ETV Bharat / entertainment

ଡିଭୋର୍ସ ତ ଡିଭୋର୍ସ, ପୁଣି ଗ୍ରେ-ଡିଭୋର୍ସ କ'ଣ ? - Grey Divorce

author img

By ETV Bharat Odisha Team

Published : Jul 26, 2024, 8:29 PM IST

Grey Divorce: ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ କଥା କହିଲେ ଚଳେ । ଯାହାକୁ ଇଂରାଜୀରେ 'ଡିଭୋର୍ସ' କୁହାଯାଏ । ହେଲେ 'ଗ୍ରେ-ଡିଭୋର୍ସ' ଶବ୍ଦ କେବେ ଶୁଣିଛନ୍ତି କି? କ'ଣ ଏହାର ଅର୍ଥ ? ଜାଣନ୍ତୁ

Grey Divorce
Grey Divorce (ETV Bharat)

ହାଇଦ୍ରାବାଦ: ଗତ କିଛି ଦିନ ଧରି ଷ୍ଟାର ଦମ୍ପତିଙ୍କ ବିବାହ ବିଚ୍ଛେଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଏୈଶ୍ବର୍ଯ୍ୟା ରାୟଙ୍କ ନାଁ ମଧ୍ୟ ଏହି ଚର୍ଚ୍ଚାରେ ସାମଲ ରହିଛି । ଘଟଣା ପଛର ସତ୍ୟାସତ୍ୟ କ'ଣ ତାହା ତ ସମୟ କହିବ । ହେଲେ ଏହାରି ଭିତରେ 'ଗ୍ରେ ଡିଭୋର୍ସ' ନାମକ ଏକ ଶବ୍ଦ ଶୁଣିବାକୁ ମିଳୁଛି । ତେବେ କ'ଣ ଏହାର ଅର୍ଥ? ଆସନ୍ତୁ ଜାଣିବା ।

'ଗ୍ରେ ଡିଭୋର୍ସ' କାହାକୁ କୁହାଯାଏ?

ଯଦି ୧୫ରୁ ୨୦ ବର୍ଷର ବୈବାହିକ ଜୀବନ ଅତିବାହିତ କରିବା ପରେ ଦମ୍ପତି ପରସ୍ପରଠାରୁ ଅଲଗା ହେବାକୁ ଚାହୁଁଛନ୍ତି ତାହାକୁ ଗ୍ରେ ଡିଭୋର୍ସ କୁହାଯାଏ। ଏହି ସମୟରେ ସେମାନଙ୍କ ବୟସ ୫୦ବର୍ଷ ପାଖାପାଖି ରହିଥାଏ । ଏହି ସଭ୍ୟତା ପାଶ୍ଚାତ୍ୟ ଦେଶମାନଙ୍କରୁ ଆସିଛି ।

କିଏ କିଏ ନେଇଛନ୍ତି 'ଗ୍ରେ ଡିଭୋର୍ସ'?

'ଗ୍ରେ ଡିଭୋର୍ସ' ର ଉହାଦରଣ ହେଉଛନ୍ତି ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲ୍ ଗେଟସ ଓ ତାଙ୍କ ପତ୍ନୀ ମେଲିଣ୍ଡା । ସେମାନେ ପାଖାପାଖି ୨୭ବର୍ଷର ଦାମ୍ପତ୍ୟ ଜୀବନ ପରେ ପରସ୍ପରଠୁ ବିଚ୍ଛେଦ ହୋଇଥିଲେ । ସେହିପରି ଷ୍ଟାର ଦମ୍ପତି ମଲାଇକା ଅରୋରା ଓ ଅରବାଜ ଖାନ ମଧ୍ୟ ବିବାହର କିଛି ବର୍ଷ ପରେ ଡିଭୋର୍ସ ନେଇଛନ୍ତି।

'ଗ୍ରେ ଡିଭୋର୍ସ'ର କାରଣ:

ଦାମ୍ପତ୍ୟ ଜୀବନରେ ଝଡ଼ ଆସିବା ପରେ ଦମ୍ପତି ପରସ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥାନ୍ତି । ଏଭଳି ବିବାହ ବିଚ୍ଛେଦ ପଛରେ କେତେବେଳେ ମାନସିକ କାରଣ ଥାଏ ତ କେତେବେଳେ ସାମାଜିକ କାରଣ ଥାଏ । ଆଉ କେତେବେଳେ ଆର୍ଥିକ ସମସ୍ୟାକୁ ନେଇ ମନୋମାଳିନ୍ୟ ଦେଖାଦିଏ ।

ଏହା ବି ପଢନ୍ତୁ...କ୍ରିକେଟରେ ଷ୍ଟାର୍, ବୈବାହିକ ଜୀବନରେ ଫ୍ଲପ୍; କାହିଁକି କ୍ରିକେଟରଙ୍କ ସଂସାରରେ ଉଠୁଛି ଝଡ, ହାତ ଛାଡୁଛନ୍ତି ସାତ ଜନ୍ମର ସାଥୀ ? - Indian cricketers who got divorced

ଅନେକ ସମୟରେ ଦେଖାଯାଏ ଯେ, ଦମ୍ପତି ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇସାରିଥିଲେ ମଧ୍ୟ ସେମାନେ ନିଜର ପିଲାଙ୍କ ପାଇଁ ବିବାହ ବିଚ୍ଛେଦ କରିପାରନ୍ତି ନାହିଁ । କାରଣ ଏଥିପାଇଁ ପିଲାମାନଙ୍କ ଲାଳନପାଳନରେ ସମସ୍ୟା ସୃଷ୍ଟି ହୁଏ । ଏଣୁ ପିଲାମାନେ ବଡ଼ ହେବା ମାତ୍ରେ ପରସ୍ପରଠାରୁ ଅଲଗା ହୋଇଥାନ୍ତି ଦମ୍ପତି ।

ଏହା ବି ପଢନ୍ତୁ...ବିବାହ ପୂର୍ବରୁ ହିଁ ହାର୍ଦ୍ଦିକଙ୍କୁ ଜଣାଥିଲା ଛାଡପତ୍ର ବିଷୟ ! ପୁରୁଣା ଭିଡିଓରେ କହିଥିଲେ ଏପରି - Hardik Natasa divorce rumours

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.