ETV Bharat / state

ସଫ୍ଟୱେୟାର ସର୍ଭିସ ଆଳରେ ଠକେଇ, ଭୁବନେଶ୍ବରରେ ଥାଇ ଆମେରିକା ଲୋକଙ୍କୁ ଲଗାଉଥିଲେ ଚୂନ - CYBER FRAUD CALL CENTER

ଖୋଲୁଛି ନକଲି କଲ ସେଣ୍ଟର ଗୁମର । ସଫ୍ଟୱେୟାର ସର୍ଭିସ ଆଳରେ ଚୂନ ଲଗାଉଥିଲେ ଠକ । ତନାଘନା ପାଇଁ କଲିକତା ଯିବ ପୋଲିସ ।

CYBER FRAUD CALL CENTER
CYBER FRAUD CALL CENTER (ETV Bharat Odisha)
author img

By ETV Bharat Odisha Team

Published : Oct 18, 2024, 10:31 AM IST

ଭୁବନେଶ୍ବର: ସୁନ୍ଦରପଦା ଅଞ୍ଚଳରୁ ନକଲି କଲ ସେଣ୍ଟର ଠାବ ପରେ ଏବେ ଖୋଳତାଡ କରୁଛି କମିଶନରେଟ ପୋଲିସ । ଆଣ୍ଟିଭାଇରସ ସଂସ୍ଥାର‌ ସର୍ଭିସ ଦେବା ଆଳରେ ଠକେଇ କରୁଥିଲେ ଠକ । ଭୁବନେଶ୍ବରରେ ରହି ଆମେରିକା ଲୋକଙ୍କୁ ଠକୁଥିଲେ । ତଦନ୍ତ ବେଳେ ଏହା ଜାଣିବାକୁ ପାଇଛି ପୋଲିସ । ତେବେ ଜାତୀୟ ନିରାପତ୍ତା ଦୃଷ୍ଟିରୁ କୋଣରୁ ଏହି ଘଟଣାର ତନାଘନା ଆରମ୍ଭ କରିଛି IBର ଏକ ଟିମ ।

ରାଜଧାନୀରେ ଆଇବିର 3 ଜଣିଆ ଟିମ:

ସଫ୍ଟୱେୟାର ସର୍ଭିସ ଆଳରେ ଠକେଇ (ETV Bharat Odisha)

ଫେକ କଲ ସେଣ୍ଟର ତନାଘନା ପାଇଁ ରାଜଧାନୀକୁ ଆଇବିର 3 ଜଣିଆ ଟିମ ଆସିଛନ୍ତି । ଏହି ଘଟଣାର 6 ଅଭିଯୁକ୍ତ ଓ ସେମାନଙ୍କ ବ୍ୟବହାର କରୁଥିବା ଠକାମୀ ନେଟୱାର୍କର ତଥ୍ୟ ସଂଗ୍ରହ କରିଥିଲେ। । ଏମାନେ ବ୍ୟବହାର କରୁଥିବା ଠକେଇ ନେଟୱାର୍କ ଓ ସେ ସମ୍ପର୍କିତ ଜାତୀୟ ସୁରକ୍ଷା ଓ ନିରାପତ୍ତା ପ୍ରତି‌ ବିପଦକୁ ଦୃଷ୍ଟିରେ ରଖି ତଥ୍ୟ ସଂଗ୍ରହ କରିଛନ୍ତି ଇଣ୍ଟେଲିଜେନ୍ସ ବ୍ୟୁରୋର ଅଧିକାରୀ । କିଭଳି ଏମାନେ ଦେଶରେ ରହି ବିଦେଶରେ ଠକାମୀ କରୁଥିଲେ । ଠକେଇ ନେଟୱାର୍କର ଚେର କେତେ ବାଟ ଲମ୍ବିଛି । ଏମାନଙ୍କୁ କିଏ ନିଯୁକ୍ତ କରିଥିଲା ନା ଏଭଳି ଦେଶର ଅନ୍ୟ ସହରରେ ଏଭଳି ନେଟୱର୍କ ଚାଲିଛି ସେନେଇ ତନାଘନା କରିଛନ୍ତି IB ଅଧିକାରୀ ।

Cyber Fraud Call center
Cyber Fraud Call center (ETV Bharat Odisha)

ଆଣ୍ଟି ଭାଇରସ ସଫ୍ଟୱେୟାର ନାଁରେ ଠକେଇ:

ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି, ‘ଆମ ପାଇଁ ଏହି ରାକେଟର ଗିରଫ ପରେ ଆର୍ଥିକ କାରବାର,କେଉଁ କେଉଁ ଦେଶରେ ଏମାନଙ୍କର ଠକାମୀର ନେଟୱାର୍କ,ଦେଶର କେଉଁ କେଉଁ ସ୍ଥାନରେ ଏମାନଙ୍କର ସହଯୋଗୀ ନେଟୱର୍କ ଅଛନ୍ତି । ଏହା ସହିତ ଏମାନଙ୍କର ଠକାମୀର ଟେକ୍ନିକାଲ ଦିଗ କଣ ରହିଛି ସେନେଇ ଯାଞ୍ଚ ଜାରି ରହିଛି । ଏନେଇ ପ୍ରାଥମିକ ତଦନ୍ତରୁ ଏମାନେ ବିଦେଶରେ ରହୁଥିବା କିଛି ଗ୍ରାହକଙ୍କୁ ସଫ୍ଟୱେୟାର ସର୍ଭିସ ସପୋର୍ଟ ଦେବା ଆଳରେ ଅର୍ଥାତ୍ ଆଣ୍ଟିଭାଇରସର କଲ ସେଣ୍ଟର ଆଳରେ ଏମାନେ ବିଭିନ୍ନ ଦେଶର ଥିବା ନାଗରିକଙ୍କ କମ୍ପୁଟରକୁ ରିମୋର୍ଟରେ ମନିଟରିଂ କରି ତାଙ୍କ ସିଷ୍ଟମରୁ ତଥ୍ୟ ଚୋରି କରୁଥିଲେ ଠକୁଥିଲେ । ଏନେଇ ଏଭଳି ଏକ ମାଧ୍ୟମରେ ବିଶେଷ କରି ୟୁନାଇଟେଡ ଷ୍ଟେଟରେ ଏପରି କରିଥିବା ପୋଲିସ ସୂଚନା ପାଇଛି ।

ଗିରଫ ଅଭିଯୁକ୍ତ
ଗିରଫ ଅଭିଯୁକ୍ତ (ETV Bharat Odisha)

କଲିକତା ଯିବ ଟିମ୍‌:

ଏନେଇ ଭୁବନେଶ୍ବର ଡିସିପି ଆହୁରି କହିଛନ୍ତି, ‘ଏମାନଙ୍କର ଠକେଇ ନେଟୱାର୍କ ବିଶେଷ କରି କଲିକତା ଭଳି‌ ରାଜ୍ୟରେ ଚାଲୁଥିବା ବା ସେମାନଙ୍କର ନେଟୱାର୍କ ବିଷୟରେ ଜାଣିବାକୁ କଲିକତା ଯିବ ଏକ ପୋଲିସ ଟିମ୍ । ଏନେଇ ଆର୍ଥିକ କାରବାର ଓ ଏମାନଙ୍କର ସହଯୋଗୀ ଆଉ କିଏ ରହିଛନ୍ତି ।’ଏମାନଙ୍କର ଠକେଇ ନେଟୱାର୍କ ପଛର ମାଷ୍ଟର ମାଇଣ୍ଡଙ୍କୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି ।

ଟାର୍ଗେଟରେ ଥିଲେ ବିଦେଶୀ:

ଗିରଫ ଅଭିଯୁକ୍ତ
ଗିରଫ ଅଭିଯୁକ୍ତ (ETV Bharat Odisha)

ବିଦେଶରେ ଥିବା ଗ୍ରାହାକଙ୍କୁ ସେବା ଯୋଗାଇବା ଆଳରେ ଠକାମୀ କରୁଥିଲେ ଏମାନେ । ଆଣ୍ଟିଭାଇରସ ବିତରଣ ସଂସ୍ଥା ନାଁରେ ଠକୁଥିଲେ । ଏନେଇ ଆଣ୍ଟିଭାଇରସ ସରିଯାଇଥିବା ଲୋକଙ୍କୁ ରିନ୍ୟୁଉ ବା କିଛି ନୂଆ ସବସ୍କ୍ରିପ୍ସନ କରିବା ପାଇଁ ବିଦେଶ ଟଙ୍କା ରୋଜଗାର ଆଶାରେ ଏଭଳି ଠକେଇ କରିଥିଲେ । ଏଥିପାଇଁ ସୁଚିନ୍ତିତ ଢଙ୍ଗରେ ଅପରେଟ ହେଉଥିଲା ସାଇବର ଫ୍ରଡର କଲ ସେଣ୍ଟର । ପାଠୁଆ ଓ ଶିକ୍ଷିତ ଯୁବକଙ୍କୁ ଚାକିରିରେ ରଖି ବିଦେଶରେ ଥିବା ଲୋକଙ୍କୁ ଠକେଇ ପାଇଁ ସାଇବର ଠକେଇର ନେଟୱାର୍କ ଅପରେଟ କରୁଥିଲେ ମାଷ୍ଟର ମାଇଣ୍ଡ ।

ପ୍ରଭାବଶାଳୀ ଦେଶର ଆବଶ୍ୟକତା ଦେଖି ଠକେଇ:

ଗିରଫ ଅଭିଯୁକ୍ତ
ଗିରଫ ଅଭିଯୁକ୍ତ (ETV Bharat Odisha)

ସାଇବର ଠକଙ୍କ ଟାର୍ଗେଟରେ ପ୍ରଭାବଶାଳୀ ଦେଶ । ସଫ୍ଟୱେୟାର ସର୍ଭିସ ଦେବା ଆଳରେ ବିଛାଇଛନ୍ତି ମାୟାଜାଲ। ମାନବ ସମ୍ବଳ କମ ଥିବା ଦେଶର ନାଗରିକଙ୍କୁ ସେବା ଯୋଗାଇବା ଆଳରେ ନିଶାନା କରି ପ୍ରସ୍ତୁତ କରୁଛନ୍ତି ନୂଆ ନୂଆ ଠକାମିର ମାୟାଜାଲ । ଆଉ ବିଦେଶୀ ଟଙ୍କା ଉପାର୍ଜନ ପାଇ ଠକେଇ ପାଇ ବ୍ୟବସ୍ଥିତ ଢଙ୍ଗରେ ଦେଶରେ ଅପରେଟ କରୁଛନ୍ତି ଏଭଳି ପ୍ଲାନ୍ । ନାମୀଦାମୀ ସଫ୍ଟୱେୟାର କମ୍ପାନି ନାଁରେ ନକଲି କଷ୍ଟମର ସର୍ଭିସ ବା କଲ ସେଣ୍ଟର କରି ଅନଲାଇନରେ ଲୁଟୁଥିଲେ ଠକ । ଯାହାର ସୁରାକ ପାଇଛି ପୋଲିସ।

ସାଇବର ଏକ୍ସପର୍ଟ ଜରିଆରେ ସେମାନଙ୍କ‌ ଡୋମେନ ଯାଞ୍ଚ ସହ ବ୍ୟବହାର କରୁଥିବା ଲାପଟପ୍ ଓ ମୋବାଇଲରୁ ସେମାନଙ୍କର ସହଯୋଗୀ ବା ଏଭଳି ସଂସ୍ଥାର ସମ୍ପର୍କରେ ଛାନଭିନ କରୁଛି ‌ପୋଲିସ ।

ଏହା ମଧ୍ୟ ପଢନ୍ତୁ:

ସିମ୍ ବକ୍ସ ପରେ ଫେକ୍ କଲ ସେଣ୍ଟର, ରାଜଧାନୀରେ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ

ଏଇ ଭୁଲ ପାଇଁ ଶିକ୍ଷକ ହରାଇଲେ ଅଢେଇ କୋଟି... - Digital Arrest

ଟ୍ରେଡିଂ ଆପ୍‌ରେ ଜାଲରେ ଡାକ୍ତର; ଲୁଟି ନେଲେ 87 ଲକ୍ଷ, ରାଜସ୍ଥାନରୁ ୨ ଠକଙ୍କୁ ଧରିଲା ଓଡ଼ିଶା ପୋଲିସ - Cyber ​​fraud in trading apps

ସାଇବର ଠକେଇରୁ ବଞ୍ଚିବା ପାଇଁ ସ୍ମାର୍ଟଫୋନରେ କରନ୍ତୁ ଏହି ସେଟିଂ; ହ୍ୟାକର୍ସ ହୋଇଯିବେ ତାଜୁବ - How to stay safe from cyber attack

ଭୁବନେଶ୍ବରରୁ ବିଦେଶୀଙ୍କୁ ଟାର୍ଗେଟ:

ଗିରଫ ଅଭିଯୁକ୍ତ
ଗିରଫ ଅଭିଯୁକ୍ତ (ETV Bharat Odisha)

ଭୁବନେଶ୍ବରରେ ଏକ ଆଣ୍ଟି ଭାଇରସ ଭଳି ସଂସ୍ଥାର କଷ୍ଟମର ସର୍ଭିସ ବା କଲ ସେଣ୍ଟର ଆଳରେ ଚଳାଉଥିବା ସାଇବର ଠକେଇର ପର୍ଦ୍ଦାଫାସ କରିଛି ପୋଲିସ । ଯିଏକି ବିଦେଶରେ ଥିବା ନାଗରିକଙ୍କୁ ବିଭିନ ଆଳରେ ଠକେଇ କରି ବିଦେଶ ଟଙ୍କାକୁ ଠକେଇ ପାଇ ନେଟୱର୍କ ବିଛାଇଛନ୍ତି । ପାଠୁଆ ଯୁବକଙ୍କୁ ନିୟୋଜନ ଏନେଇ ଭୁବନେଶ୍ବରରେ ସାଇବର‌ ଫ୍ରଡ କଲ ସେଣ୍ଟର ଠାବ ପରେ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗର ଯୁବକ ରହିଛନ୍ତି ।

5 ଦିନିଆ ରିମାଣ୍ଡ ପାଇଁ ଆବେଦନ:

ଗିରଫ ଅଭିଯୁକ୍ତ
ଗିରଫ ଅଭିଯୁକ୍ତ (ETV Bharat Odisha)

6 ଅଭିଯୁକ୍ତଙ୍କୁ 5 ଦିନିଆ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଛି । ଅନୁମତି ମିଳିବା ପରେ କୋଲକାତାକୁ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଯାଇ ଏହି ନେଟୱର୍କ ସମ୍ପର୍କରେ ଛାନଭିନ‌ କରିବ । ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ ଅପଲୋଡ୍ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଏମାନେ ଚୂନା ଲଗାଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ବେଶ ଉଚ୍ଚ ଶିକ୍ଷିତ । ତେଣୁ ଏମାନେ କେତେ ଠକିଛନ୍ତି ସେ ନେଇ ସାଇବର ଠକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.