ETV Bharat / state

ରାଜଧାନୀରେ କୋଷ୍ଟଗାର୍ଡ DIGଙ୍କୁ ଦୁର୍ବ୍ୟବହାର, 2 ଯୁବକ ଅଟକ

କୋଷ୍ଟଗାର୍ଡ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ମଦ୍ୟପ ଯୁବକଙ୍କ ଦୁର୍ବ୍ୟବହାର । ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ଦୁଇ ଜଣଙ୍କୁ ଅଟକ ରଖିଲା ପୋଲିସ ।

author img

By ETV Bharat Odisha Team

Published : 2 hours ago

Updated : 1 hours ago

indian coast guard harassed by drunk  youth
indian coast guard harassed by drunk youth (ETV BHARAT ODISHA)

ଭୁବନେଶ୍ବର: ରାଜଧାନୀରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଗତକାଲି(ଗୁରୁବାର) ରାତି ସମୟରେ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ବିଚ ରାସ୍ତାରେ ଦୁଇ ଯୁବକ ଦୁର୍ବ୍ୟବହାର ସହ ଅସଦାଚରଣ କରିଥିବା ନେଇ ଥାନାରେ ଏତଲା । ଖବର ପାଇ ଥାନାରେ ପହଞ୍ଚିଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଦୁଇ ଅଟକ ଯୁବକଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଛାତ୍ର ଆଉ ଜଣେ ଇଞ୍ଜିନିୟର ହୋଇଥିବା ଜଣାପଡିଛି ।

କଳିଙ୍ଗ ଷ୍ଟାଡିୟମ୍ ଛକରେ ଦୁର୍ବ୍ୟବହାର:

INDIAN COAST GUARD DIG (ETV Bharat Odisha)

ଭାରତୀୟ ତଟ ସୁରକ୍ଷା ବା ଇଣ୍ଡିଆନ କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ଗତକାଲି ରାତି ୯ଟା ୪୦ସମୟରେ ନୟାପଲ୍ଲୀ ବେହେରା ସାହି କଳିଙ୍ଗ ଷ୍ଟାଡିୟମ୍ ଛକରେ ଗାଡ଼ି ୟୁଟର୍ଣ୍ଣ କରିବାକୁ ଟ୍ରାଫିକ ସିଗନାଲରେ ଅଟକି ଥିଲେ । ହଠାତ୍‌ ଏହି ସମୟରେ ତାଙ୍କ କାର ସାମ୍ନାକୁ ଦୁଇ ଅଟକ ଯୁବକ ଡିଆଇଜିଙ୍କ କାର ସାମ୍ନାରେ ଗାଡି ରଖି ସାଇଟ୍ ଦେବା ପାଇଁ ଇସାରା ଦେଇଥିଲେ । ଏହାପରେ ଡିଆଇଜି ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଦୁଇ ମଦ୍ୟପ ଯୁବକଙ୍କ ମଧ୍ୟରେ ଜଣେ ଗାଡିରୁ ଓହ୍ଲାଇ ଆସି ଡିଆଇଜିଙ୍କୁ ଅଶାଳୀନ ଭାବେ ଗାଳି ଗୁଲଜ କରିଥିଲା । ଯେହେତୁ ଡିଆଇଜି ଓ ତାଙ୍କ ପତ୍ନୀ କାରରେ ଥିଲେ ଏହା ତାଙ୍କୁ ବ୍ୟଥିତ କରିଥିଲା । ଏ ଘଟଣା ସେ ଟ୍ରାଫିକ ପୋଲିସର ନଜରକୁ ଆଣି ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତୁରନ୍ତ ପିସିଆର ଯୋଗେ ଦୁଇ ଜଣଙ୍କୁ ଠାବ କରି ଥାନାକୁ ଆଣିଥିଲେ ।

ଭରତପୁର ଥାନା ମାମଲା; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମେଜର ଓ ବାନ୍ଧବୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ

ହାଇକୋର୍ଟଙ୍କ ବଡ଼ ରାୟ, ଭରତପୁର ମାମଲାରେ ସାର୍ବଜନୀନ ହେବ ନାହିଁ ମେଜର ଓ ବାନ୍ଧବୀଙ୍କ ପରିଚୟ

ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, ୬୦ ଦିନରେ ରିପୋର୍ଟ

ଡିଆଇଜି ସତ୍ୟ ରଞ୍ଜନ ଦାସ ପ୍ରତିକ୍ରିୟାରେ କହିଛନ୍ତି, '' ରାସ୍ତାରେ ଦୁଇ ଜଣ ମଦ୍ୟପ ଯୁବକ ଆସି ଦୁର୍ବ୍ୟବହାର କରିଥିଲେ । ଏନେଇ ମୁଁ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛି । ଟ୍ରାଫିକରେ ଛିଡା ହୋଇଥିବା ବେଳେ ସେମାନେ ଆସିକି ସାମ୍ନାରେ ଛିଡା ହୋଇଯାଇଥିଲେ । ଯେତେବେଳେ ୟୁଟର୍ଣ୍ଣ ନେବା ପାଇଁ ମୁଁ ତାଙ୍କୁ କହିଥିଲି, ସେ କିନ୍ତୁ ଶୁଣିନଥିଲେ । ଦୁଇ ଯୁବକ ମଦ୍ୟପାନ କରିଥିଲେ ।''

INDIAN COAST GUARD HARASSED
INDIAN COAST GUARD HARASSED (ETV BHARAT ODISHA)

ଡିଆଇଜିଙ୍କ ଅଭିଯୋଗ ପରେ ଖବର ପାଇ ଥାନାରେ ପହଞ୍ଚିଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଡିଆଇଜିଙ୍କ ସହ ଆଲୋଚନା ପରେ ଥାନାରୁ ବାହାରି ଥିଲେ । ଏନେଇ ପୋଲିସ କମିଶନର କହିଛନ୍ତି, ''ଭାରତୀୟ କୋଷ୍ଟଗାର୍ଡ DIG ସତ୍ୟ ରଞ୍ଜନ ଦାସଙ୍କ ଅଭିଯୋଗ ଗ୍ରହଣ କରାଯାଇଛି । ଘଟଣାର ତଦନ୍ତ ଚାଲିଛି । 2 ଜଣଙ୍କୁ ଅଟକ ରଖାଯାଇଛି । ''

INDIAN COAST GUARD  DIG
INDIAN COAST GUARD DIG (ETV BHARAT ODISHA)

ଘଟଣାକୁ ଗୁରୁତର ସହ ନେଇଛି ପୋଲିସ:

ଡିଆଇଜିଙ୍କୁ ଦୁର୍ବ୍ୟହାର ଘଟଣାକୁ ଗୁରୁତର ସହ ନେଇଛି ପୋଲିସ । କାରଣ ପୂର୍ବରୁ ଭରତପୁର ଥାନା ଅଞ୍ଚଳରେ ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ସମାନ ଘଟଣାରେ ବଦନାମ ହୋଇଥିଲା ପୋଲିସ‌ । ତେଣୁ ଏହି ଘଟଣାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ କମିଶନର ଏସ ଦେବଦତ୍ତ ସିଂ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.