ETV Bharat / bharat

ତେଲେଙ୍ଗାନାରେ ଭୁଶୁଡିଲା ଟନେଲ ଛାତ: ଫସିଛନ୍ତି 8 ଜଣ, ଉଦ୍ଧାର କାର୍ଯ୍ୟ ଜାରି - TELANGANA TUNNEL COLLAPSE

ଭୁଶୁଡିଲା ଶ୍ରୀସୈଲମ ଲେଫ୍ଟ ବ୍ୟାଙ୍କ ଟନେଲ୍‌ରେ ଛାତ । ଉଦ୍ଧାର କାର୍ଯ୍ୟରେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇନ ଦିଆଯିବା ନେଇ କହିଲେ ପ୍ରଧାନମମନ୍ତ୍ରୀ ।

Telangana tunnel collapse
Telangana tunnel collapse (ETV BHARAT ODISHA)
author img

By ETV Bharat Odisha Team

Published : Feb 22, 2025, 8:27 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଅଘଟଣ, ଭୁଶୁଡିଲା ନିର୍ମାଣଧିନ ଟନେଲ ଛାତ । 8 ଜଣ ଟନେଲ ତଳେ ଫସି ରହିଥିବା ଜଣାପଡିଛି । ନଗରକର୍ନୁଲ ଜିଲ୍ଲାରେ ଥିବା ଶ୍ରୀସୈଲମ ଲେଫ୍ଟ ବ୍ୟାଙ୍କ ଟନେଲ୍‌ରେ ଏପରି ଅଘଟଣ ଘଟିଛି । ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ କଥା ହୋଇଛନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି SLBC ସୁଡଙ୍ଗରେ ଫସି ରହିଥିବା କର୍ମଚାରୀଙ୍କ ଉଦ୍ଧାର ସମ୍ପର୍କରେ ଆଲୋଚନା କରିଥିଲେ । ଉଦ୍ଧାର କାର୍ଯ୍ୟରେ ସମସ୍ତ ସାହାଯ୍ୟ ଏବଂ ସହଯୋଗ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ମୋଦି । ଟନେଲ ଛାତ ଭୁଶୁଡିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରେବନ୍ତ । ଜଳସେଚନ ମନ୍ତ୍ରୀ ଉତ୍ତମକୁମାର ରେଡ୍ଡୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜୁପାଲି କ୍ରିଷ୍ଣାରାଓ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ବର୍ତ୍ତମାନ ସୁଦ୍ଧା କାହାରିକୁ ଉଦ୍ଧାର କରାଯାଇଥିବା ଖବର ମିଳିପାରିନାହିଁ ।

Telangana tunnel collapse
Telangana tunnel collapse (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ, ସରିଲା ନୟାଗଡର T3 ଟନେଲ କାର୍ଯ୍ୟ - NAYAGARH T3 TUNNEL

ଏହା ମଧ୍ୟ ପଢନ୍ତୁ-ସୁଡ଼ଙ୍ଗ ଭିତରେ ଗଡି଼ବ ଟ୍ରେନ, ଚାଲିଛି ୭ ଟନେଲର ନିର୍ମାଣ - Railway Tunnel In Boudh

ଫସିଛନ୍ତି 8 ଶ୍ରମିକ:

ଆଜି ସକାଳ 8ଟା ସମୟରେ ଶ୍ରମିକମାନେ ସୁଡ଼ଙ୍ଗ ଭିତରକୁ କାମ କରିବାକୁ ଯାଇଥିଲେ । 8.30ରେ ବୋରିଂ ମିଶନ୍ ଚାଲୁ କରାଯାଇଥିଲା। ସୁଡ଼ଙ୍ଗରେ, ଗୋଟିଏ ପାର୍ଶ୍ୱରୁ ପାଣି ଲିକ୍ ହେବାର ଶବ୍ଦ ଶୁଭିଥିଲା । TBM ଅପରେଟର ଏନେଇ ସମସ୍ତଙ୍କୁ ସତର୍କ କରାଇଥିଲେ । ସଙ୍ଗେ ସଙ୍ଗେ 42 ଜଣ ଶ୍ରମିକ ଟନେଲ ବାହାରକୁ ପଳାଇ ଆସିଥିଲେ । ବୋରିଂ ମିଶନ ଆଗରେ ୮ ଜଣ ଶ୍ରମିକ ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

ସେନା ଓ ଏନଡିଆରଏଫ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ:

ମନ୍ତ୍ରୀ ଉତ୍ତମକୁମାର ରେଡ୍ଡୀ କହିଛନ୍ତି, '' ସୁଡଙ୍ଗରେ ଯେଉଁ ମାନେ ଫସି ରହିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ପ୍ରୋଜେକ୍ଟ ଇଞ୍ଜିନିୟର, ଫିଲ୍ଡ ଇଞ୍ଜିନିୟର, ଚାରି ଜଣ ଶ୍ରମିକ ଜମ୍ମୁ ଏବଂ କାଶ୍ମୀରର ଓ ପଞ୍ଜାବର ଦୁଇଜଣ ବୋରିଂ ମିଶନ ଅପରେଟର । ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯିବ । ରାତି ସୁଦ୍ଧା ସେ ଘଟଣାସ୍ଥଳରେ ପହଞ୍ଚି ଯିବେ । ୩ଟି ଏନଡିଆରଏଫ ଟିମ୍‌ ମଧ୍ୟ ଘଟଣାସ୍ଥଳକୁ ଯାଉଛନ୍ତି । ବାମ ସୁଡ଼ଙ୍ଗରେ 4 ଦିନ ପୂର୍ବେ କାମ ଆରମ୍ଭ ହୋଇଥିଲା । ଯେଉଁମାନେ ସୁଡ଼ଙ୍ଗରେ ଫସି ରହିଛନ୍ତି ସେମାନଙ୍କ ପାଇଁ ଭେଣ୍ଟିଲେସନ ବ୍ୟବସ୍ଥା ହୋଇଛି । ସୁଡଙ୍ଗର 14 କିଲୋମିଟର ଭିତରେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ଏକ ଚ୍ୟାଲେଞ୍ଜ ହେବ । ''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.