ରହିଛି । ରୋଡ଼ ସୋ ଜରିଆରେ ନିବେଶ ଆଣିବା ଲାଗି ପ୍ରଥମ ପ୍ରୟାସ ରହିବ ।’

ଏହା ମଧ୍ୟ ପଢନ୍ତୁ: ନୀତି ଆୟୋଗରେ ଉଠିଲାନି ଓଡ଼ିଶା ସ୍ବାର୍ଥ କଥା; ତାରାଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ମୋହନ

ଏହା ମଧ୍ୟ ପଢନ୍ତୁ: ବଦଳିବ ମେକ୍‌ ଇନ୍‌ ଓଡ଼ିଶା ନାଁ ! ସଙ୍କେତ ଦେଲେ ମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 2, 2024, 9:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.