ଶ୍ରୀନଗର: ଗୋଟିଏ ପରିବାରର ୫ ମୃତ । ଶ୍ବାସରୁଦ୍ଧ ହୋଇ ଚାଲିଗଲା ସମସ୍ତଙ୍କ ଜୀବନ । ରୁମ ହିଟର ଲଗାଇ ରାତିରେ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଛି । ସମସ୍ତେ ଭଡ଼ା ଘରେ ରହୁଥିଲେ । ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହାସହ ଅଧିକ ଯାଞ୍ଚ ଚଲାଇଛି ପୋଲିସ । ତେବେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ।
STORY | 5 of family asphyxiated in J-K's Uri
— Press Trust of India (@PTI_News) January 5, 2025
READ: https://t.co/9YW86acoyk pic.twitter.com/MyJw8lxyOX
ଶ୍ବାସରୁଦ୍ଧ ହୋଇ ୫ ମୃତ:
ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀର ଶ୍ରୀନଗରର ପନ୍ଦ୍ରେଥାନର ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାପା, ମାଆ ଓ ସେମାନଙ୍କର ୨ଟି ଛୋଟ ପିଲା ଏବଂ ଗୋଟିଏ ୨୮ ଦିନର ଶିଶୁ ଅଛନ୍ତି । ପରିବାର ମୁଖ୍ୟ ସଦସ୍ୟ ଥିବା ବାପା, ଏଜାଜ ଅହମ୍ମଦ ଭଟ୍ଟ ବୋଲି ଜଣାପଡିଛି । ଏଜାଜ ଅହମ୍ମଦ ଏକ ଘରୋଇ ହୋଟେଲ, ଲଲିତ ଗ୍ରାଣ୍ଡରେ ରୋଷେୟା ଭାବରେ କାମ କରୁଥିଲେ । ସେ ବାରାମୁଲ୍ଲା ଜିଲ୍ଲାର ଉରି ଅଞ୍ଚଳର ମୂଳ ବାସିନ୍ଦା । କିନ୍ତୁ ଗତ ୨ ମାସ ଧରି ଏଠାରେ ଏକ ଭଡ଼ା ଘରେ ରହୁଥିଲେ । ସେମାନେ ଘରେ ରୁମ୍ ହିଟର ଲାଗାଇ ଶୋଇଥିଲେ । ଶ୍ବାସରୁଦ୍ଧ ହୋଇ ସମସ୍ତଙ୍କ ମୃତ୍ୟୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଶ୍ରୀନଗର ମେଡିକାଲ କଲେଜକୁ ପଠାଯାଇଛି । ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...କାର୍ ଭିତରେ ଶ୍ୱାସରୁଦ୍ଧ ହୋଇ 4 ଶିଶୁ ମୃତ ଏହା ମଧ୍ୟ ପଢ଼ନ୍ତୁ...ମୃତ୍ୟୁର ଯନ୍ତା ପାଲଟିଲା ଶୌଚାଳୟ ଟାଙ୍କି, ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ସହ ଘର ମାଲିକ ମୃତ - labours died inside Toilet tank |
ସନ୍ଦେହ ହେବାରୁ ଜବରଦସ୍ତ ଖୋଲିଲେ କବାଟ:
ସେହିପରି ଭଡ଼ାଘର ମାଲିକ ମୁକ୍ତାର ଅହମ୍ମଦ କହିଛନ୍ତି, "ଏଜାଜ ଅହମ୍ମଦଙ୍କ ମାଆ ମୋତେ ଫୋନ କରିଥିଲେ । କହିଥିଲେ ଯେ, ଅପରାହ୍ନ ୪ଟାରୁ ଏଜାଜ ତାଙ୍କ ଫୋନ ଉଠାଉ ନାହାନ୍ତି । ପରେ ଅନ୍ୟଜଣେ ଭଡ଼ାଟିଆଙ୍କୁ ଏଜାଜଙ୍କୁ ଡାକିବା ପାଇଁ କହିଥିଲି । ଯେତେବେଳେ ଭଡ଼ାଟିଆ ଜଣଙ୍କ ଏଜାଜଙ୍କ ଭଡ଼ାଘର କବାଟ ବାଡେଇଥିଲେ ଭିତରୁ କୌଣସି ଉତ୍ତର ମିଳିନଥିଲା । ସନ୍ଦେହ ହେବାରୁ ଆମେ କବାଟ ଭାଙ୍ଗି ଦେଖିଲୁ ଯେ, ଏଜାଜଙ୍କ ସହ ତାଙ୍କ ପତ୍ନୀ ଓ ୩ ପିଲାଙ୍କ ମୃତଦେହ ପଡ଼ିଛି । ଫରେ ଏନେଇ ଆମେ ପୋଲିସକୁ ଜଣାଇଥିଲୁ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ