ହାଇଦ୍ରାବାଦ: ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା, ନୀଲମ ଉପାଧ୍ୟାୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହା ପୂର୍ବରୁ, ସିଦ୍ଧାର୍ଥ ଏବଂ ନୀଲମଙ୍କ ବିବାହ ପୂର୍ବ ସମାରୋହ ଜୋରସୋରରେ ଚାଲିଛି । ପ୍ରିୟଙ୍କା ମଧ୍ୟ ତାଙ୍କ ଭାଇଙ୍କ ବିବାହ ସମାରୋହକୁ ବହୁତ ଉପଭୋଗ କରୁଛନ୍ତି । ଗୁରୁବାର ମେହେନ୍ଦୀ ଏବଂ ସଙ୍ଗୀତ ଥିବା ବେଳେ ଏହି ସମୟରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସଙ୍ଗୀତ ଏବଂ ଡ୍ୟାନ୍ସରେ ସମାରୋହରେ ଚାର୍ ଚାନ୍ଦ ଲଗାଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ବିବାହରେ ସ୍ୱାମୀ-ହଲିଉଡ୍ ଗାୟକ ନିକ୍ ଜୋନାସ୍ ତାଙ୍କ ପରିବାର ସହ ସାମିଲ ହେବାକୁ ଭାରତ ପହଞ୍ଚିଛନ୍ତି । ପ୍ରିୟଙ୍କାଙ୍କୁ ତାଙ୍କ ରକଷ୍ଟାର ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ସହ ପୋଜ୍ ଦେଖିବାକୁ ମିଳିଥିଲା । ଗତକାଲି ରାତିରେ, ପ୍ରିୟଙ୍କା ତାଙ୍କ ଭାଇଙ୍କ ସଙ୍ଗୀତ ସମାରୋହରେ ତାଙ୍କ ସ୍ୱାମୀଙ୍କ ସହ ଅନେକ ଫଟୋ କ୍ଲିକ୍ କରିଥିଲେ । ଏହି ସମୟରେ, ଦମ୍ପତି ବ୍ଲୁ ମେଚିଂ ଆଉଟଫିଟ ସହ ନଜର ଆସିଥିଲେ ।
ସିଦ୍ଧାର୍ଥ ଚୋପ୍ରାଙ୍କ ସଙ୍ଗୀତ ସମାରୋହରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସଙ୍କ ପରଫର୍ମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏକ ଫ୍ୟାନ ପେଜ୍ ନିଜ ଇନଷ୍ଟାଗ୍ରାମରେ ଦମ୍ପତିଙ୍କ ଏକ ଭିଡିଓ ପୋଷ୍ଟ ସେୟାର କରିଛି । ଉଭୟ ପାପାରାଜିଙ୍କ ପାଇଁ ପରିବାର ସହ ପୋଜ ଦେଇଛନ୍ତି । ଏହି ସମୟରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଭାବୀ ଭାଉଜଙ୍କ ପୋଷାକ ସଜାଡ଼ିବାର ନଜର ଆସିଛନ୍ତି । ଯାହାର ସମସ୍ତଙ୍କ ଦୃଦୟ ଜିତିଛି । ଏହି ସଙ୍ଗୀତ ସମାରୋହରେ ପ୍ରିୟଙ୍କା ଏବଂ ନିକ୍ ମଧ୍ୟ ଏକାଠି ପ୍ରଦର୍ଶନ କରିଥିଲେ । ନିକ୍ ଗୀତଟି ଗାଉଥିବା ସମୟରେ ପ୍ରିୟଙ୍କା ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ 'ତୁ ମାନ ମେରି ଜାନ' ଭଳି ଅନେକ ଗୀତ ଗାଇଥିଲେ । ଏହା ବ୍ୟତୀତ ପ୍ରିୟଙ୍କା ତାଙ୍କ ଭାବୀ ଭାଉଜଙ୍କ ସହିତ ମଧ୍ୟ ମଞ୍ଚରେ ଠୁମକା ଲଗାଇଥିଲେ ।
ଏହା ମଧ୍ୟ ପଢନ୍ତୁ: ଚିଲକୁର ବାଲାଜୀଙ୍କ ଶରଣରେ ପ୍ରିୟଙ୍କା ଚୋପ୍ରା, ରାଜାମୌଲିଙ୍କ ଏହି ଫିଲ୍ମରେ ଆସିବା ନେଇ ଚର୍ଚ୍ଚା
ପ୍ରିୟଙ୍କା ଚୋପ୍ରାଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଏଥର ପ୍ରିୟଙ୍କା ଭାରତରେ ବହୁତ ଦିନ ରହିପାରନ୍ତି । ଅଭିନେତ୍ରୀ ଏସ୍ ଏସ୍ ରାଜମୌଲିଙ୍କ ଫିଲ୍ମ ସାଇନ୍ କରିଛନ୍ତି, ଯାହାର ଅସ୍ଥାୟୀ ନାମ ହେଉଛି SSMB29 । ସୁଟିଂ ହାଇଦ୍ରାବାଦରେ ଜାରି ରହିଛି । ଏହି ସାଉଥ ଚଳଚ୍ଚିତ୍ର ସହ ପ୍ରିୟଙ୍କା ପୁଣି ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ପୁଣି ଫେରୁଛନ୍ତି । ଏହି ଦେଶୀ ଗର୍ଲଙ୍କୁ ଶେଷ ଥର ପାଇଁ ୨୦୧୯ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର "ଦ ସ୍କାଏ ଇଜ୍ ପିଙ୍କ"ରେ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ