ETV Bharat / business

୫ ବର୍ଷ ପରେ ରେପୋ ରେଟ୍‌ କମାଇଲା RBI, ଶସ୍ତା ହେବ ଗୃହ ଋଣ EMI - REPO RATE

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକରେ ବଡ଼ ନିଷ୍ପତ୍ତି । ହ୍ରାସ ହେଲା ରେପୋ ରେଟ୍‌ ।

RBI Governor Sanjay Malhotra
RBI Governor Sanjay Malhotra (RBI)
author img

By ETV Bharat Odisha Team

Published : Feb 7, 2025, 11:24 AM IST

ନୂଆଦିଲ୍ଲୀ: ୫ ବର୍ଷ ପରେ ରେପୋ ରେଟ ହ୍ରାସ କଲା ରିଜର୍ଭ ବ୍ୟାଙ୍କ (RBI) । ଶସ୍ତା ହେବ ଗୃହ ଋଣ EMI । କମିବ ସୁଧ ହାର । ରେପୋ ରେଟ ୦.୨୫ ପ୍ରତିଶତ ହ୍ରାସ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍‌ ୬.୫ରୁ ଖସି ୬.୨୫ ହୋଇଛି । ଏମପିସିର (Monetary Policy Committee) ନିଷ୍ପତ୍ତି ଘୋଷଣା ବେଳେ ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ।

ରେପୋ ରେଟ ହ୍ରାସ:

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଆଜି (ଶୁକ୍ରବାର) ଦିନ ସୁଧ ହାରରେ ୦.୨୫ ପ୍ରତିଶତ ହ୍ରାସ ଘୋଷଣା କରିଛି । ୫ ବର୍ଷ ପରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରିଛି । ରେପୋ ରେଟ୍‌ରେ ୦.୨୫ ପ୍ରତିଶତ (୨୫ ବେସିସ୍ ପଏଣ୍ଟ) ହ୍ରାସ ଯୋଗୁଁ, ଗୃହ ଋଣ ଏବଂ କାର ଋଣ ସମେତ ସମସ୍ତ ଋଣ ଶସ୍ତା ହେବ । ଲୋକଙ୍କୁ EMIରେ ଆଶ୍ବସ୍ତି ମିଳିବ । ରିଜର୍ଭ ବ୍ୟାଙ୍କ ଶେଷ ଥର ପାଇଁ ଜୁନ୍ ୨୦୨୩ରେ ରେପୋ ରେଟ୍‌କୁ ୬.୫ ପ୍ରତିଶତକୁ ବୃଦ୍ଧି କରିଥିଲା । ଜୁନ୍ ୨୦୨୩ ପରଠାରୁ ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

୬.୨୫ ପ୍ରତିଶତ ରେପୋ ରେଟ୍‌:

ଜୁନ ୨୦୨୩ ପରେ ପ୍ରଥମ ଥର ପାଇଁ, ରେପୋ ରେଟ୍‌ ପରିବର୍ତ୍ତନ କରାଯାଇଛି । ଏବେ ଏହାକୁ ୬.୫୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ହ୍ରାସ କରାଯାଇଛି । ୫ ଫେବୃଆରୀରେ RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ବସିଥିବା ମୁଦ୍ରା ନୀତି କମିଟି ବୈଠକର ଆଜି (୭ ଫେବୃଆରୀ) ଶେଷ ଦିନ ଥିଲା । ୩ ଦିନ ଧରି ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରେପୋ ରେଟ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ବୈଠକ ଶେଷ ହେବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ରେପୋ ରେଟ୍‌ରେ ୦.୨୫ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି । ରିଜର୍ଭ ବ୍ୟାଙ୍କ ଶେଷ ଥର ପାଇଁ ମେ' ୨୦୨୦ରେ ସୁଧ ହାର ହ୍ରାସ କରିଥିଲା । କୋଭିଡ ସମୟରେ ଦେଶର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ RBI ରେପୋ ହାରକୁ ୦.୦୪ ପ୍ରତିଶତ (୪୦ ବେସିସ୍ ପଏଣ୍ଟ) ହ୍ରାସ କରିଥିଲା ।

RBI ଗଭର୍ଣ୍ଣରଙ୍କ ମୁଖ୍ୟ ଘୋଷଣା:

  • ପ୍ରାୟ ୫ ବର୍ଷ ପରେ ପ୍ରଥମ ଥର ପାଇଁ, RBI ସୁଧ ହାରକୁ 25 bps ହ୍ରାସ କରି 6.25 ପ୍ରତିଶତ କରିଛି
  • ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଭାରତର ଆର୍ଥିକ ବର୍ଷ ୨୬ ପାଇଁ ଅଭିବୃଦ୍ଧି ଲକ୍ଷ୍ୟକୁ ୬.୬ ପ୍ରତିଶତରୁ ୬.୭ ପ୍ରତିଶତକୁ ବୃଦ୍ଧି କରିଛନ୍ତି
  • ଖାଦ୍ୟ ସାମଗ୍ରୀ ପ୍ରତି ଅନୁକୂଳ ଦୃଷ୍ଟିକୋଣ ଯୋଗୁଁ ମୁଦ୍ରାସ୍ଫୀତି ହ୍ରାସ ପାଇଛି । ଲକ୍ଷ୍ୟ ଅନୁଯାୟୀ ଏହା ଧୀରେ ଧୀରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି
  • ଚାହିଦା ଦିଗରେ, ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଉଥିବା ବେଳେ ସହରାଞ୍ଚଳରେ ଚାହିଦା ମନ୍ଥର ରହିଛି

ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱାଧୀନ ଏମପିସି ଆର୍ଥିକ ବର୍ଷ ୨୦୨୬ରେ ମୁଦ୍ରାସ୍ଫୀତି ୪.୨ ପ୍ରତିଶତ ରହିବ ବୋଲି ଆକଳନ କରିଛି

  • ଆର୍ଥିକ ବର୍ଷ ୨୬ରେ ୪.୨ % ଆକଳନ
  • ପ୍ରଥମ ତ୍ରୈମାସିକରେ ୪.୫ % ଆକଳନ
  • ଦ୍ୱିତୀୟ ତ୍ରୈମାସିକରେ ୪ % ଆକଳନ
  • ତୃତୀୟ ତ୍ରୈମାସିକରେ ୩.୮ % ଆକଳନ

ଏହା ମଧ୍ୟ ପଢ଼ନ୍ତୁ...

ମହାକାଶ ଅନୁସନ୍ଧାନରେ ଶିଖର ଛୁଇଁବ ଇସ୍ରୋ; ବଜେଟ୍‌ରେ ମିଳିଲା 13,415 କୋଟି ଅନୁଦାନ

ଓଡ଼ିଶାକୁ ୧୦,୫୯୯ କୋଟି ରେଳ ବଜେଟ, କେନ୍ଦ୍ର ଦେଲା ରେକର୍ଡ ଟଙ୍କା

‘ଆୟକର ହ୍ରାସ ନିଷ୍ପତ୍ତି ପଛରେ ଥିଲେ ପ୍ରଧାନମନ୍ତ୍ରୀ, ଅଧିକାରୀଙ୍କୁ ବୁଝାଇବା ପାଇଁ ସମୟ ଲାଗିଲା ’

GDP ଉପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଆକଳନ:

ପ୍ରଥମ ତ୍ରୈମାସିକ ପାଇଁ ପ୍ରାୟ ୬.୭%

ଦ୍ୱିତୀୟ ତ୍ରୈମାସିକ ପାଇଁ ୬.୭%

ତୃତୀୟ ତ୍ରୈମାସିକ ପାଇଁ ୭%

ଚତୁର୍ଥ ତ୍ରୈମାସିକ ପାଇଁ ୬.୫ %

ବ୍ୟରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.