ETV Bharat / sports

ବ୍ୟାଡମିଣ୍ଟନ କ୍ୱାଟର ଫାଇନାଲ, ମୁହାଁମୁହିଁ ହେବେ ଦୁଇ ଭାରତୀୟ ସଟ୍‌ଲର୍‌ - Paris Olympics 2024

author img

By ETV Bharat Sports Team

Published : Aug 1, 2024, 9:19 AM IST

Updated : Aug 1, 2024, 10:24 AM IST

HS Prannoy vs Lakshya Sen: ବ୍ୟାଡମିଣ୍ଟନ ମେନ ସିଙ୍ଗିଲ୍ସ ରାଉଣ୍ଡ 16 ରେ ଆଜି ଦୁଇ ଭାରତୀୟ ସଟ୍‌ଲର୍‌ଙ୍କ ମଧ୍ୟରେ ହେବ କଡା ମୁକାବିଲା । ଲକ୍ଷ୍ୟ ସେନ୍‌ ଓ ଏଚଏସ ପ୍ରଣୟଙ୍କ ମଧ୍ୟରେ ହେବ ମୁକାବିଲା । ଅଧିକ ପଢନ୍ତୁ

HS Prannoy vs Lakshya Sen
HS Prannoy vs Lakshya Sen (AP Photo)

ପ୍ୟାରିସ (ଫ୍ରାନ୍ସ): ‘ପ୍ୟାରିସ୍‌ ଅଲିମ୍ପିକ୍ସ’ ବ୍ୟାଡମିଣ୍ଟନରେ କମାଲ କରୁଛନ୍ତି ଉଭୟ ଭାରତୀୟ ଦଳର ବ୍ୟାଡମିଣ୍ଟନ ତାରକା । ବ୍ୟାଡମିଣ୍ଟନ ମେନ ସିଙ୍ଗିଲ୍ସ ଗ୍ରୁପ ଷ୍ଟେଜରେ ଦମଦାର ପରଦର୍ଶନ କରି ରାଉଣ୍ଡ 16 ରେ ପ୍ରବେଶ କରିଛନ୍ତି ଭାରତୀୟ ଷ୍ଟାର ସଟ୍‌ଲର୍‌ ଏଚ.ଏସ ପ୍ରଣୟ । ପ୍ରି-କ୍ବାଟର ଫାଇନାଲରେ ଦୁଇ ଭାରତୀୟ ଲକ୍ଷ୍ୟ ସେନ୍‌ ଓ ଏଚଏସ ପ୍ରଣୟ ମୁହାଁମୁହିଁ ହେବେ । ଗତକାଲି ରାତିରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ଭିଏତନାମର ଡ୍ୟୁକ୍ ଫାଟ ଲେ'ଙ୍କୁ 2-1ରେ ହରାଇ ସେ ପ୍ରି- କ୍ୱାର୍ଟର ଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିଥିଲେ । ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟିଙ୍କୁ ମାତ୍‌ ଦେଇ ରାଉଣ୍ଡ ଅଫ୍‌ 16ରେ ପ୍ରବେଶ କରିଥିଲେ ଲକ୍ଷ୍ୟ ସେନ୍‌ ।

ଆଜି ପ୍ରି-କ୍ୱାଟର ଫାଇନାଲରେ ଲକ୍ଷ୍ଯ VS ପ୍ରଣୟ :

ଆଜି ପ୍ୟାରିସ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ପ୍ରି-କ୍ୱାଟରଫାଇନାରେ ଲଢିବେ ଦୁଇ ଭାରତୀୟ ସଟ୍‌ଲର୍‌ ଲକ୍ଷ୍ୟ ସେନ୍‌ ଓ ଏଚ.ଏସ ପ୍ରଣୟ । ଆଜି ଦିନ 12ଟା ସମୟରେ ମ୍ୟାଚ ଖେଳାଯିବ । କାହାକୁ କି’ଏ ହରାଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ-ମେଡାଲ ଆଡ଼କୁ ଲକ୍ଷ୍ୟ; ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଲକ୍ଷ୍ୟ ସେନ୍‌ - Paris Olympics 2024

କେମିତି ଥିଲା ପ୍ରଣୟଙ୍କ ପ୍ରଦର୍ଶନ? :

ବୁଧବାର ରାତିରେ ବ୍ୟାଡମିଣ୍ଡନ ମେନ ସିଙ୍ଗିଲ୍ସ ଗ୍ରୁପ ଷ୍ଟେଜ ମ୍ୟାଚ ଖେଳାଯାଇଥିଲା । ଭାରତୀୟ ଷ୍ଟାର ସଟ୍‌ଲର୍‌ ଏଚ.ଏସ ପ୍ରଣୟ ଭିଏତନାମର ଡ୍ୟୁକ୍ ଫାଟ ଲେ'ଙ୍କୁ ଯଥାକ୍ରମେ 16-21 ଓ 21-11, 21-12 ସ୍କୋରରେ ପରାସ୍ତ କରି ରାଉଣ୍ଡ ଅଫ 16ରେ ପ୍ରବେଶ କରିଥିଲେ ।

କେମିତି ଥିଲା ଲକ୍ଷ୍ୟଙ୍କ ପ୍ରଦର୍ଶନ:

ଗତକାଲି ଦିନ ବେଳା ବ୍ୟାଡମିଣ୍ଟନ ମେନ ସିଙ୍ଗିଲ୍ସ ଗ୍ରୁପ ଷ୍ଟେଜରେ ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟିଙ୍କୁ ଯଥାକ୍ରମେ 21-18 ଓ 21-12 ସ୍କୋରରେ ପରାସ୍ତ କରିଥିଲେ ଲକ୍ଷ୍ୟ ସେନ୍‌ । ଏହାପରେ ସେ ରାଉଣ୍ଡ ଅଫ୍‌ 16ରେ ପ୍ରବେଶ କରିଥିଲେ । କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମ ସେଟ୍‌କୁ 21-18ରେ ଜିତି ନେଇଥିଲେ ଲକ୍ଷ୍ୟ ସେନ୍ । ଏହାପରେ ଦ୍ୱିତୀୟ ସେଟ୍‌ରେ ସେ ଆହୁରି ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏହି ସେଟ୍‌କୁ ସେ 21-12 ସ୍କୋର ସହିତ ସହଜରେ ଜିତି ନେଇଥିଲେ ।

Last Updated : Aug 1, 2024, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.