ETV Bharat / state

ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୁଞ୍ଜି ନିବେଶ ନେଇ ଆଲୋଚନା - CM MEETING IN SINGAPORE

ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ନିବେଶକଙ୍କ ସହ ଆଲୋଚନା ।

CM Mohan Majhi dicussing with investors
CM Mohan Majhi dicussing with investors (ETV Bharat Odisha)
author img

By ETV Bharat Odisha Team

Published : Nov 17, 2024, 5:58 PM IST

ଭୁବନେଶ୍ବର: ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି(ରବିବାର) ବିଭିନ୍ନ କମ୍ପାନୀ ମୁଖ୍ୟମାନଙ୍କ ସହ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ପୁଞ୍ଜିନିବେଶ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ ଦିନିଆ ସିଙ୍ଗାପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ।

ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ:

ଗତକାଲି (ଶନିବାର) ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସିଙ୍ଗାପୁରର ଚାଙ୍ଗି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ ଭାରତୀୟ ରାଷ୍ଟ୍ରଦୂତ ଶିଳ୍ପକ ଆମ୍ବୁଲେ । ନିବେଶକ ସମ୍ମିଳନୀରେ ସାମିଲ ହେବାକୁ ୪ ଦିନିଆ ସିଙ୍ଗାପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଓଡ଼ିଶାର ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ୧୭ ରୁ ୨୦ ପର୍ଯ୍ୟନ୍ତ ସିଙ୍ଗାପୁରରେ ରହି ନିବେଶକଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ପରିଦର୍ଶନ କରିବେ ।

CM Mohan Majhi dicussing with investors
CM Mohan Majhi dicussing with investors (ETV Bharat Odisha)

ଏହା ବି ପଢନ୍ତୁ...' ସିଙ୍ଗାପୁରରୁ ଆସିବ ବଡ଼ ପୁଞ୍ଜି', ପ୍ରଥମ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ବି ପଢନ୍ତୁ...ଓଡିଶାକୁ ଆସିବ ପୁଞ୍ଜି, ୪ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏସବୁ ପ୍ରସଙ୍ଗରେ ହୋଇପାରେ ଆଲୋଚନା:

ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଲଜିଷ୍ଟିକ୍ସ, ଜାହାଜ ନିର୍ମାଣ, ଆର୍ଥିକ ସେବା, ଇଲୋକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ଟେକ୍ସଟାଇଲ୍ସ କ୍ଷେତ୍ରରେ କାମ କରୁଥିବା କମ୍ପାନୀର ଶୀର୍ଷ ନେତୃତ୍ବଙ୍କ ସହିତ ଓଡ଼ିଶାର ପ୍ରତିନିଧି ଦଳ ଆଲୋଚନା କରିବେ । ସିଙ୍ଗାପୁରର ଟୁଆସ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ଏବଂ ITEES ସିଙ୍ଗାପୁର ଭଳି ବିଶ୍ବସ୍ତରୀୟ କମ୍ପାନୀ ପରିଦର୍ଶନ କରିବେ ଦଳ । ଏହାସହ ସିଙ୍ଗାପୁରରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କୁ ମଧ୍ୟ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ:

ସୂଚନା ଅନୁସାରେ, ପୂର୍ବରୁ ମୁଖ୍ୟମନ୍ତ୍ରୀ,ଶିଳ୍ପ ମନ୍ତ୍ରୀ ଏବଂ ଟିମ ଦିଲ୍ଲୀ, ଗସ୍ତ କରିଥିଲେ । ପରେ ମୁମ୍ବାଇ ଗସ୍ତ ଆଉ ଏବେ ସିଙ୍ଗାପୁର ଗସ୍ତ କରି ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ମଜବୁତ କରିବା ସହ ବିପୁଳ ନିଯୁକ୍ତି ସୃଷ୍ଟି କରିବା ମୂଳ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କହିରଖୁଛୁ , ମୁଖ୍ୟମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ । ସିଙ୍ଗାପୁରରେ କାର୍ଯ୍ୟ କରୁଥିବା ବଡ଼ ବ୍ରାଣ୍ଡ କମ୍ପାନୀ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ବରିଷ୍ଠ ପ୍ରତିନିଧି ମଣ୍ଡଳୀ । ଦିଲ୍ଲୀ ଓ ମୁମ୍ବାଇ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ବିଦେଶ ଗସ୍ତ ଭାବେ ସିଙ୍ଗାପୁର ଯାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.