ଓଡିଶା

odisha

ETV Bharat / snippets

ସୁନ୍ଦରଗଡ଼ରେ ଦିନକରେ ହାତୀ ନେଲା ୨ ଜୀବନ

By ETV Bharat Odisha Team

Published : Jul 26, 2024, 8:58 PM IST

Elephant Attack
Elephant Attack (ETV Bharat Odisha)

ରାଉରକେଲା:ଗୋଟିଏ ଦିନରେ ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ସୁନ୍ଦରଗଡ଼ ବଣାଇ ବନଖଣ୍ଡ ତାମଡା ରେଞ୍ଜ ଜାମୁଦର ଗ୍ରାମର ବୃଦ୍ଧ କୁଦୁରାଇ ମୁଣ୍ଡାରିଙ୍କ ମୃତ୍ୟୁ ଘଟିଛି । ସେହିପରି ଚାନ୍ଦିପୋଷ ଥାନା ବାଙ୍କୀ ପଞ୍ଚାୟତ ରାଣୀବେର୍ଣା ଗ୍ରାମର ରାଜୁ ବାଗେଙ୍କ ଜୀବନ ଯାଇଛି। ସୂଚନା ଅନୁସାରେ, କୁଦୁରାଇ ଜଙ୍ଗଲକୁ ଯାଇଥିବାବେଳେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ସେହିପରି ରାଜୁ ଚାନ୍ଦିପୋଷରୁ ଘରକୁ ଫେରୁଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ । ସେଠାରେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ବନ ବିଭାଗ ଏବଂ ଚାନ୍ଦିପୋଷ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ରାଜୁଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details