ETV Bharat / state

ସୁଭଦ୍ରା ଫର୍ମ ପକାଇବାକୁ ଯାଇଥିଲେ ମାଆ-ଝିଅ, ବସ୍ତାରୁ ମିଳିଲା କଙ୍କାଳ

ସୁଭଦ୍ରା ଫର୍ମ ପକାଇବାକୁ ଯାଇ ଫେରି ନାହାନ୍ତି ମାଆ ଓ ଝିଅ । ଏପଟେ ବସ୍ତାରୁ ମିଳିଲା ମଣିଷ ଖପୁରୀ କଙ୍କାଳ । ନିଖୋଜ ମାଆ ଓ ଝିଅଙ୍କୁ ନେଇ ବଢୁଛି ସନ୍ଦେହ ।

author img

By ETV Bharat Odisha Team

Published : 3 hours ago

Updated : 1 hours ago

HUMAN SKELETON FOUND
HUMAN SKELETON FOUND (ETV Bharat Odisha)

ଭଦ୍ରକ: ବାସୁଦେବପୁର ଅଞ୍ଚଳରେ ଚାଞ୍ଚଲ୍ୟ । ବସ୍ତା ଭିତରୁ ମିଳିଲା ମଣିଷ ଖପୁରୀ ଓ କଙ୍କାଳ । ସନ୍ଦେହରେ ଦୁଇ ଜଣଙ୍କ ଅଟକ ରଖିଛି ପୋଲିସ । ସେପଟେ ଜିଲ୍ଲାର ଦୁଇ ମା’ ଝିଅ ସୁଭଦ୍ରା ଫର୍ମ ପକାଇବାକୁ ଯାଇ ଫେରିନଥିଲେ । ଜବତ କଙ୍କାଳ ଓ ଖପୁରୀ ଏମାନଙ୍କର ସନ୍ଦେହ କରୁଛନ୍ତି ଗାଁଲୋକେ । ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।

ବସ୍ତାରୁ ମିଳିଲା ମଣିଷ ଖପୁରୀ:

ଗତକାଲି(ଗୁରୁବାର) ନାଳ ମଧ୍ୟରେ ପଡିଥିବା ଏକ ବସ୍ତାରୁ ମଣିଷ ଖପୁରି ସମେତ କଙ୍କାଳ ଉଦ୍ଧାର ହେବା ପରେ ହତ୍ୟାକାଣ୍ଡ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡହାବେଳି ସାହି ନିକଟରେ ଥିବା ପାଞ୍ଚ ଘେରିଆ ଲୁଣା ବନ୍ଧରୁ ମଣିଷ କଙ୍କାଳ ସହିତ ମୁଣ୍ଡ ଖପୁରି ଉଦ୍ଧାର ହୋଇଛି । ଖବର ଅନୁଯାୟୀ ସେହି ଅଞ୍ଚଳର ପାଣି ନିଷ୍କାସନ କରିବା ପାଇଁ ଏକ ଜେସିବି ମେସିନ ସାହାଯ୍ୟରେ ନାଳ ଖୋଳା କାର୍ଯ୍ୟଜାରୀ ରହିଥିଲା ।

ତେବେ ମେସିନ ଖୋଳୁଥିବା ସମୟରେ ସେଠାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ବସ୍ତାକୁ ମେସିନ ସହାୟତାରେ ନାଳ ମଧ୍ୟରୁ ବାହାର କରାଯାଇଥିଲା । ଏପରି ସ୍ଥିତିରେ ସନ୍ଦେହ ହେବାରୁ ସେହି ବସ୍ତାକୁ ଖୋଲାଯାଇଥିଲା । ପରେ ଉକ୍ତ ବସ୍ତାରୁ କଙ୍କାଳ ସହିତ ମଣିଷ ମୁଣ୍ଡ ଖପୁରି ଜବତ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ନାୟକାଣୀଡିହି ଥାନା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଛି ।

ବସ୍ତାରୁ ମିଳିଲା ମଣିଷ କଙ୍କାଳ (ETV Bharat Odisha)

ସୁଭଦ୍ରା ଫର୍ମ ପକାଇବାକୁ ଯାଇ ମା’ ଝିଅ ନିଖୋଜ:

ଗତ ସେପ୍ଟେମ୍ବର ମାସ 27 ଦିନ ବଡହାବେଲି ସାହି ପାଞ୍ଚ ଘେରିଆ ଅଞ୍ଚଳରେ ବସବାସ କରୁଥିବା ଉଭୟ ମାଆ ଏବଂ ଝିଅ, ସରକାରଙ୍କ ସୁଭଦ୍ରା ଯୋଜନାର ଫର୍ମ ପକାଇବାକୁ ବାଲିମୁଣ୍ଡା ବଜାରକୁ ଯାଇଥିଲେ । ହେଲେ ସେମାନେ ଆଉ ଘରକୁ ଫେରି ନଥିଲେ। ତେଣୁ ଏନେଇ ନାୟକାଣୀଡିହି ଥାନାରେ ଉଭୟ ମାଆ ଏବଂ ଝିଅ ନିଖୋଜ ଥିବାର ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ନିରାଶ ହେବାରୁ ଚଳିତ ମାସ 3 ତାରିଖ ଦିନ ଅଭିଯୋଗ କରିଥିଲେ । ଏହି ନିଖୋଜ ଦୁଇ ଜଣ ହେଲେ ମାଆ ଯମୁନା ସାମଲ ଏବଂ ଝିଅ କୌଶଲ୍ୟା ଗାଇନ ବୋଲି ଜଣାପଡିଛି ।

ଜବତ ଖପୁରୀ ମା’ ଝିଅଙ୍କର ବୋଲି ବଢୁଛି ସନ୍ଦେହ:

ଏପରି ସ୍ଥଳେ ସେଠାରୁ କଙ୍କାଳ ସହିତ ମଣିଷ ମୁଣ୍ଡ ଖପୁରି ବାହାରିବା ଏହା ନିଖୋଜ ଥିବା ଉଭୟ ମାଆ ଏବଂ ଝିଅଙ୍କର ବୋଲି ଅନୁମାନ କରାଯାଉଛି । ତେଣୁ ଏହି ଘଟଣାକୁ ନେଇ ସନ୍ଦେହ କରି ହାବାଲିସାହି ଗ୍ରାମର ନିଖୋଜ ମହିଳାଙ୍କ ଦୁଇ ଜଣ ଜ୍ବାଇଁଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖି ଏନେଇ ଅଧିକ ପଚରାଉଚରା ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:

ଟ୍ରେନ ଟ୍ରାକରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସ୍ତ୍ରୀ ସାମ୍ନାରେ ସ୍ବାମୀକୁ ହତ୍ୟା, ପତ୍ନୀକୁ ମାରି କୂଅକୁ ଫିଙ୍ଗିଦେଲା ପତି - Dhenkanal Murder

ଶାଢୀ ଚୋରି ସନ୍ଦେହରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ - Youth Beaten to death

ମା'କୁ ମିଳିମିଶି ମାରିଦେଲେ ୨ ନରହନ୍ତା ପୁଅ - Son Killed Mother

ଜଣାପଡୁନି କୁଆଡୁ ଆସିଲା କଙ୍କାଳ:

ତେବେ ଉକ୍ତ ଖପୁରି ଏବଂ କଙ୍କାଳ କାହାର, ସେନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଏହା ନିଖୋଜ ଥିବା ଉଭୟ ମାଆ ଏବଂ ଝିଅଙ୍କର ହୋଇଥିବାର ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ତେବେ ଏନେଇ ପୋଲିସର ତଦନ୍ତ ପ୍ରକ୍ରିୟା ସରିବା ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିଛି । ତଦନ୍ତରେ କୌଣସି ବ୍ୟାଘାତ ସୃଷ୍ଟି ନହେବାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ସେପଟେ ଗାଁର ୱାର୍ଡ ମେମ୍ବର ଶୁକଦେବ ଜେନା କହିଛନ୍ତି, ‘ମା’ ଓ ଝିଅ ଦୁଇ ଜଣ ନିଖୋଜ ହୋଇଥିଲେ । 15 ଦିନ ଥିଲା କୌଣସି ଖୋଜ ଖବର ନାହିଁ । ଖପୁରୀ ଦେଖିବା ପରେ ଆମେ ପୋଲିସକୁ ଖବର ଦେଇଥିଲୁ । ପୋଲିସ ଏବେ ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ସତ ଜଣାପଡିବ ।’

ଇଟିଭି ଭାରତ, ଭଦ୍ରକ

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.