ETV Bharat / sports

ବକ୍ସିଂରେ ଆସିବ ପଦକ ! ପୁରୁଷ ବକ୍ସିଂ କ୍ବାଟର ଫାଇନାଲରେ ନିଶାନ୍ତ ଦେବ - Paris Olympics 2024

author img

By ETV Bharat Sports Team

Published : Aug 1, 2024, 8:01 AM IST

Paris Olympics 2024: ପୁରୁଷ 71 କିଲୋଗ୍ରାମ ରାଉଣ୍ଡ ଅଫ୍‌ 16 ଇଭେଣ୍ଟରେ 3-2ରେ ଭାରତୀୟ ବକ୍ସର ନିଶାନ୍ତ ଦେବଙ୍କ ବିଜୟ । ବିପକ୍ଷ ବକ୍ସରଙ୍କୁ ହରାଇ କ୍ବାଟର ଫାଇନାଲରେ କଲେ ପ୍ରବେଶ । ଅଧିକ ପଢନ୍ତୁ

Nishant Dev
Nishant Dev (ETV BHARAT ODISHA)

ପ୍ୟାରିସ: ଭାରତ ପାଇଁ ଆଉ ଏକ ପଦକ ଆଶା ଉଜ୍ଜୀବିତ । ବକ୍ସିଂରେ ଦମଦାର ପ୍ରଦର୍ଶନ କରି କ୍ବାଟର ଫାଇନାଲକୁ ପ୍ରବେଶ କରିଛନ୍ତି ବକ୍ସର ନିଶାନ୍ତ ଦେବ। ପୁରୁଷ 71 କିଲୋଗ୍ରାମ ରାଉଣ୍ଡ ଅଫ୍‌ 16 ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି କ୍ବାଟର ଫାଇନାଲକୁ ଉନ୍ନିତ ହୋଇଛନ୍ତି । 3-2ରେ ନିଶାନ୍ତ ଇକ୍ବେଡରର ଜୋସ ଗାବ୍ରିଏଲ ରୋଡ୍ରିଗୁଏଜ ଟେନୋରିଏଙ୍କୁ ପରାସ୍ତ କରିଥିଲେ । ପ୍ରଥମ ଦୁଇଟି ରାଉଣ୍ଡରେ ନିଶାନ୍ତ ଆକ୍ରମଣାତ୍ମକ ଖେଳ ଖେଳିଥିଲେ ।

ନିଶାନ୍ତ ଦେବଙ୍କ ପଦର୍ଶନ: ପ୍ରଥମ ରାଉଣ୍ଡରେ ନିଶାନ୍ତ ଆକ୍ରମଣ ଆରମ୍ଭ କରିଥିଲେ । ତାଙ୍କ ପ୍ରତିପକ୍ଷଙ୍କ ଉପରେ ଆଟାକ୍‌ କରି 1-0ରେ ଆଗୁଆ ରହିଥିଲେ । ଦ୍ବିତୀୟ ରାଉଣ୍ଡରେ ମଧ୍ୟ ଆକ୍ରମଣାତ୍ମକ ଖେଳ ଜାରି ରଖି 2-0ରେ ଆଗୁଆ ରହିଥିଲେ । ତୃତୀୟ ରାଉଣ୍ଡରେ ଜୋସ ଗାବ୍ରିଏଲ ରୋଡ୍ରିଗୁଏଜ ଟେନୋରିଏ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ସେ ପରାଜିତ ହୋଇଥିଲେ । ଉପସ୍ଥିତ 4 ଜଣ ବିଚାରପତି ନିଶାନ୍ତଙ୍କୁ ପ୍ରଥମ ଦୁଇ ରାଉଣ୍ଡରେ 10 ପଏଣ୍ଟ ଲେଖାଏଁ ଦେଇଥିଲେ । ପରେ 3-1ରେ ନିଶାନ୍ତ ବିଜୟୀ ହୋଇ କ୍ବାଟର ଫାଇନାଲକୁ ପ୍ରବେଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବକ୍ସିଂରେ ଭାରତର ଏକତରଫା ବିଜୟ; କ୍ବାର୍ଟର ଫାଇନାଲ୍‌ରେ ଲୋଭଲିନା - Paris Olympics 2024

କ୍ବାର୍ଟର ଫାଇନାଲ୍‌ରେ ଲୋଭଲିନା: ସେହିପରି ମହିଳା 75 କିଲୋଗ୍ରାମ ଓଜନ ବର୍ଗର ରାଉଣ୍ଡ ଅଫ୍‌ 16 ମ୍ୟାଚ୍‌ରେ ଭାରତର ଷ୍ଟାର ବକ୍ସର ଲୋଭଲିନା ବୋର୍ଗୋହେନ ବିଜୟୀ ହୋଇଛନ୍ତି । ସେ ନରୱେର ସନ୍ନିଭା ହୋଫଷ୍ଟେଡଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ମ୍ୟାଚ୍‌କୁ ଏକତରଫା ଭାବେ ଜିତି ନେଇଥିଲେ ଲୋଭଲିନା । ସେ ପ୍ରତିପକ୍ଷ ନରୱେ ବକ୍ସରଙ୍କୁ 5-0ରେ ମାତ୍‌ ଦେଇଥିଲେ ।

ନିରାଶ କଲେ ମନିକା ବାତ୍ରା: ମହିଳା ଟେବୁଲ ଟେନିସ ସିଙ୍ଗଲ୍ସ ପ୍ରତିଯୋଗିତାରେ ନିରାଶ କରିଛନ୍ତି ମନିକା । ପ୍ରି କ୍ବାର୍ଟରରେ 1-4ରରେ ଜାପାନର ମିଫ ହିରାନୋଙ୍କ ଠାରୁ ପରାସ୍ତ ହୋଇ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି । ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ ସେ ଟପ୍ 16ରେ ଏଣ୍ଟ୍ରି କରିଥିଲେ ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.