ETV Bharat / sports

ପରଲୋକରେ କିମ୍ବଦନ୍ତୀ କ୍ରିକେଟର ଅଂଶୁମାନ ଗାଏକଓ୍ୱାଡ, ଖେଳିଥିଲେ 1983 ବିଶ୍ବକପ - Anshuman Gaekwad passed away

author img

By ETV Bharat Sports Team

Published : Aug 1, 2024, 6:42 AM IST

Updated : Aug 1, 2024, 9:42 AM IST

Anshuman Gaekwad passed away: କିମ୍ବଦନ୍ତୀ କ୍ରିକେଟର ଅଂଶୁମାନ ଗାଏକଓ୍ୱାଡଙ୍କ ଦେହାନ୍ତ । କର୍କଟ ରୋଗରେ ଆକ୍ରାନ୍ତ ହୋଇ ଥିଲେ ଚିକିତ୍ସାଧୀନ । 1983 ବିଶ୍ୱକପରେ ଭାରତକୁ କପିଲ ଦେବଙ୍କ ଟିମରେ ଭାରତକୁ କରିଥିଲେ ପ୍ରତିନିଧିତ୍ୱ । ଅଧିକ ପଢନ୍ତୁ

Anshuman Gaekwad
Anshuman Gaekwad ((IANS))

ହାଇଦ୍ରାବାଦ: ପରଲୋକରେ କିମ୍ବଦନ୍ତୀ କ୍ରିକେଟର ତଥା କୋଚ ଅଂଶୁମାନ ଗାଏକଓ୍ୱାଡ । ରକ୍ତକର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ଅଂଶୁମାନଙ୍କର ଗତକାଲି (ବୁଧବାର) ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 71ବର୍ଷ ବୟସ ହୋଇଥିଲା । ଏନେଇ ‘ବରୋଦା କ୍ରିକେଟ୍ ଆସୋସିଏସନ୍’ (ବିସିଏ) ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । 1983 ରେ ଦିନିକିଆ ବିଶ୍ବକପରେ ଚାମ୍ପିୟନ ହୋଇଥିବା ଭାରତୀୟ ଦଳରେ ସେ ଖେଳିଥିଲେ । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

ଶୋକବ୍ୟକ୍ତ କଲେ ପ୍ରଧନମନ୍ତ୍ରୀ ମୋଦି :

‘ଏକ୍ସ’ ରେ ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ''କ୍ରିକେଟରେ ମହାନ ଅବଦାନ ପାଇଁ ଅଂଶୁମାନ ଗାଏକଓ୍ୱାଡଙ୍କୁ ସ୍ମରଣ କରାଯିବ । ସେ ଜଣେ ଦକ୍ଷ ଖେଳାଳି ଏବଂ ଭଲ ପ୍ରଶିକ୍ଷକ ମଧ୍ୟ ଥିଲେ। ତାଙ୍କ ଦେହାନ୍ତରେ ଶୋକସନ୍ତପ୍ତ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା,ଓମ୍‌ ଶାନ୍ତି ।''

କ୍ରିକେଟରେ ଅବଦାନ:

ଅଂଶୁମାନ ଗାଏକଓ୍ୱାଡ ଭାରତୀୟ ଟିମ୍‌ ପାଇଁ 40ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ 1985 ରନ ସଂଗ୍ରହ କରିଥିଲେ । ଟେଷ୍ଟରେ ତାଙ୍କର ବେଷ୍ଟ ସ୍କୋର ହେଉଛି 201 ରନ । ସେହିପରି ସେ 15ଟି ଦିନିକିଆ ମ୍ୟାଚ ଖେଳି 269 ରନ କରିଥିଲେ । 269 ଫାଷ୍ଟକ୍ଲାସ ମ୍ୟାଚ ଖେଳି 12 ହଜାର 136 ରନ କରିଥିଲେ । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର 225 ରହିଥିଲା । 1983ରେ କପିଲ ଦେବଙ୍କ ନେତୃତ୍ବରେ ଭାରତ ଦିନିକିଆ ବିଶ୍ବକପ ହାତେଇଥିବା ବେଳେ ସେ ସମୟରେ ସେ ଟିମ୍‌ର ସଦସ୍ୟ ଥିଲେ ।

ANSHUMAN GAEKWAD
ANSHUMAN GAEKWAD (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ:-୮୬ ବର୍ଷ ବୟସରେ ଇଂଲଣ୍ଡର ଏହି ପୂର୍ବତନ କ୍ରିକେଟରଙ୍କ ପରଲୋକ

କୋଚ ଭାବେ ଅଂଶୁମାନଙ୍କ ଅବଦାନ:

ଅଂଶୁମାନ ଗାଏକଓ୍ୱାଡ ‘ଟିମ୍‌ ଇଣ୍ଡିଆ’ର କୋଚ ମଧ୍ୟ ରହିଛନ୍ତି । 2000 ମସିହାରେ ସେ ଭାରତୀୟ କ୍ରିକେଟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରନର୍ସଅପ ହୋଇଥିଲା, ସେହି ସମୟରେ ଭାରତୀୟ ଦଳରେ କୋଚ ଥିଲେ । ସେହିପରି ତାଙ୍କ ସମୟରେ ଦଳ 1998 ରେ ସାରାଝା ଓ 1999 ରେ କୋଟଲା ଟେଷ୍ଟରେ ମଧ୍ୟ ଦମଦାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା । କୋଟଲାରେ ଟେଷ୍ଟରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅନୀଲ କୁମ୍ବଲେ 10ଟି ଓ୍ବିକେଟ ନେଇ ରେକର୍ଡ ସୃଷ୍ଟି କରିଥିଲେ । ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ଏବଂ ପୂର୍ବତନ ମହିଳା କ୍ରିକେଟର ଶାନ୍ତି ରଙ୍ଗାସ୍ୱାମୀଙ୍କ ସହ କ୍ରିକେଟ୍ ପରାମର୍ଶଦାତା କମିଟି ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।ରକ୍ତକର୍କଟରେ ପୀଡିତ ହେବା ପରେ କପିଲ ଦେବଙ୍କ ସମେତ ତାଙ୍କର ପୂର୍ବତନ ସାଥୀମାନେ ତାଙ୍କୁ ଆର୍ଥିକ ସହାୟତା ଦେବାକୁ କ୍ରିକେଟ ବୋର୍ଡକୁ ନିବେଦନ କରିଥିଲେ । ଏହା ପରେ ଚିକିତ୍ସ ପାଇଁ ‘ବିସିସିଆଇ’ 1 କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲା ।

Last Updated : Aug 1, 2024, 9:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.