ETV Bharat / entertainment

ଆସିଲା 'ପୁଷ୍ପା 2'ର ଟ୍ରେଲର; ପୁଣି ଦେଖିବାକୁ ମିଲିଲା ପୁଷ୍ପାରାଜଙ୍କ ସ୍ୱାଗ୍ - PUSHPA2 THE RULE TRAILER

ଅପେକ୍ଷାର ହେଲା ଅନ୍ତ । ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ 'ପୁଷ୍ପା 2'ର ଟ୍ରେଲର । ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫାହାଦ୍ ଫାସିଲଙ୍କ ଦମଦାର ଝଲକ ଟ୍ରେଲରରେ ଦେଖିବାକୁ ମିଳିଛି।

pushpa2 the rule trailer release
pushpa2 the rule trailer release (film poster)
author img

By ETV Bharat Entertainment Team

Published : Nov 17, 2024, 6:45 PM IST

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ଷ୍ଟାରର ଫିଲ୍ମ 'ପୁଷ୍ପା 2'ର ଟ୍ରେଲରକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ରିଲିଜ ହୋଇଛି ଟ୍ରେଲର । ଫିଲ୍ମର ଟ୍ରେଲର ପାଟଣାର ଗାନ୍ଧୀ ମଇଦାନରେ ଲଞ୍ଚ କରାଯାଇଥିବା ବେଳେ ଏହି ସମୟରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଶ୍ରୀଲୀଲା ଯୋଗ ଦେଇଛନ୍ତି । ଟ୍ରେଲର ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଫିଲ୍ମର ଝଲକ ଦେଖି ସମସ୍ତେ ଫିଦା ହୋଇଥିବା ବେଳେ ଫିଲ୍ମ ଦେଖିବାକୁ ଲୋକଙ୍କୁ ଉତ୍ସାହ ଦ୍ୱିଗୁଣିତ ବଢିଯାଇଛି ।

'ପୁଷ୍ପା 2'ର ଟ୍ରେଲର

2.48 ସେକେଣ୍ଡର 'ପୁଷ୍ପା 2'ର ଟ୍ରେଲର ଆରମ୍ଭରେ ଅଲ୍ଲୁ ଅର୍ଜୁନ ତାଙ୍କ ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି । କିନ୍ତୁ ଏହି ଚଳଚ୍ଚିତ୍ରର ସ୍ୱାଦ ଏବଂ ଆକ୍ସନ୍ ସ୍ତର ନିଶ୍ଚିତ ଭାବରେ ପ୍ରଥମ ଭାଗ ଠାରୁ ଦମଦାର ରହିଛି । ଟ୍ରେଲରରେ କିଛି ଦମଦାର ସଂଳାପ ମଧ୍ୟ ଅଛି, ଯେପରିକି ‘ପୁଷ୍ପା, ଧାଇ ଅକ୍ଷର୍, ନା ଛୋଟ, କିନ୍ତୁ ଧ୍ୱନି ବହୁତ ବଡ।’ ଦମଦାର ସଂଳାପ ବ୍ୟତୀତ ଟ୍ରେଲରରେ ଜବରଦସ୍ତ ଆକ୍ସନ ସିନ୍ ରହିଛି । ଏହା ବ୍ୟତୀତ ପୁଷ୍ପା ତାଙ୍କ ପତ୍ନୀ ଶ୍ରୀବଲ୍ଲି ଅର୍ଥାତ୍ ରଶ୍ମିକା ମନ୍ଦନାଙ୍କ ସହ ରୋମାନ୍ସ କରୁଥିବା ମଧ୍ୟ ନଜର ଆସିଛନ୍ତି । ଟ୍ରେଲରରେ ଫାହାଦ୍ ଫାସିଲଙ୍କ ଏଣ୍ଟ୍ରି ମଧ୍ୟ ବହୁତ ଶକ୍ତିଶାଳୀ ଦେଖାଯାଉଛି । ଟ୍ରେଲରକୁ ଲୋକେ ଖୁବ ପସନ୍ଦ କରିଥିବା ବେଳେ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଆଇଟମ୍ ଡ୍ୟାନ୍ସରେ ଶ୍ରୀଲିଲା ଆସିବେ ନଜର

'ପୁଷ୍ପା: ଦ ରାଇଜ୍'ରେ ନିଜର ଦମଦାର ଡ୍ୟାନ୍ସ ସହ ସାମନ୍ଥା କୋଟି କୋଟି ଲୋକଙ୍କ ହୃଦୟ ଜିତିଥିଲେ, ବର୍ତ୍ତମାନ ଶ୍ରୀଲିଲା ସାମନ୍ଥାଙ୍କ ପରିବର୍ତ୍ତେ 'ପୁଷ୍ପା ୨'ରେ ନଜର ଆସିବାକୁ ଯାଉଛନ୍ତି । ନିକଟରେ ନିର୍ମାତା ତାଙ୍କ ଅଫିସିଆଲ ଏଣ୍ଟ୍ରି ନେଇ ଘୋଷଣା କରିଥିବା ବେଳେ ଗୀତର ଟାଇଟଲ୍ ମଧ୍ୟ ପ୍ରକାଶ କରିଥିଲେ । 'ପୁଷ୍ପା: ଦ ରୁଲ'ରେ 'କିସିକ' ଗୀତ ସହ ଡ୍ୟାନ୍ସ କୁଇନ ଶ୍ରୀଲିଲାଙ୍କ ଜଲୱା ଦେଖିବାକୁ ମିଳିବ । ଏହି ଗୀତଟି ଉତ୍କୃଷ୍ଟ ହେବ ଯେଉଁଥିରେ ଡ୍ୟାନ୍ସ ଏବଂ ସଙ୍ଗୀତର ଏକ ବଡ଼ ମିଶ୍ରଣ ହେବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା 2'ରେ ଶ୍ରୀଲିଲାଙ୍କ ଏଣ୍ଟ୍ରି; ପୋଷ୍ଟର ଆଉଟ୍, ଅଲ୍ଲୁ ଅର୍ଜୁନଙ୍କ ସହ ଲଗାଇବେ ଡ୍ୟାନ୍ସ ତଡକା

ଏହି ଦିନ ପରଦାକୁ ଆସିବ 'ପୁଷ୍ପା 2'

ସୁକୁମାରନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ପୁଷ୍ପା ୨' 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଯାହା 2021 ଡିସେମ୍ବରରେ ମୁକ୍ତିଲାଭ କରିବା ପରେ ବକ୍ସ ଅଫିସ୍‌ରେ ଧମାକା କରିଥିଲା । ଏହି ଚଳଚ୍ଚିତ୍ର ବେଶ ଲୋକପ୍ରିୟତା ହାସଲ କରିବା ସହ ବ୍ଲକବ୍ଲଷ୍ଟର ହୋଇଥିଲା । ତେବେ ପ୍ରଥମ ଭାଗ ପରି 2ୟ ଭାଗରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିବେ । ତେବେ 'ପୁଷ୍ପା ୨' ମଧ୍ୟ ପ୍ରଥମ ଭାଗ ପରି ବକ୍ସ ଅଫିସରେ ନୂଆ ରେକର୍ଡ କରିବ ବୋଲି ଆଶା କରାଯାଉଛି । ଡିସେମ୍ବର 5, 2024 ରେ 'ପୁଷ୍ପା 2' ସାରା ବିଶ୍ୱରେ ଏକ ବଡ଼ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.