ETV Bharat / snippets

ଟ୍ରିପଲ ମର୍ଡର ଘଟଣାର ଆସିଲା ରାୟ, ୨ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

Court Sentences Death Penalty To 2 Convict
Court Sentences Death Penalty To 2 Convict (ETV Bharat Odisha)
author img

By ETV Bharat Odisha Team

Published : Sep 28, 2024, 4:21 PM IST

ଅନୁଗୋଳ: ହତ୍ୟାକାରୀଙ୍କୁ ଫାଶୀଦଣ୍ଡ । ଏକା ସାଙ୍ଗରେ ୩ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି କୋର୍ଟ । ୨୦୧୭ରେ ଅନୁଗୋଳ କିଶୋରନଗର ଗମ୍ଭାରିମଳିଆ ଗାଁରେ ଗ୍ରୁପରୁ ଆଣିଥିବା ଟଙ୍କା ଲୁଟ ପାଇଁ ଗୋଟିଏ ପରିବାର ସ୍ୱାମୀ-ସ୍ତ୍ରୀ ଓ ୭ବର୍ଷର ପୁଅକୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ସମ୍ପୃକ୍ତ ଥିଲେ ଦୁଇ ଅଭିଯୁକ୍ତ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା । ସରକାରୀ ଓକିଲ ପ୍ରଦୀପ କୁମାର ଦାଶ ଓ ସହକାରୀ ଓକିଲ ଅସିତ ଦେଓ ଏହି ମାମଲାର ଦାୟିତ୍ୱ ନେଇ ଥିଲେ । ଉକ୍ତ ମାମଲାରେ ୪୧ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ୩୦୨ ଦଫାରେ ଫାଶୀ ସହ ୩୭୪ ଦଫାରେ ଆଜୀବନ ଓ ୨୦୧ ଦଫାରେ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଆଠମଲ୍ଲିକ ଏଡିଜେ କୋର୍ଟ ଅତିରିକ୍ତ ଜିଲ୍ଲା ଦୌରାଜଜ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.