ETV Bharat / state

ଢିଲା ପାଟ୍ରୋଲିଂ ବେଳେ ଗଞ୍ଜେଇ ଚାଲାଣ, ଚନ୍ଦକାରୁ ଧରା ପଡିଲା 10 ଲକ୍ଷ ମୂଲ୍ୟର ଗଞ୍ଜେଇ - CANNABIS SEIZED

ଚନ୍ଦକା ଭୁବନେଶ୍ୱର ରାସ୍ତାରେ ଥିବା ଲତାବାଟ ଭୁଆଶୁଣି ମନ୍ଦିର ପାଖରୁ ଏକ କାର ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଏସଟିଏଫ ଟିମ୍।

ଢିଲା ପାଟ୍ରୋଲିଂ ବେଳେ ଗଞ୍ଜେଇ ଚାଲାଣ, ଚନ୍ଦକାରୁ ଧରା ପଡିଲା 10 ଲକ୍ଷ ମୂଲ୍ୟର ଗଞ୍ଜେଇ
ଢିଲା ପାଟ୍ରୋଲିଂ ବେଳେ ଗଞ୍ଜେଇ ଚାଲାଣ, ଚନ୍ଦକାରୁ ଧରା ପଡିଲା 10 ଲକ୍ଷ ମୂଲ୍ୟର ଗଞ୍ଜେଇ (ETV Bharat)
author img

By ETV Bharat Odisha Team

Published : Jan 22, 2025, 5:13 PM IST

Updated : Jan 22, 2025, 6:03 PM IST

ଭୁବନେଶ୍ବର: ଆଗରେ ଏସର୍କଟ, ପଛରେ ଗଞ୍ଜେଇ ଗାଡି । ଯେମିତି ଗଞ୍ଜେଇ ଚାଲାଣ ହେଉଛି ବୋଲି କେହି ଟେର୍‌ ପାଇବେନି । ପୋଲିସକୁ ଏମିତି କିଛି ଚକମା ଦେଇ ଓଡିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଛି ଗଞ୍ଜେଇ । ଫୁଲବାଣୀରୁ ପଶ୍ଚିମବଙ୍ଗ ଭାୟା ଭୁବନେଶ୍ୱର ଦେଇ ଗଞ୍ଜେଇ ଚାଲାଣ। ଗଞ୍ଜେଇ ଚାଲାଣ ବେଳେ ଖବର ପାଇ ମାଡି ବସିଲା ଏସଟିଏଫ। ଚନ୍ଦକା ଭୁବନେଶ୍ୱର ରାସ୍ତାରେ ଥିବା ଲତାବାଟ ଭୁଆଶୁଣି ମନ୍ଦିର ପାଖରୁ ଏକ କାର ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଏସଟିଏଫ ଟିମ୍।

ଏହି ମାମଲାରେ ତିନିଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ୍। ଗିରଫ ଅଭିଯୁକ୍ତ ମାନେ ଅକ୍ଷୟ କୁମାର ବିନ୍ଧାଣି, କୁକୁନା ବେହେରା ଓ ବିକ୍ରମ କୁମାର ବେହେରା। ସେମାନଙ୍କ ଘର କନ୍ଧମାଳର ବିଭିନ୍ନ ଅଞ୍ଚଳରେ । ଏମାନଙ୍କ ଠାରୁ ଏକ ଡିଜାୟର କାର ଯାହାର ରେଜିଷ୍ଟ୍ରେସନ ନମ୍ବର OD33AG5720 କାର ମଧ୍ୟ ଜବତ ହୋଇଛି। ଏଥି ସହ ୧୦ ଲକ୍ଷ ଟଙ୍କାର ୧ କ୍ବିଣ୍ଟାଲ ୧ କେଜି ଗଞ୍ଜେଇ ଜବତ କରାଯାଇଛି ।

ଢିଲା ପାଟ୍ରୋଲିଂ ବେଳେ ଗଞ୍ଜେଇ ଚାଲାଣ, ଚନ୍ଦକାରୁ ଧରା ପଡିଲା 10 ଲକ୍ଷ ମୂଲ୍ୟର ଗଞ୍ଜେଇ (ETV Bharat)
  • ଢିଲା ପାଟ୍ରୋଲିଂ ସମୟରେ ବଢୁଛି ଚାଲାଣ

ଏନେଇ ଏସଟିଏଫ ଏସପି ରବି ଶତପଥି କହିଛନ୍ତି ‘‘ଏମାନେ ୯ଟି ବ୍ୟାଗକୁ ଡିକି ଓ ଗାଡ଼ିର ମଝି ସିଟ୍‌ ଭିତରେ ପୁରାଇ ଚାଲାଣ କରୁଥିଲେ । ସେମାନେ ସମୟ ଦେଖିକି ବାହାରୁଛନ୍ତି । ଯେତେବେଳେ ପୋଲିସ ଆକ୍ଟିଭ ସେତେବେଳେ ବାହାରୁ ନାହାନ୍ତି। ରାତି ପ୍ରାୟ ୩ ରୁ ୪ଟା ୫ଟା ଭିତରେ ସେମାନେ ବାହାରିଥିଲେ। ଆମେ ରାତି ସାରା ଜଗିଥିଲୁ । ଆମେ ରାତି ୩ଟାରୁ ଖବର ପାଇ ଆଲର୍ଟ ଥିଲୁ । ସେମାନେ ଯେତେବେଳେ ଦେଖିବେ ପୋଲିସ ପାଟ୍ରୋଲିଂ ଓ୍ବିକ୍‌ ସେତେବେଳେ ପାସ୍‌ କରିବେ। ଧରାପଡିଲେ ଆମର ଭାଗ୍ୟ । ଆମେ ଯେତେବେଳେ ପିଛା କରିଥିଲୁ ରାସ୍ତାରେ ଚୋର ପୋଲିସ ଖେଳ ଭଳି ଛକାପଞ୍ଝା ବହୁତ ସମୟ ଧରି ଲାଗି ରହିଲା । ଏମାନେ ଯାଉଥିଲେ। ଆଗରେ ଏକ ସ୍କର୍ପିଓ ଗାଡି ତାଙ୍କୁ ଏସକର୍ଟ କରି ନେଉଥିଲା । ପଛରେ ଏମାନେ ଏକ ଡିଜାୟର କାର ଯୋଗେ ଯାଉଥିଲେ। ଏସକର୍ଟ କରି ନେଇକି ଯାଉଥିବା ସ୍କର୍ପିଓ ଖସି ପଳାଇଛି। ଯିଏ କି ଗଞ୍ଜେଇ ଚାଲାଣର ମାଷ୍ଟର ମାଇଣ୍ଡ ବୋଲି ସନ୍ଦେହ କରାଯାଉଛି । ଏମାନେ ଫୁଲବାଣୀରୁ ଗଞ୍ଜେଇ ଆଣି ଆସୁଥିବା ବେଳେ ଏହି କାରକୁ ଜବତ କରି ତିନି ଜଣଙ୍କୁ ଗିରଫ କରିଛୁ’’ ।

ଚନ୍ଦକାରୁ ଧରା ପଡିଲା 10 ଲକ୍ଷ ମୂଲ୍ୟର ଗଞ୍ଜେଇ
ଚନ୍ଦକାରୁ ଧରା ପଡିଲା 10 ଲକ୍ଷ ମୂଲ୍ୟର ଗଞ୍ଜେଇ (ETV Bharat)

ସେ ଆହୁରି କହିଛନ୍ତି ‘‘ଚାଲାଣକାରୀ ବିଶେଷ କରି ଚାଲାଣ ବେଳେ ନୂଆ କାର‌ ବ୍ୟବହାର କରୁଥିଲେ। ନୂଆ କାର ରେଜିଷ୍ଟ୍ରେସନ କରି ୭ରୁ ୮ଲକ୍ଷ ଟଙ୍କାର ଗାଡିରେ ୧ ଲକ୍ଷ ଟଙ୍କାର ଗଞ୍ଜେଇ ନେଇ ଏମାନେ ଚାଲାଣ କରୁଥିଲେ। ଏଥି ପାଇଁ ଅନ୍ୟ ଗାଡି ଏସକର୍ଟ କରି ଏମାନଙ୍କୁ ବାଟ କଢାଇ ନେଉଥିଲେ। ଧରାପଡ଼ିବା ଭୟରେ ଆଗରେ ପ୍ରଥମ ଗାଡି ପୋଲିସ ଉପରେ ନଜର ରଖି ଯାଉଥିଲା। ଆଉ ପଛରେ ଅନ୍ୟ ଗାଡିରେ ଗଞ୍ଜେଇ ଧରି ଚାଲାଣକାରୀ ଯାଉଥିଲେ। ଧରାପଡିବା ଭୟରେ ପ୍ରଥମ ଗାଡି ହର୍ଣ୍ଣ ମାରି ପଛରେ ଯାଉଥିବା ଦ୍ବିତୀୟ ଗାଡିକୁ ଖବର ଦେଇଥାଏ। ସେମାନେ ବିଭିନ୍ନ ରୁଟ୍‌ ଦେଇ ଗଞ୍ଜେଇ ଚାଲାଣ କରିଥାନ୍ତି। ଯଦି କେଉଁଠି ଧରାପଡିବେ ସେନେଇ ରୁଟ୍‌ ବଦଳାଇବା ପାଇଁ ମଧ୍ୟ ଅନ୍ୟ ରୁଟ୍‌ର ମଧ୍ୟ ଖୋଜ ଖବର‌ ରଖିଥାନ୍ତି । ଯେଉଁଥିରେ ଖସିଯିବା ପାଇଁ ସେମାନେ ବାଟ ବାଛି ଥାନ୍ତି। ଏନେଇ ଉଭୟ ଆଗ ପଛ ଗାଡି ମଧ୍ୟ ନିଜ ଭିତରେ କଥାବାର୍ତ୍ତା କରି ଯୋଗାଯୋଗରେ ରୁହନ୍ତି’’।

  • ବର୍ଷ ଆରମ୍ଭରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ

ଏସଟିଏଫ ଏସପି କହିଛନ୍ତି ସେମାନେ ବିଶେଷ କରି ବିଭିନ୍ନ ରୁଟ ବାଛିଥାନ୍ତି । ବିଭିନ୍ନ ରୁଟ ମଧ୍ୟ ଅଛି ଗଞ୍ଜେଇ ଚାଲାଣର ଯେଉଁଠି ଆମ ନଜର ରହିଛି । ଆକ୍ଟିଭ ରୁଟ୍‌ ଉପରେ ନଜର ରଖାଯାଇଛି । ଯେପରିକି ଫୁଲବାଣୀରୁ ପଶ୍ଚିମବଙ୍ଗ ଅଧିକାଂଶ ଗଞ୍ଜେଇ ଯାଉଛି । ସେହିପରି କଳାହାଣ୍ଡିରୁ ଆନ୍ଧ୍ର ଆଡକୁ ଯାଉଛି ଅଧିକାଂଶ ଗଞ୍ଜେଇ। ଯେହେତୁ ରାଜ୍ୟ ବାହାରେ ଓଡ଼ିଶା ଗଞ୍ଜେଇର ଡିମାଣ୍ଡ ରହୁଛି ଏସବୁକୁ ନଜରରେ ରଖି ଏପରି ଗଞ୍ଜେଇ ଚାଲାଣ କରୁଛନ୍ତି ଗଞ୍ଜେଇ ବେପାରୀ। ପୂର୍ବରୁ ମଧ୍ୟ ଅନେକ ଗଞ୍ଜେଇ ବେପାରୀ ଧରାପଡ଼ିଛନ୍ତି। ତଥ୍ୟ କହୁଛି କେବଳ ଏସଟିଏଫ ହାତରେ ଗତ ୨୦୨୪ରେ ୧୮୦୨ କେଜି ଗଞ୍ଜେଇ, ୨୪୭୪ ଗ୍ରାମ ବ୍ରାଉନସୁଗାର, ୧୦ କେଜି ଅଫିମ ଧରା ପଡିଛି । ୧୦ଟି ମାମଲା ରୁଜୁ ହୋଇ ୨୨ ଜଣଙ୍କୁ ଗିରଫ କରି ନିଶା କାରବାର ମାମଲାରେ କୋର୍ଟ ଚାଲାଣ କରାଯାଇଛି। ବର୍ଷର ଆରମ୍ଭ ଜାନୁଆରୀରେ ପ୍ରଥମ ମାମଲାରେ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି ।

  • କେଉଁଠି କେତେ ଗଞ୍ଜେଇ ଚାଷ ନଷ୍ଟ
  • ଓଡ଼ିଶା ପୋଲିସର ତଥ୍ୟ କହୁଛି ଯେ,
  • ୨୦୨୪- ୨୫ ମସିହା ଡ଼ିସେମ୍ବର ୩୦ ସୁଦ୍ଧା ୧୫ ହଜାର ଏକରରୁ ଉର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ
  • ୨୦୨୪ରେ ୧ କୋଟି ୭୭ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି।
  • ରାଜ୍ୟର ବିଭିନ୍ନ ଥାନାରେ 350 ଟି ମାମଲା ରୁଜୁ କରାଯାଇଛି
  • ଏଥିରେ ସମ୍ପୃକ୍ତ 4 ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୂର୍ବରୁ ଗିରଫ କରାଯାଇଛି
  • ବୌଦ୍ଧ ଜିଲ୍ଲାରେ ସର୍ବାଧିକ 112 ଟି ମାମଲା ରୁଜୁ ହୋଇଛି
  • ବୌଦ୍ଧରେ 5 ହଜାର 400 ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି
  • ଗଜପତି ଜିଲ୍ଲାରେ ୩୪ ଟି ମାମଲା ରୁଜୁ ହୋଇଛି
  • ୧ ହଜାର ୨୨ ଏକରରୁ ଅଧିକ ଗଞ୍ଜେଇ ନଷ୍ଟ କରାଯାଇଛି
  • ବିଶେଷ କରି ୮ ଟି ଜିଲ୍ଲାରେ ଗଞ୍ଜେଇ ଚାଷ ବିରୁଦ୍ଧରେ ସ୍ପେଶାଲ ଡ୍ରାଇଭ ଚାଲିଛି
  • ଡ୍ରୋନ୍‌ ଦେଖାଉଛି ଗଞ୍ଜେଇ କିଆରୀ

ଗଞ୍ଜେଇ ଚାଷ ଉପରେ ମଧ୍ୟ ପୋଲିସ ବିଶେଷ ନଜର ରଖିଛି। ରାଜ୍ୟରେ ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସର ସ୍ବତନ୍ତ୍ର ଅଭିଯାନ ଜାରି ରଖିଛି । ରାୟଗଡା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାର ମୂଳୋଉତ୍ପାଟନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି । ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରାଯିବା ପରେ ଏହାକୁ ନଷ୍ଟ କରାଯାଉଛି।

Last Updated : Jan 22, 2025, 6:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.