ଓଡିଶା

odisha

CWG 2022: ତେଜସ୍ବୀନଙ୍କ ସଫଳତା, ହାଇଜମ୍ପରେ ଜିତିଲେ ବ୍ରୋଞ୍ଜ

By

Published : Aug 4, 2022, 10:57 AM IST

Updated : Aug 4, 2022, 9:23 PM IST

22ତମ ରାଜ୍ୟଗୋଷ୍ଠୀ କ୍ରୀଡାର ହାଇଜମ୍ପରେ ଐତିହାସିକ ସଫଳତା ହାସଲ କରିଛନ୍ତି ଭାରତୀୟ ଯୁବ ଆଥଲେଟ ତେଜସ୍ବିନୀ ଶଙ୍କର । ଅଧିକ ପଢନ୍ତୁ

ତେଜସ୍ବୀଙ୍କ ସଫଳତା, ଲଙ୍ଗଜମ୍ପରେ ଜିତିଲେ ବ୍ରୋଞ୍ଜ
ତେଜସ୍ବୀଙ୍କ ସଫଳତା, ଲଙ୍ଗଜମ୍ପରେ ଜିତିଲେ ବ୍ରୋଞ୍ଜ

ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରହାଇଜମ୍ପରେ ଐତିହାସିକ ସଫଳତା ହାସଲ କରିଛନ୍ତି ଭାରତୀୟ ଯୁବ ଆଥଲେଟ ତେଜସ୍ବିନୀ ଶଙ୍କର । ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ପ୍ରଥମ ଭାରତୀୟ ଭାବେ ଉଚ୍ଚଡିଆଁ (ହାଇଜମ୍ପ) ଇଭେଣ୍ଟରେ ପଦକ ଜିତିଛନ୍ତି । ଟ୍ରାକ ଓ ଫିଲ୍ଡ ଇଭେଣ୍ଟରେ ଭାରତକୁ ପ୍ରଥମ ପଦକ ମିଳିଛି । ସେ 2.22 ମିଟର ଉଚ୍ଚ ଜମ୍ପ ମାରି କାଂସ୍ୟ ପଦକ ଜିତିଛନ୍ତି ।

କେର 2.25 ମିଟର ଯାଏଁ କ୍ଲିନ ଜମ୍ପି ମାରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆର ବ୍ରଣ୍ଡନ ଷ୍ଟାର୍କ 2.25 ମିଟର ଉଚ୍ଚତା ସହ ରୌପ୍ୟ ଜିତିଛନ୍ତି । ତେଜସ୍ବୀନ 2.15 ମିଟରରୁ ଅଭିଯାନ ଆରମ୍ଭ କରିଥିଲେ । ପ୍ରଥମ ପ୍ରୟାସରେ ହିଁ ସବୁ ଉଚ୍ଚତା ଅତିକ୍ରମ କରିଥିଲେ । 2.25 ଉଚ୍ଚତା ପାଇଁ ଦୁଇଥର ପ୍ରୟାସ କରି ବିଫଳ ହୋଇଥିଲେ । ତୃତୀୟ ପ୍ରୟାସ ପୂର୍ବରୁ ସେ 2.28 ମିଟର ଉଚ୍ଚତା ପାଇଁ ନିଷ୍ପତ୍ତି ନେଇଥିଲେ । ତେଜସ୍ବୀନଙ୍କ ପାଖରେ ମାତ୍ର ଥରେ ସୁଯୋଗ ରହିଥିଲା । ତାଙ୍କ ଜମ୍ପ ଫାଉଲ ହୋଇଥିଲା । ତେଜସ୍ବୀନ ସମସ୍ତଙ୍କ ବିଶ୍ବାସ ଜିତି ଦେଶକୁ ପଦକ ଭେଟି ଦେଇଛନ୍ତି ।

ଏହା ବି ପଢନ୍ତୁ...CWG 2022: ଜୁଡୋରେ ତୃତୀୟ ପଦକ, ରୌପ୍ୟ ଜିତିଲେ ତୁଳୀକା ମାନ

ପଦକ ଜିତିବା ପରେ ପ୍ରତିକ୍ରିୟାରେ ତେଜସ୍ବୀନ କହିଛନ୍ତି,''ପଦକ ଜିତିଥିବାରୁ ମୁଁ ବହୁତ ଖୁସିମୋ ଉପରେ ବିଶ୍ବାସ ରଖିଥିବା ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ମୋତେ ଏ ସୁଯୋଗ ଦେଇଛନ୍ତି । ମୁଁ ଭାବୁଛି ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ହାଇଜମ୍ପରେ ଏହା ପ୍ରଥମ ପଦକ ।''

ତେଜସ୍ବୀନଙ୍କ ଏ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି, ''ବ୍ରୋଞ୍ଜ ପଦକ ଜିତିବାରେ ତେଜସ୍ୱୀନ ଶଙ୍କରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ରହିଛି । କମନୱେଲ୍ଥ ଗେମ୍ସରେ ଉଚ୍ଚ ଜମ୍ପରେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିବାରୁ ତେଜସ୍ବୀନଙ୍କୁ ଅଭିନନ୍ଦନ । ଦେଶ ପାଇଁ ଗୌରବ ଆଣିଥିବା କହିଛନ୍ତି ରାଷ୍ଟ୍ରପତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଜସ୍ବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ପିଏମ କହିଛନ୍ତି, "ତେଜସ୍ବୀନ ଶଙ୍କର ଇତିହାସ ସୃଷ୍ଚି କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ପ୍ରଥମ ପଦକ ଜିତିଛନ୍ତି । ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ତାଙ୍କ ଉଦ୍ୟମ ପାଇଁ ଗର୍ବିତ । ଆଗକୁ ସଫଳତାର ଶିଖର ଛୁଇଁବାକୁ ଶୁଭେଚ୍ଛା ଜଣାଇଛନ୍ତି ।’’

Last Updated : Aug 4, 2022, 9:23 PM IST

ABOUT THE AUTHOR

...view details