ETV Bharat / state

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ନବମ-ଦଶମ ଶ୍ରେଣୀକୁ ମିଳିବ ମଧ୍ୟାହ୍ନ ଭୋଜନ - MID DAY MEAL FOR CLASS X STUDENTS

ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ ହେବେ ନବମ-ଦଶମ ଛାତ୍ରଛାତ୍ରୀ । ସେପଟେ ଐତିହ ମାନ୍ୟତା ପାଇବ କଟକ ରାଣୀହାଟ ଉଚ୍ଚ ବିଦ୍ୟାଳୟ । କାର୍ଯ୍ୟକ୍ରମରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

MID DAY MEAL FOR CLASS IX X STUDENTS
MID DAY MEAL FOR CLASS IX X STUDENTS (ETV Bharat Odisha)
author img

By ETV Bharat Odisha Team

Published : Feb 12, 2025, 7:58 AM IST

କଟକ: ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ଯୋଜନାରେ ସ୍କୁଲରେ ମଧ୍ୟାହ୍ନ ଭୋଜନର ସୁବିଧା ପାଉଥିଲେ । କଟକ ରାଣୀହାଟ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପୂର୍ତ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ସେପଟେ ରାଣୀହାଟ ଉଚ୍ଚ ବିଦ୍ୟାଳୟକୁ ‘ଐତିହ ବିଦ୍ୟାଳୟ’ ମାନ୍ୟତା ପ୍ରଦାନ କରିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

  • ରାଣୀହାଟ ଉଚ୍ଚ ବିଦ୍ୟାଳୟକୁ ୧୦୦ ବର୍ଷ ପୂର୍ତ୍ତୀ:

ଗତକାଲି (ମଙ୍ଗଳବାର) ରାଣୀହାଟ ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟକୁ ୧୦୦ ବର୍ଷ ପୂର୍ତ୍ତୀ ଉତ୍ସବ ଅବସରରେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୬ କୋଟି ଟଙ୍କା ସ୍କୁଲର ବିକାଶରେ ଖର୍ଚ୍ଚ କରିବା ପାଇଁ ଘୋଷଣା କରିଥିଲେ । ଏହାପରେ ସ୍କୁଲର ‘ଡିପିଆର’ ପ୍ରସ୍ତୁତ ହେବା ପରେ ସ୍କୁଲକୁ ଆହୁରି ସମ୍ପ୍ରସାରଣ ଓ ଶୈଖିକ ବାତାବରଣ ଭାବରେ ନିର୍ମାଣ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ସହାୟତା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

MID DAY MEAL FOR CLASS IX X STUDENTS (ETV Bharat Odisha)
  • 'ନବମ-ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ':

ମୁଖ୍ୟମନ୍ତ୍ରୀ କହିଛନ୍ତି,"ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରେ ସାମିଲ ହେବେ ।ଏନେଇ ଆମ ସରକାର କ୍ୟାବିନେଟରେ ନିଷ୍ପତି ଚୁଡ଼ାନ୍ତ ହୋଇଛି ।ଏହାବ୍ୟତୀତ ମାଧ ସିଂ ଛାତ୍ରବୃତ୍ତି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ପୁରାତନ ଓ ଶହେ ବର୍ଷର ବିଦ୍ୟାଳୟ ହୋଇଥିବାରୁ ରାଣୀହାଟ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ଖୁବଶୀଘ୍ର ଦିଆଯିବ ।ଏହି ବିଦ୍ୟାଳୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ କୋଟି ଟଙ୍କା ସହାୟତା ରାଶି ଘୋଷଣା କରୁଛି ।"

ଏହା ମଧ୍ୟ ପଢନ୍ତୁ...ଆୟୁଷ୍ମାନ ଭାରତ ଯୋଜନା: 'ଚାଲିଛି IT ଇଣ୍ଟିଗ୍ରେସନ, କାର୍ଡ ପ୍ରିଣ୍ଟିଂ' - AYUSHMAN BHARAT SCHEME

ଏହା ମଧ୍ୟ ପଢନ୍ତୁ...ଗ୍ରେଟର ଭୁବନେଶ୍ଵର ପାଇଁ ପ୍ରସ୍ତୁତି, '୮୫୦୦ ବର୍ଗ କିମି ଅଞ୍ଚଳକୁ ବିକଶିତ କରାଯିବ' - GREATER BHUBANESWAR REGION ODISHA

ଏହା ମଧ୍ୟ ପଢନ୍ତୁ...ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ମାତୃବନ୍ଦନା ଯୋଜନା - MAMATA AND MATRU VANDANA

  • ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଗଢିଛି ଏହି ବିଦ୍ୟାଳୟ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ," ଏହି ବିଦ୍ୟାଳୟରେ ପୂର୍ବତନ ସାଂସଦ ସ୍ୱର୍ଗତଃ ଜୟନ୍ତୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ସମୀର ଦେ ଓ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ଦାମୋଦର ରାଉତଙ୍କ ପରି ଅନେକ ପ୍ରତିଭା ସମ୍ପନ୍ନ ସଫଳ ବ୍ୟକ୍ତିତ୍ୱ ନିଜର ଛାତ୍ର ଜୀବନ ଆରମ୍ଭ କରିଥିଲେ । ବ୍ରିଟିଶ ଅମଳରୁ ରହିଥିବା ୩ଟି ଖୋଲା ଛାତ ଘରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ, ଏବଂ ପରବର୍ତ୍ତୀ ସମୟରେ ବାଞ୍ଛାନିଧି ଶତପଥୀଙ୍କ ପ୍ରଚେଷ୍ଟାରେ ଚାଲୁଥିବା ଏହି ବିଦ୍ୟାଳୟ ବର୍ତ୍ତମାନ ଓଡ଼ିଶାର ଏକ ବୃହତ୍ତ ବିଦ୍ୟାଳୟ ଭାବେ ପରିଗଣିତ ହେଉଛି । ଆମ ସରକାର ଆମ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍କୃଷ୍ଟ ଶୈକ୍ଷିକ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଆମ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଭିତ୍ତିଭୂମିକୁ ନବୀକରଣ କରିବାକୁ ଯୋଜନା କରୁଛୁ । ଯାହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷା ସୁବିଧା ମିଳିବା ସହିତ ଶିକ୍ଷାର ମାନ ବୃଦ୍ଧି ହେବ । ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାର ବିକାଶ ହେଲେ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବ । "

  • ଶତାୟୁ ଅନୁଷ୍ଠାନ ରାଣୀହାଟ ଉଚ୍ଚ ବିଦ୍ୟାଳୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,"କଟକ ସହରରେ ଶହେ ବର୍ଷ ଅତିକ୍ରମ କରିଥିବା ସ୍କୁଲ ମଧ୍ୟରେ ୫ଟି ସ୍କୁଲ ରହିଛି । ଏହାସହ ରାଣୀହାଟ ସ୍କୁଲ ଆଜି ଯୋଡି ହୋଇଛି । ୨୦୩୬ ମସିହାରେ ଯେତେବେଳେ ସ୍ୱତନ୍ତ୍ର ଓଡିଶାର ୧୦୦ ବର୍ଷ ପୂରଣ କରିବ । ସେତେବେଳେ ଏହି ସ୍କୁଲ ୧୦୦ ବର୍ଷର ଅନ୍ୟତମ ସଫଳତାର କାହାଣୀ ବ୍ୟାଖ୍ୟା କରିବ । ଉତ୍କର୍ଷତାର କେନ୍ଦ୍ରବିନ୍ଦୁ ପାଲଟିବା ସହିତ ଶିକ୍ଷାଭୂମିର ଅନନ୍ୟ ଦୃଷ୍ଟାନ୍ତ ହୋଇ ଆଗାମୀ ପୀଢ଼ିକୁ ଦିଗଦର୍ଶନ ଦେବ । ଯେକୌଣସି ଅନୁଷ୍ଠାନର ଯାତ୍ରାରେ ଶହେ ବର୍ଷ ସଫଳତାର ସହିତ ପୂର୍ଣ୍ଣ କରିବା ଅଭିନନ୍ଦନୀୟ । ଶତାୟୁ ଅନୁଷ୍ଠାନ ରାଣୀହାଟ ଉଚ୍ଚ ବିଦ୍ୟାଳୟର ଇତିହାସ ଗୌରବମୟ ଓ ବଳିଷ୍ଠ । "

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.