ହାଇଦ୍ରାବାଦ: ଗତବର୍ଷ 'ସ୍ତ୍ରୀ 2'ରେ ଅକ୍ଷୟ କୁମାରଙ୍କ କ୍ୟାମିଓ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । 2024 ରେ 'ଖେଲ ଖେଲ ମେ' ଏବଂ 'ସରଫିରା' ପରି ଚଳଚ୍ଚିତ୍ର ଦେବା ସତ୍ତ୍ୱେ 'ସ୍ତ୍ରୀ 2' ତାଙ୍କର ସବୁଠାରୁ ବଡ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ମଡୋକ ହରର୍ କମେଡି ୟୁନିଭର୍ସର 8 ଟି ଚଳଚ୍ଚିତ୍ର ଘୋଷଣା କରାଯାଇଥିଲା ଯେଉଁଥିରେ 'ସ୍ତ୍ରୀ 3' ମଧ୍ୟ ଅନ୍ତର୍ଭୁକ୍ତ । ସେବେଠାରୁ ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ କି ନାହିଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଜୋର ଧରିଥିଲା। ବର୍ତ୍ତମାନ ଏନେଇ ନିର୍ମାତାମାନେ ନିଶ୍ଚିତ କରିଛନ୍ତି ଯେ ଅକ୍ଷୟ କୁମାର 'ସ୍ତ୍ରୀ 3'ରେ ନଜର ଆସିବେ । ଏଥିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
'ସ୍ତ୍ରୀ 3' ରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି
ସ୍କାଏ ଫୋର୍ସର ଟ୍ରେଲର ଲଞ୍ଚରେ ଅକ୍ଷୟଙ୍କୁ ପଚରାଯାଇଥିଲା ଯେ ସେ ମଡୋକ ହରର୍-କମେଡି ୟୁନିଭର୍ସର ଅଂଶ ହେବେ କି? ଏହା ଉପରେ ଅକ୍ଷୟ କହିଛନ୍ତି, 'ମୁଁ କ’ଣ କହିପାରେ, ଦୀନେଶ ଏବଂ ଜ୍ୟୋତିଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିବ, ସେମାନେ ହିଁ ଏହି ଅର୍ଥ ବିନିଯୋଗ କରିବେ ଏବଂ ଅମର କୌଶିକଙ୍କୁ ନିର୍ଦ୍ଦେଶ ଦେବାକୁ ପଡ଼ିବ।' ଅକ୍ଷୟଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଦୀନେଶ ଭିଜନ କହିଛନ୍ତି, 'ଅବଶ୍ୟ ସେ ୟୁନିଭର୍ସର ଏକ ଅଂଶ'। ସେ ହସି ହସି କହିଲେ, “ସେ ଆମର ଥାନୋସ୍।
ଅକ୍ଷୟ 'ସ୍ତ୍ରୀ 2' ଅଭିନୟ କରିଥିଲେ
କହିରଖୁଛୁ ଯେ, 'ସ୍ତ୍ରୀ 2' ରେ ଅକ୍ଷୟ କୁମାରଙ୍କୁ ସରକଟା ରାଜବଂଶର ଶେଷ ବଞ୍ଚିଥିବା ସଦସ୍ୟ ଭାବରେ ଦର୍ଶାଯାଇଥିଲା । ଯାହା ପାଖରେ ଭୂତକୁ ସବୁଦିନ ପାଇଁ ହଟାଇବା ପାଇଁ କାହାର ସମାଧାନ ଥିଲା । 'ସ୍ତ୍ରୀ 2' ରେ ଅକ୍ଷୟଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ ।
କେବେ ରିଲିଜ ହେବ?
ମଡୋକ ଫିଲ୍ମସ୍ 2025 ରୁ 2028 ପର୍ଯ୍ୟନ୍ତ ଏହାର ଆଗାମୀ ଚଳଚ୍ଚିତ୍ରଗୁଡ଼ିକର କ୍ୟାଲେଣ୍ଡର ସେୟାର କରିଛନ୍ତି । ଯେଉଁଥିରେ 2027 ବର୍ଷରେ 13 ଅଗଷ୍ଟ ପାଇଁ 'ସ୍ତ୍ରୀ 3' ରିଲିଜ ହେବ ବୋଲି ଦର୍ଶାଯାଇଛି। 2024 ମସିହାରେ, 'ସ୍ତରୀ 2' ବକ୍ସ ଅଫିସରେ ଏକ ଧମାକା କରିଥିଲା । ଏହାର କାହାଣୀ ଏବଂ ହାସ୍ୟରସ ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଚଳଚ୍ଚିତ୍ରରେ ଶ୍ରଦ୍ଧା କପୁର, ରାଜକୁମାର ରାଓ, ଆପର୍ଶୀ ଖୁରାନା, ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଅକ୍ଷୟ କୁମାର ଏବଂ ବରୁଣ ଧୱନ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବାବେଳେ ତମନ୍ନା ଭାଟ୍ଟିଆ ଏଥିରେ ଏକ ସ୍ୱତନ୍ତ୍ର ଡ୍ୟାନ୍ସ କରିଥିଲେ।
ଏହା ମଧ୍ୟ ପଢନ୍ତୁ: 'ସ୍ତ୍ରୀ 3'-'ଭେଡିଆ 2' ସମେତ 8ଟି ଫିଲ୍ମ ଘୋଷଣା କଲା ମାଡୋକ ଫିଲ୍ମସ୍, ଏହି ଦିନ ପରଦାକୁ ଆସିବ
ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି ସ୍କାଏ ଫୋର୍ସ ଯାହା ଜାନୁଆରୀ 24 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ଭୀର ପହରିଆ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଫିଲ୍ମର ଟ୍ରେଲର ଶେଷରେ ମୁକ୍ତିଲାଭ କରିଛି। ଦେଶପ୍ରେମୀ ଚଳଚ୍ଚିତ୍ରର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢାଇ ଦେଇଛି। ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ୍ ଉପରେ ଆଧାରିତ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ