ଗୁହାରି ପରେ ବି ଶୁଣିଲାନି ପ୍ରଶାସନ, କାଦୁଅ ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ - PROTEST FOR ROAD PROBLEM

By ETV Bharat Odisha Team

Published : Aug 1, 2024, 10:41 AM IST

thumbnail
PLANTING PADDY ON MUDDY ROADS (ETV BHARAT ODISHA)

ଭବାନୀପାଟଣା: ଅସରାଏ ବର୍ଷରେ ବେହାଲ ହେଲା ରାସ୍ତାର ଅବସ୍ଥା । ସମସ୍ୟା ସମ୍ପର୍କରେ ବାରମ୍ବାର ଅବଗତ ପରେବି ଶୁଣିଲାନି ଜିଲ୍ଲା ପ୍ରଶାସନ । ଶେଷରେ ବାଧ୍ୟ ହୋଇ କାଦୁଅ ପଚ୍ ପଚ୍ ରାସ୍ତାର ଧାନ ତଳି ରୋଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ମଙ୍ଗଳପୁର ଗ୍ରାମରେ । ଅଭିଯୋଗ ଅନୁଯାୟୀ, ସାନ ପୋଡାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେଶ ଶୋଚନୀୟ । ଫଳରେ ଯାତାୟତ ସମୟରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି କାଦୁଅ ହବାରୁ ଗାଡିମୋଟର ତ ଦୂରର କଥା, ଚାଲିକି ଯିବା ବି ମୁସ୍କିଲ । ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧିଙ୍କୁ ଜଣାଇଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ସମସ୍ତେ କାଦୁଅ ପଚ୍ ପଚ୍‌ ରାସ୍ତା ଉପରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି । ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଗ୍ରାମବାସୀ ଧାନ ତଳି ରୋଇବା ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହା ମଧ୍ୟ ପଢନ୍ତୁ-ଅଭିନବ ପ୍ରତିବାଦ, ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.