ETV Bharat / bharat

ଯୋଡାମୁଣ୍ଡରେ ଦୁଇ ଭଉଣୀଙ୍କ ଜୀବନ, ଅସ୍ତ୍ରୋପଚାର ପାଇଁ ବାଧକ ସାଜିଛି ଅର୍ଥ

ତେଲେଙ୍ଗାନାର ଯାଆଁଳା ଭଉଣୀ ବୀଣା ଓ ବାଣୀ । ୨୨ ବର୍ଷ ହେଲା ଯୋଡାମୁଣ୍ଡରେ ଜୀଉଁଛନ୍ତି ଜୀବନ । ଭାଇରାଲ ହୋଇଛି ଜନ୍ମଦିନ ଭିଡିଓ ।

author img

By ETV Bharat Odisha Team

Published : 2 hours ago

Updated : 14 minutes ago

TWINS SISTER VEENA VANI
TWINS SISTER VEENA VANI (ETV BHARAT ODISHA)

ହାଇଦ୍ରାବାଦ: ଦୁଇଟି ଶରୀର କିନ୍ତୁ ମନ ଗୋଟିଏ । ଜଣେ ଯେଉଁ ଆଡେ ଯିବ, ଯାହା କରିବ ତାହା ଅନ୍ୟ ଜଣେ ମଧ୍ୟ କରିବ । କାହିଁକି ନା ୟାଆଁଳା ହୋଇ ଜନ୍ମ ହୋଇଥିବାରୁ ଦୁଇ ମୁଣ୍ଡ ଯୋଡି ହୋଇଯାଇଛି । ଏତେ ସବୁ ପରେ ବି ଦୀର୍ଘ 22 ବର୍ଷ ହେଲା ଅତୁଟ ରହିଛି ସମ୍ପର୍କ । ଜଣେ ଜଣଙ୍କୁ ଛାଡି କେବେବି ଅଲଗା ରହିନି କି ରହିପାରିବେ ନାହିଁ । ଆମେ କହୁଛୁ ତେଲେଙ୍ଗାନାର ମହାବୁବାଦ୍ ଜିଲ୍ଲାର ଦନ୍ତଲାପାଲ୍ଲୀ ମଣ୍ଡଳର ବିରିଶେଟିଗୁଡେମ୍ ଗାଁର ଦୁଇ ଜାଆଁଳା ଭଉଣୀ ବୀଣା ଓ ବାଣୀଙ୍କ କଥା । ଦୁଇ ଦିନ ତଳେ ଦୁଇ ଜାଆଁଳା ଭଉଣୀ 22 ବର୍ଷରେ ପଦାର୍ପଣ କରିଥିବାରୁ ଘରେ କେକ୍‌ କାଟି ଜନ୍ମଦିନ ପାଳିଛନ୍ତି ।

ଯୋଡା ମୁଣ୍ଡକୁ ଅଲଗା କରିବ ସର୍ଜରୀ:

2003 ଅକ୍ଟୋବର 16 ତାରିଖରେ ମାରଗାନି ମୁରଲୀ ଓ ନାଗଲକ୍ଷ୍ମୀଙ୍କ କୋଳରୁ ଜନ୍ମ ହୋଇଥିଲେ ବୀଣା ଓ ବାଣୀ । ଜନ୍ମ ହେବା ପରଠାରୁ ଦୁଇ ଜଣଙ୍କ ମୁଣ୍ଡ ଯୋଡି ହୋଇ ରହିଛି । ଯୁଆଡେ ବି ଯାଉଛନ୍ତି ଦୁଇ ଜଣ ଏକାଠି ଯାଉଛନ୍ତି । କାହିଁକିନା ଜଣଙ୍କ ବିନା ଅନ୍ୟ ଜଣେ ଗୋଟିଏ ପଦା ଆଗକୁ ପକାଇବାକୁ ସମର୍ଥ ନୁହନ୍ତି । ପରିବାରରେ ଆର୍ଥିକ ସମସ୍ୟା ରହୁଥିବାରୁ ଅସ୍ତ୍ରୋପଚାର ହୋଇପାରୁ ନାହିଁ । ଦୁଇ ଝିଅଙ୍କ ସର୍ଜରୀ ପାଇଁ ତାଙ୍କ ବାପା ଓ ମାଆ ସରକାରୀ ସହାୟତା ମାଗିଥିଲେ ମଧ୍ୟ ବର୍ତ୍ତମାନସୁଦ୍ଧା ମିଳିପାରି ନାହିଁ । 13 ବର୍ଷ ବୟସ ପର୍ଯ୍ୟନ୍ତ ବୀଣା ଓ ବାଣୀ ହାଇଦ୍ରାବାଦର ନିଲଉଫେର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଶିଶୁ ବିହାରରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଯୋଡା ମୁଣ୍ଡକୁ ଅଲଗା କରାଯାଇପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-10 ବର୍ଷ ପରେ ମିଳିଥିଲା ମାତୃତ୍ବ, ଇସ୍ରାଏଲ ଆକ୍ରମଣରେ ନବଜାତ ଯାଆଁଳା ଶିଶୁଙ୍କ ସହ ବାପା ମୃତ

ଏହା ମଧ୍ୟ ପଢନ୍ତୁ-ଯାଆଁଳା ଭଉଣୀ ଗଙ୍ଗା-ଯମୁନା, ବଞ୍ଚିବାକୁ ଅହରହ କରୁଛନ୍ତି ସଂଘର୍ଷ

ସର୍ଜରୀ ପାଇଁ ଅର୍ଥ ସାଜିଛି ବାଧକ:

ସର୍ଜରୀ ପାଇଁ ଦୁଇ ଝିଅଙ୍କୁ ନେଇ ବାପା ମା’ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲକୁ ନେଇଥିଲେ । ଯେଉଁଠାରେ ଉନ୍ନତମାନର ଚିକିତ୍ସା କରାଯାଇଥିଲା । ତିନି ମାସ ଧରି ଡାକ୍ତର ଯାଞ୍ଚ କରିବା ପରେ ଉଭୟଙ୍କ ମୁଣ୍ଡକୁ ଅଲଗା କରିବା ମୁକ୍ସିଲ ବୋଲି କରିଥିଲେ ଡାକ୍ତର । ସର୍ଜରୀ କଲେ ବିପଦ ରହିଥିବା ଦର୍ଶାଇ ଡାକ୍ତର ମନା କରିଦେଇଥିଲେ ।ଏହାପରେ ଅନ୍ୟ କିଛି ଡାକ୍ତରୀ ଦୁଇ ଉଭଣୀଙ୍କ ଅପେରସନ କରି ଜୋଡା ମୁଣ୍ଡକୁ ଅଲଗା କରିବାକୁ ମଧ୍ୟ ରାଜି ହୋଇଥିଲେ । କିନ୍ତୁ ପାଖରେ ଅର୍ଥର ଅଭାବ ରହିଥିବାରୁ ତାହା କରିପାରୁନାହାନ୍ତି ବୀଣା ଓ ବାଣୀଙ୍କ ପରିବାର ଲୋକେ ।

ଦୁଇ ଭଉଣୀ ମେଧାବୀ:

ଦୁଇ ଭଉଣୀଙ୍କ ମୁଣ୍ଡ ଯୋଡି ହୋଇନଥିବାରୁ ଏହାକୁ ନେଇ ପରିବାର ଲୋରେ ଦୁଃଖି ସତ କିନ୍ତୁ ପାଠ ପଢାରେ ଦୁହେଁ ବେଶ ଭଲ । ବର୍ତ୍ତମାନ ଉଭୟ ସିଏ ଫାଇନାଲ ଇୟରରେ ପଢୁଛନ୍ତି । ବୀଣା ଓ ବାଣୀ ପାଠପଢାରେ କେବେବି ଅବହେଳା କରନ୍ତି ନାହିଁ । ତେବେ ସର୍ଜରୀ ଦ୍ବାରା ଦୁଇ ଝିଅଙ୍କ ମୁଣ୍ଡକୁ ଅଲଗା କରିବା ପରେ ସେମାନଙ୍କ ଜୀବନ ଆହୁରି ଭଲ ହେବା ନେଇ ଆଶା ରଖିଛନ୍ତି ବାପା ମାଆ । ସରକାରୀ ସହାୟତା ଅନାଇ ବସିଛନ୍ତି ପରିବାର ଲୋକେ । ଆଶା ନିଶ୍ଚିତ ଦୁଇ ଝିଅଙ୍କ ସର୍ଜରୀ ସଫଳ ହେବ ।

Last Updated : 14 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.