ETV Bharat / health

ହାର୍ନିଆ କ'ଣ ? ମେଡିସିନ ଦ୍ବାରା ଭଲ ହୋଇପାରିବ କି, ଜାଣନ୍ତୁ - Hernia in children - HERNIA IN CHILDREN

Hernia in children: ଅନେକ ଶିଶୁଙ୍କଠାରେ ହାର୍ନିଆ ଦେଖାଯାଏ । ଏହାକୁ ନେଇ ବାପାମାଆ ଭୟଭୀତ ରହିଥାନ୍ତି । ତେବେ ଶିଶୁଙ୍କ ଶରୀରରେ ହାର୍ନିଆ ଦେଖାଗଲେ କେମିତି କରିବେ ଏହାର ଚିକିତ୍ସା, ଜାଣନ୍ତୁ ଶିଶୁ ରୋଗ ଅସ୍ତ୍ରୋପଚାର ବିଭାଗର ଚିକିତ୍ସକଙ୍କଠାରୁ । ଅଧିକ ପଢନ୍ତୁ

ହାର୍ନିଆ କ'ଣ ? ମେଡିସିନ ଦ୍ବାରା ଭଲ ହୋଇପାରିବ କି, ଜାଣନ୍ତୁ
ହାର୍ନିଆ କ'ଣ ? ମେଡିସିନ ଦ୍ବାରା ଭଲ ହୋଇପାରିବ କି, ଜାଣନ୍ତୁ (Getty Image)
author img

By ETV Bharat Odisha Team

Published : Sep 20, 2024, 1:55 PM IST

Updated : Sep 21, 2024, 2:02 PM IST

ବ୍ରହ୍ମପୁର: ହାର୍ନିଆ ହେବା ଏକ ସାଧାରଣ ରୋଗ । ଏଥିରେ ଅଧିକ ଭୟଭୀତ ହେବାର ଆବଶ୍ୟକତା ନାହିଁ । ପିଲା ଓ ବୟସ୍କ ଲୋକଙ୍କ ଶରୀରର ବିଭିନ୍ନ ସ୍ଥାନରେ ହାର୍ନିଆ ହୋଇପାରେ । ସାଧାରଣତଃ ପେଟ ତଳେ ହୋଇଥାଏ । ଶରୀରର ଏହି ଅଂଶରେ କୌଣସି ସମସ୍ୟା ଦେଖାଦେଲେ ପେଟରେ ଥିବା ଜିନିଷ ନିଜ ସ୍ଥାନରେ ନ ରହି ବାହାରକୁ ଠେଲି ହୋଇ ଚାଲି ଆସିଥାଏ । ଯାହାକୁ ଆମେ ହାର୍ନିଆ କହିଥାଉ । ଉଭୟ ପୁରୁଷ ଓ ମହିଳାଙ୍କ ନାଭି କିମ୍ବା ପେଟ ତଳେ ହାର୍ନିଆ ହୋଇଥାଏ । ଅଣ୍ଡକୋଷ ନିକଟରେ ପ୍ରାପ୍ତବୟସ୍କଙ୍କ ଯେଉଁ ହାର୍ନିଆ ରହିଥାଏ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ହାର୍ନିଆର କାରଣ ଅଲଗା । ଛୋଟ ଶିଶୁଙ୍କ କ୍ଷେତ୍ରରେ ହାର୍ନିଆ ରହିଲେ ତା'ର ଶରୀରରେ କୌଣସି ଅସୁବିଧା ନାହିଁ ।

ମେଡିସିନ ଦ୍ବାରା ଠିକ୍ ହୋଇପାରିବ କି ?

ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ଚିକିତ୍ସକ ଡାକ୍ତର ପ୍ରଣୟ ପାଣିଗ୍ରାହୀ କହିଛନ୍ତି ଯେ, ଶିଶୁଙ୍କ କ୍ଷେତ୍ରରେ ହାର୍ନିଆ ଦେଖାଦେଲେ ବହୁ ବ୍ୟକ୍ତିବିଶେଷଙ୍କ ଧାରଣା ଏହା ଔଷଧରେ ଭଲ ହୋଇଯିବ । ହେଲେ ସେଭଳି କୌଣସି ଔଷଧ ନାହିଁ ଯାହାକି ସେହି ରାସ୍ତାଟି ବନ୍ଦ ହୋଇଥିବା ସ୍ଥାନ ଖୋଲିପାରିବ । ଏଣୁ କେବଳ ଅସ୍ତ୍ରୋପ୍ରଚାର କଲେ ହିଁ ହାର୍ନିଆ ଠିକ୍ ହୋଇପାରିବ । ଛୋଟ ଛୁଆଙ୍କ ପେଡିଆଟିକ୍ ହାର୍ନିଆ ହେଲେ, ଏହା ତା'ର ଜନ୍ମ ପୂର୍ବରୁ ହିଁ ଆରମ୍ଭ ହୋଇଥାଏ । ଶିଶୁଟିର ମାଂଶପେଶୀରେ ଦୁର୍ବଳତା ରହିଲେ ତାହା ଦେଖିବାକୁ ମିଳିଥାଏ ।

ହାର୍ନିଆ କ'ଣ ? ମେଡିସିନ ଦ୍ବାରା ଭଲ ହୋଇପାରିବ କି (ETV Bharat)

ଯେଉଁ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥାନ୍ତି, ସେମାନଙ୍କ କ୍ଷେତ୍ରରେ ପେଡିଆଟିକ୍ ହାର୍ନିଆ ହେବାର ସମ୍ଭାବନା ଅଧିକ ଥାଏ । ମୁଖ୍ୟତଃ ଶିଶୁକୁ ଦୁଇରୁ ପାଞ୍ଚ ବର୍ଷ ମଧ୍ୟରେ ଏହି ରୋଗ ଦେଖିବାକୁ ମିଳିଥାଏ । ଅନେକ ବାପାମାଆ ଛୋଟ ଛୁଆଙ୍କ ହାର୍ନିଆ ଅସ୍ତ୍ରୋପଚାର ହୋଇପାରିବ ନାହିଁ ବୋଲି ଚିନ୍ତା କରି ବିଳମ୍ବ କରିଥାନ୍ତି । ଯାହା ଆଦୌ ଠିକ୍ ନୁହେଁ । ହାର୍ନିଆ ଚିହ୍ନଟ ହେଲେ ଯେତେ ଶୀଘ୍ର ସମ୍ଭବ ଅସ୍ତ୍ରୋପଚାର କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡାକ୍ତର ।

କିପରି ଶିଶୁଙ୍କଠାରେ ହାର୍ନିଆ ଚିହ୍ନଟ ହୁଏ:

ମୁଖ୍ୟତଃ ଶିଶୁର ମୂତ୍ରାଶୟ ନିକଟରେ ଅଣ୍ଡକୋଷରେ କିଛି ବି ଫୁଲିକି ରହିବା, ଶିଶୁ କାନ୍ଦିଲେ ଫୁଲି ରହିଥିବା ସ୍ଥାନ ବୃଦ୍ଧି ପାଇବା, ପିଲାଟି ଶୋଇବା ସମୟରେ ସେହି ଫୁଲିଥିବା ସ୍ଥାନ ସାଧାରଣ ଦେଖାଯିବା ଭଳି ଅନୁମାନ କଲେ ଜାଣିପାରିବେ ଶିଶୁର ହାର୍ନିଆ ରହିଛି । ଶିଶୁଟିର ଅଣ୍ଡକୋଷ ଫୁଲି ରହିବା ସହ ବେଳେବେଳେ ବାନ୍ତି ହେବା, ପତଳା ଝାଡା ହେବା, ଝାଡା ନହେବା ଭଳି ଲକ୍ଷଣ ଦେଖାଦେଲେ ଧରିନିଆଯାଏ ହାର୍ନିଆ ଆସି ଅନ୍ତଃନଳୀ ପର୍ଯ୍ୟନ୍ତ ରହିଛି । ଏ କ୍ଷେତ୍ରରେ ଶିଶୁର ଯଥାଶୀଘ୍ର ହାର୍ନିଆ ଅସ୍ତ୍ରୋପଚାର କରିବା ଆବଶ୍ୟକ ବୋଲି କହିଛନ୍ତି ଚିକିତ୍ସକ ପ୍ରଣୟ ପାଣିଗ୍ରାହୀ ।

ହାର୍ନିଆର ଲକ୍ଷଣ:

  • ଝାଳ ବୋହିବା
  • ପେଟ ଫୁଲିଯିବା
  • ବାନ୍ତି ହେବା
  • ଝାଡା ଯିବାରେ ସମସ୍ୟା
  • ଶରୀରର ଯେଉଁ ଅଂଶ ଠେଲି ହୋଇ ବାହାରକୁ ଆସିଥାଏ, ସେଥିରେ ଯନ୍ତ୍ରଣା ହେବା ।
  • ବିଶେଷକରି କାଶିବା ଓ ନଇଁବା କିମ୍ବା ଭାରି ଜିନିଷ ଉଠାଇବା ସମୟରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଯାଏ ।

ହାର୍ନିଆ ଚିକିତ୍ସା:

ମେଡିକାଲ ସାଇନ୍ସ ଅନୁସାରେ, ହାର୍ନିଆ ଏକ ରୋଗ ନୁହେଁ । ଏହା ଏକ ଆନାଟୋମିକାଲ ଡିଫେକ୍ଟ । ଯେମିତି ଭାବେ ଦେହର ଆବରଣ ରହିବା କଥା ସେପରି ନ ରହିଲେ ଶରୀରରେ ଗୋଟିଏ ଅଲଗା ବାଟ ସୃଷ୍ଟି ହୋଇଥାଏ । ହାର୍ନିଆ ମେଡିସିନରେ ଭଲ ହୋଇପାରିବ ନାହିଁ । ଏଥିପାଇଁ କୌଣସି ମେଡିସିନ ନାହିଁ । ଏହା କେବଳ ଅପରେସନ ଦ୍ବାରା ଠିକ୍ ହୋଇପାରିବ । ଏହାର ଚିକିତ୍ସା ହେଉଛି ଲାପ୍ରୋସ୍କୋପି ସର୍ଜରୀ କିମ୍ବା ଓପନ ସର୍ଜରୀ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Sep 21, 2024, 2:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.