ହାଇଦ୍ରାବାଦ: ବିବାହ ପରେ ଅଧିକାଂଶ ମହିଳାଙ୍କଠାରେ ମୋଟାପଣ ଦେଖିବାକୁ ମିଳେ । ଯାହାକୁ ନେଇ ମହିଳାମାନେ ଚିନ୍ତାରେ ପଡିଯାଆନ୍ତି । ଏହି ଓଜନ ବୃଦ୍ଧିର ଅନେକ କାରଣ ରହିଥାଏ । ଯଦି ବିବାହ ପରେ ଆପଣ ମୋଟା ହୋଇଯାଉଛନ୍ତି ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ । ଏହିସବୁ ଉପାୟ ଆପଣାଇ କିଛି ଦିନ ମଧ୍ୟରେ ହୋଇପାରିବେ ପତଳା ।

ଭାରତୀୟ ସଂସ୍କୃତିରେ ବିବାହ ଏକ ପବିତ୍ର ବନ୍ଧନ । ବିବାହ ପରେ ମହିଳା ଓ ପୁରୁଷଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଗୋଟିଏ ଘରୁ ଆଉ ଏକ ଘରକୁ ଯାଇଥାଏ ମହିଳା । ବିବାହ ପରେ ସ୍ଥାନ, ଖାଦ୍ୟ ସବୁଥିରେ ପରିବର୍ତ୍ତନ ହୋଇଥାଏ । ବିଶେଷକରି ମହିଳାମାନଙ୍କ ଜୀବନଶୈଳୀ ବିବାହ ପରେ ପୁରା ବଦଳି ଯାଇଥାଏ । ଯାହାର ପ୍ରଭାବ ତାଙ୍କର ଉଭୟ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟରେ ଉପରେ ପଡିଥାଏ । ଅନେକ ମହିଳାଙ୍କ କ୍ଷେତ୍ରରେ ବିବାହ ପରେ ମୋଟାପଣ ଦେଖିବାକୁ ମିଳିଥାଏ । ତେବେ ଏହା ପଛରେ ଅନେକ କାରଣ ରହିଛି । ଆସନ୍ତୁ ଜାଣିବା ବିବାହ ପରେ ମହିଳାମାନଙ୍କଠାରେ ଓଜନ ବୃଦ୍ଧିର କାରଣ ଓ ଏହାକୁ କିଭଳି ମୁକାବିଲା କରିପାରିବା ।

ନିଜ ଶରୀର ପ୍ରତି ଦାୟିତ୍ୱହୀନତା:
ବିବାହ ପରେ ମହିଳାମାନଙ୍କ କ୍ଷେତ୍ରରେ ନିଜ ଶରୀର ପ୍ରତି ଦାୟିତ୍ୱହୀନତା ଦେଖିବାକୁ ମିଳିଥାଏ । ସାଧାରଣତଃ ବିବାହ ପରେ ମହିଳାମାନେ ନିଜ ଶରୀର ପ୍ରତି ଦାୟିତ୍ୱହୀନ ହୋଇପଡନ୍ତି । ଅନେକ ସମୟରେ ପରିବାର ପ୍ରତି ଦାୟିତ୍ୱବୋଧତା ଯୋଗୁଁ ମଧ୍ୟ ମହିଳାମାନେ ନିଜ ପ୍ରତି ଧ୍ୟାନ ଦେଇନଥାନ୍ତି । ପରିବାରର ଦାୟିତ୍ୱ ମଧ୍ୟରେ ନିଜ ପାଇଁ ସମୟ କାଢିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡେ ।

ଡାଏଟରେ ପରିବର୍ତ୍ତନ: ବିବାହ ପରେ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ମହିଳାମାନଙ୍କ ଓଜନ ବୃଦ୍ଧି ଘଟିବା କ୍ଷେତ୍ରରେ ଖାଦ୍ୟରେ ପରିବର୍ତ୍ତନ ଆଉ ଏକ ମୁଖ୍ୟ କାରଣ ଅଟେ ।
ହର୍ମୋନ୍ସରେ ପରିବର୍ତ୍ତନ: ବିବାହ ପରେ ମହିଳାଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ବିବାହ ପରେ ମହିଳାମାନଙ୍କ ସେକ୍ସୁଆଲି ଆକ୍ଟିଭ ରହିଥାନ୍ତି । ଯେଉଁ କାରଣରୁ ଶରୀରରେ ହରମୋନରେ ପରିବର୍ତ୍ତନ ଆସିଥାଏ । ମହିଳାମାନେ ଗର୍ଭ ନିରୋଧକ ମେଡିସିନ ମଧ୍ୟ ବ୍ୟବହାର କରିଥାନ୍ତି । ଯେଉଥିପାଇଁ ତାଙ୍କ ଓଜନରେ ପରିବର୍ତ୍ତନ ଆସିଥାଏ ।

ମୋଟାପଣ ବଢାଇଥାଏ ମାନସିକ ଅବସାଦ (ଷ୍ଟ୍ରେସ):
ବିବାହ ପରେ ବାପଘରୁ ଯାଇ ଶାଶୁଘରେ ଚଳିବା ଅନେକ ମହିଳାଙ୍କ ପାଇଁ ସେତେଟା ସହଜ ହୋଇନଥାଏ । ପାରିପାର୍ଶ୍ୱିକ ସ୍ଥିତି ତାଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଆଣିଥାଏ । ମାନସିକ ଚିନ୍ତା ବଢିଯାଇଥାଏ । ଯେଉଁଥିପାଇଁ ଓଜନ ବୃଦ୍ଧି ପାଇଥାଏ ।
ବିବାହ ପରେ କିପରି କମାଇବେ ଓଜନ:
ବିବାହ ପରେ ଯଦି ଓଜନ ବୃଦ୍ଧି ପାଏ ତେବେ କିଛି ସହଜ ଉପାୟ ଆପଣାଇ ଆପଣ ଓଜନ କମ କରିପାରନ୍ତି ।
ପ୍ରତିଦିନ ୩୦ ମିନିଟ ବ୍ୟାୟାମ: ବିବାହ ପରେ ଫିଟ୍ ରହିବାକୁ ଚାହୁଁଥିଲେ ମହିଳାମାନଙ୍କୁ ନିଜ ପ୍ରତି ଯତ୍ନବାନ ହେବାକୁ ପଡିବ । ପ୍ରତିଦିନ ଅତିକମରେ ୩୦ ମିନିଟ ବ୍ୟାୟାମ କରିବାକୁ ପଡିବ ।

ଡାଏଟ ପ୍ରତି ଯତ୍ନବାନ: ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ରଖିବାକୁ ପଡିବ । ଓଜନ କମ କରିବା ପାଇଁ ଡାଏଟ ଫଲୋ କରିବା ଆବଶ୍ୟକ । ଅତ୍ୟଧିକ ମିଠା, ତେଲ ମସଲା ଯୁକ୍ତ ଖାଦ୍ୟ ନଖାଇ ଖାଦ୍ୟରେ ସନ୍ତୁଳନ ରଖିବା ଜରୁରୀ ।
ଆବଶ୍ୟକୀୟ ନିଦ ପୂରଣ କରିବା ଜରୁରୀ: ଏହାଛଡା ଆବଶ୍ୟକ ମୁତାବକ ଶୋଇବା ଜରୁରୀ । ନିଦ ପୁରା ହେଲେ ମାନସିକ ଅବସାଦ ମଧ୍ୟ କମିଥାଏ । ଯଦି ବିବାହ ପରେ ଅଚାନକ ଓଜନରେ ବୃଦ୍ଧି ଘଟୁଛି ତେବେ ଏହି ସବୁ ସହଜ ଉପାୟ ଆପଣାଇ ଆପଣ ଓଜନ କମାଇପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ