ଭୁବନେଶ୍ବର: ଓଡିଶା ରାଜ୍ୟପାଳ ଭାବେ ଶପଥ ନେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିଛନ୍ତି ହରିବାରୁ କମ୍ଭମପତି । ଗତକାଲି (ମଙ୍ଗଳବାର) ନୂଆଦିଲ୍ଲୀରେ ସେ ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ସୌଜନ୍ୟମୂଳକ ଆଲୋଚନା କରିଛନ୍ତି । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଶାହ ଓ ହରିବାବୁ ଆଲୋଚନା କରିଛନ୍ତି ।
- ଧନଖଡ ଓ ଶାହାଙ୍କୁ ଭେଟିଲେ ରାଜ୍ୟପାଳ:
ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟପାଳ କମ୍ଭମପତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଓଡ଼ିଶାର ବିକାଶ ଦିଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ । ସରକାରୀ ଯୋଜନା, ଶାସନ କଳକୁ ଲୋକାଭିମୁଖୀ କରି ଜନାଦୃତ କରିବା ନେଇ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କରିଛନ୍ତି । ଏହାସହ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସହ ମଧ୍ୟ ରାଜ୍ୟର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଏନେଇ ଗଭର୍ଣ୍ଣର ଅଫ୍ ଓଡିଶା X ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ତେବେ ତିନି ଦିନିଆ ଦିଲ୍ଲୀ ଗସ୍ତ ସାରି ଆଜି(ବୁଧବାର) ସନ୍ଧ୍ୟାରେ ଭୁବନେଶ୍ୱର ଫେରିବେ ରାଜ୍ୟପାଳ।
- ଓଡ଼ିଶାର ନୂଆ ରାଜ୍ୟପାଳଙ୍କ ପ୍ରଥମ ଥର ଦିଲ୍ଲୀ ଗସ୍ତ:
ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ । ଏହି ତିନି ଦିନିଆ ଗସ୍ତରେ ରାଜ୍ୟପାଳ ଓଡ଼ିଶାର ବିକାଶ ନେଇ ଆଲୋଚନା କରିଥିବା ଜଣାପଡିଛି । ଆଗକୁ ବିଧାନସଭା ବଜେଟ ଅଧିବେଶନ ଆସୁଥିବାରୁ ରାଜ୍ୟପାଳଙ୍କ ଦିଲ୍ଲୀ ଗସ୍ତ ବହୁ ଗୁରୁତ୍ୱ ବହନ କରୁଛି । ଏହାସହ ରାଜ୍ୟପାଳ ରାଜ୍ୟ ବିଭିନ୍ନ ସ୍ଥାନକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ବି ପଢନ୍ତୁ...୧୩ ରୁ ବିଧାନସଭାର ବଜେଟ ଅଧିବେଶନ - BUDGET SESSION OF ODISHA ASSEMBLY
ଏହା ବି ପଢନ୍ତୁ...ରାଜଭବନ ଲୋକଙ୍କ ନିକଟକୁ ଆସିବା ଦରକାର: ରାଜ୍ୟପାଳ
Hon'ble Governor, Shri @DrHariBabuK, met Hon'ble Union Home and Cooperation Minister, Shri @AmitShah ji in Delhi.
— Governor Odisha (@GovernorOdisha) January 22, 2025
Discussion was held on various developmental activities and initiatives aimed at fostering growth and progress across #Odisha. pic.twitter.com/7LWN2RAZDQ
- ବିଧାନସଭା ଅଧିବେଶନ କେବେ ?
ଗତ 3 ତାରିଖରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ ଡକ୍ଟର ହରିବାବୁ କମ୍ଭମପତି । ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଛନ୍ତି । ଡକ୍ଚର କମ୍ଭମପତି ରଘୁବର ଦାସଙ୍କ ଇସ୍ତଫା ପରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଆସନ୍ତାମାସ (ଫେବୃଆରୀ) ୧୩ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ଚଳିତ ବର୍ଷର ପ୍ରଥମ ଅଧିବେଶନ । ରାଜ୍ୟପାଳ ହରିବାବୁ କମ୍ଭମପତି ଗୃହକୁ ସମ୍ବୋଧିତ କରି ଅଧିବେଶନ ଆହୁତ କରିବେ । ଏହି ଅଧିବେଶନ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଏଥିରେ ମୋଟ ୨୯ ଟି କାର୍ଯ୍ୟଦିବସ ରହିବ । ବିଧାନସଭା ସଚିବାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଫେବୃଆରୀ ୧୪ ଏବଂ ୧୫ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ ।
ଏହା ବି ପଢନ୍ତୁ...ସାଧାରଣତନ୍ତ୍ର ଦିବସ 2025ରେ କିଏ କେଉଁଠି ଉଡାଇବେ ପତାକା ?
ଇଟିଭି ଭାରତ, ଭୁବନେଶ୍ବର