ETV Bharat / technology

ଗୁଗଲକୁ କଡା ଚ୍ୟାଲେଞ୍ଜ ଦେବାକୁ ଆସୁଛି ଆଉ ଏକ ସର୍ଚ୍ଚ ଇଞ୍ଜିନ, ଜାଣନ୍ତୁ ଏହା କଣ... - SearchGPT

author img

By ETV Bharat Odisha Team

Published : Jul 27, 2024, 1:35 PM IST

SearchGPT: ଗୁଗଲ ସର୍ଚ୍ଚକୁ କଡା ଟକ୍କର ଦେବାକୁ ଆସୁଛି ଆଉ ଏକ ସର୍ଚ୍ଚ ଇଞ୍ଜିନ । ଅନ୍ୟ ସର୍ଚ୍ଚ ଇଞ୍ଜିନଠୁ ଏହା ସୁପରଫାଷ୍ଟ କାମ କରିବ ବୋଲି ଦାବି କରିଛି କମ୍ପାନୀ । ଓପନଏଆଇ (OpenAI) ପ୍ରତିଷ୍ଠାତା ସାମ ଅଲ୍ଟିିମ୍ୟାନ ନିଜର ନୂଆ ସର୍ଚ୍ଚ ଇଞ୍ଜିନ ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି । ବର୍ତ୍ତମାନ ଏହାର ଟେଷ୍ଟିଂ ଜାରି ରହିଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

SearchGPT
SearchGPT (getty images)

ହାଇଦ୍ରାବାଦ: ଗୁଗଲ ସର୍ଚ୍ଚକୁ କଡା ଟକ୍କର ଦେବାକୁ ଆସିଲା ଆଉ ଏକ ସର୍ଚ୍ଚ ଇଞ୍ଜିନ । ଏହା ଅନ୍ୟ ସମସ୍ତ ସର୍ଚ୍ଚ ଇଞ୍ଜିନଠାରୁ ସୁପରଫାଷ୍ଟ ଓ ସମୟ ମଧ୍ୟରେ ସ୍ପଷ୍ଟ ଓ ଉପଯୁକ୍ତ ଉତ୍ତର ରଖିବା ନେଇ ଦାବି କରିଛି । ଅପେକ୍ଷାର ଅନ୍ତ ଘଟାଇ ଚାଟଜିପିଟିର ନିର୍ମାତା ଓପନଏଆଇ (OpenAI) ଶେଷରେ ନିଜର ସର୍ଚ୍ଚ ଇଞ୍ଜିନର ଶୁଭାରମ୍ଭ କରିଛି । ଏହି ସର୍ଚ୍ଚ ଇଞ୍ଜିନ ଏଆଇ ଦ୍ୱାରା ପରିଚାଳିତ ସର୍ଚ୍ଚ ଇଞ୍ଜିନ ଓ ଏହା ଓ୍ବେବରେ ରିୟଲ ଟାଇମର ସୂଚନା ପ୍ରଦାନ କରିବ । ବର୍ତ୍ତମାନ ଏହାର ଟେଷ୍ଟିଂ ଚାଲିଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

ସାମ ଅଲ୍ଟମ୍ୟାନ ଦ୍ବାରା ପ୍ରତିଷ୍ଠାତା କମ୍ପାନୀ ଓପନଏଆଇ (OpenAI) ନିଜର ସର୍ଚ୍ଚ ଇଞ୍ଜିନ ନାଁ ରଖିଛି ସର୍ଚ୍ଚଜିପିଟି (SearchGPT)। ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସପୋର୍ଟ ଦିଆଯାଇଛି । ବର୍ତ୍ତମାନ ଏହା କେବଳ ଓ୍ବେବରେ ଲଞ୍ଚ କରାଯାଇଥିବା ବେଳେ ଏହାର ଆପ ଭର୍ସନ କେବେ ଆସିବ ସେନେଇ କମ୍ପାନୀ ପକ୍ଷରୁ ଏ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ ।

SearchGPT
SearchGPT (getty images)

ଏହାମଧ୍ୟ ପଢନ୍ତୁ... ମହଙ୍ଗା ରିଚାର୍ଜ ପ୍ଲାନରୁ ମିଳିବ ଆଶ୍ବସ୍ତି, ମାଗଣା ମିଳିବ ଇଣ୍ଟରନେଟ୍‌ - Free Internet For All

ଏହାମଧ୍ୟ ପଢନ୍ତୁ... ହ୍ବାଟ୍ସଆପ୍‌ରେ ମେସେଜ ପଠାଇଲେ କାହିଁକି ଦିଶେ ଘଡ଼ି ଚିହ୍ନ; ଜାଣିନାହାନ୍ତି 90% ୟୁଜର୍ସ - Whatsapp clock icon meaning

ଶୀଘ୍ର ଓ ରିୟଲ ଟାଇମରେ କରିବ କାମ: ଲଞ୍ଚ ବେଳେ କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ସର୍ଚ୍ଚ ଜିପିଟି ଅନ୍ୟ ସମସ୍ତ ସର୍ଚ୍ଚ ଇଞ୍ଜିନ ତୁଳନାରେ ସୁପରଫାଷ୍ଟ କାମ କରିବ ଓ ରିୟଲ ଟାଇମରେ ୟୁଜର୍ସମାନଙ୍କ ପ୍ରଶ୍ନର ଉତ୍ତର ଦେବ । ଓପନଏଆଇ ବର୍ତ୍ତମାନ ସର୍ଚ୍ଚଜିପିଟିର ଟେଷ୍ଟିଂ କରୁଛି । ଏଥିପାଇଁ କମ୍ପାନୀ ୧୦ ହଜାର ଲୋକଙ୍କୁ ନେଇ ଏକ ଗ୍ରୁପ ଗଠନ କରିଛି । ଓପନଏଆଇ ସର୍ଚ୍ଚଡିପିଟିର ଏକ ସ୍କ୍ରିନସଟ ଶେୟାର କରିଛି । ଯେଉଁଥିରେ ସର୍ଚ୍ଚ ବକ୍ସ ଦେଖିବାକୁ ମିଳୁଛି । ସର୍ଚ୍ଚ କରିବା ମାତ୍ରେ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ ।

SearchGPT
SearchGPT (getty images)

ଗୁଗଲ ପାଇଁ ଅଡୁଆ: ଭବିଷ୍ୟତରେ ଏହା ଗୁଗଲକୁ ଟକ୍କର ଦେବ ବୋଲି କୁହାଯାଉଛି । ଯଦିଓ ଗୁଗଲର ନିଜର AI ପ୍ରୋଜେକ୍ଟ ରହିଛି ଓ ସର୍ଚ୍ଚ ଇଞ୍ଜିନରେ ଏଆଇକୁ କିଛି ପରିମାଣରେ ସାମିଲ କରିଛି କିନ୍ତୁ ଏବେସୁଦ୍ଧା ବିଶେଷ ସଫଳତା ମିଳିପାରିନାହିଁ । ଯଦି ସର୍ଚ୍ଚଜିପିଟି ବଜାରକୁ ଆସେ ତେବେ ଗୁଗଲର ନିବେଶକମାନଙ୍କୁ ଏହା ଚିନ୍ତାରେ ପକାଇବା ସୁନିଶ୍ଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.