ଓଡିଶା

odisha

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ଦୁଇ ମୃତ - Sundargarh Accident

By ETV Bharat Odisha Team

Published : May 31, 2024, 8:14 PM IST

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ ,ଦୁଇ ମୃତ
ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ ,ଦୁଇ ମୃତ (ETV Bharat Odisha)

ରାଉରକେଲା:ହେମଗିରିରେ ସଡକ ଦୁର୍ଘଟଣା । ଓଲଟିଲା ପିକଅପ ଭ୍ୟାନ, ଦୁଇ ମହିଳା ଶ୍ରମିକଙ୍କ ମୃତ୍ୟୁ । ହେମଗିର ଥାନା ଅନ୍ତର୍ଗତ ଉସତାଲି ଘାଟି ନିକଟରେ ଏକ ଶ୍ରମିକ ନେଇ ଯାଉଥିବା ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯେଉଥିରେ ୨ ଜଣଙ୍କ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଶ୍ରମିକମାନେ ହେମଗିର ବ୍ଲକ ସ୍ଥିତ ଡୁଡୁକା ଠାରେ ବାଲାଜୀ କମ୍ପାନୀରେ କାମ କରିବା ପାଇ ଯାଉଥିବା ଜଣାପଡ଼ିଛି । ମୃତ ଦୁଇ ଜଣ ହେଲେ ଶେମବାଇ ଗନ୍ଦବା ଓ ମତିବାଇ ଗନ୍ଦବା ବୋଲି ସୂଚନା ମିଳିଛି ।

ABOUT THE AUTHOR

...view details