ETV Bharat / entertainment

'ଗୋଲ୍ଡେନ ଗ୍ଲୋବ 2025'ରେ ଭାଙ୍ଗିଲା ଭାରତର ସ୍ୱପ୍ନ, ଆୱାର୍ଡ ହାତେଇବାରେ ଅସଫଳ ପାୟଲ କପାଡିଆ - GOLDEN GLOBES 2025

ଗୋଲ୍ଡେନ ଗ୍ଲୋବ 2025 ବିଜେତାଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ମନୋନୀତ ହୋଇଥିବା ଭାରତୀୟ ଫିଲ୍ମ 'ଅଲ ଉଇ ଇମାଜିନ ଏଜ ଲାଇଟ' ଏହି ପୁରସ୍କାରରୁ ବଞ୍ଚିତ ହୋଇଛି ।

golden globes 2025
golden globes 2025 (film poster)
author img

By ETV Bharat Entertainment Team

Published : Jan 6, 2025, 10:37 AM IST

ହାଇଦ୍ରାବାଦ: ମନୋରଞ୍ଜନ ଶିଳ୍ପରେ ଗୋଲ୍ଡେନ ଗ୍ଲୋବ ପୁରସ୍କାର ଅନ୍ୟତମ ସମ୍ମାନଜନକ ପୁରସ୍କାର । ଏହି ବର୍ଷ ଲସ୍ ଆଞ୍ଜେଲସରେ 82 ତମ ଗୋଲ୍ଡେନ୍ ଗ୍ଲୋବସ୍ ଅନୁଷ୍ଠିତ ହୋଇଥିଲା । ଗୋଲ୍ଡେନ ଗ୍ଲୋବ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଚଳିତ ବର୍ଷ ଗୋଲ୍ଡେନ ଗ୍ଲୋବ ପୁରସ୍କାର 2025 ପାଇଁ ପାୟଲ କପାଡିଆ ଭାରତର ପ୍ରତିନିଧିତ୍ୱ କରିଥିଲେ । ତାଙ୍କର ଚଳଚ୍ଚିତ୍ର 'ଅଲ ଉଇ ଇମାଜିନ ଏଜ ଲାଇଟ' ଦୁଇଟି ବର୍ଗରେ ମନୋନୀତ ହୋଇଥିଲା । ଏହି ଦୁଇଟି ବର୍ଗରେ ପାୟଲ କାପାଡିଆ ପରାଜୟର ସମ୍ମୁଖୀନ ହୋଇଛନ୍ତି । ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା ଜାଣନ୍ତୁ,

'ଗୋଲ୍ଡେନ ଗ୍ଲୋବ 2025'ରେ ଅସଫଳ ପାୟଲ କପାଡିଆ

ଚଳିତ ବର୍ଷର ଗୋଲ୍ଡେନ ଗ୍ଲୋବ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବା ପାଇଁ ପାୟଲ କପାଡିଆ ନିକଟତର ହୋଇଥିଲେ । କିନ୍ତୁ, ଦ ବ୍ରୁଟାଲିଷ୍ଟ ପାଇଁ ବ୍ରେଡି କୋର୍ବେଟ ଏହି ଆୱାର୍ଡ ହାତେଇବାରେ ସଫଳ ହୋଇଛନ୍ତି । ସେହିପରି ପାୟଲଙ୍କ ଫିଲ୍ମ ଶ୍ରେଷ୍ଠ ମୋସନ୍ ପିକ୍ଚର୍-ଅଣ-ଇଂରାଜୀ ଭାଷା ବର୍ଗ ପାଇଁ ମଧ୍ୟ ମନୋନୀତ ହୋଇଥିଲା । କିନ୍ତୁ ଏହି ବର୍ଗରେ ମଧ୍ୟ ଭାରତ ନିରାଶ ହୋଇଥିଲା। ଏମିଲିଆ ପେରେଜ୍ ଶ୍ରେଷ୍ଠ ମୋସନ୍ ପିକ୍ଚର୍ ଅଣ-ଇଂରାଜୀ ଭାଷା ପୁରସ୍କାର ପାଇଛନ୍ତି ।

ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା:-

  • ଟେଲିଭିଜନ ସିରିଜରେ ଶ୍ରେଷ୍ଠ ଅଭିନେତ୍ରୀ (ସଙ୍ଗୀତ ବା କମେଡି)- ଜୋ ସଲଦନା, ଏମିଲିଆ ପେରେଜ
  • ଶ୍ରେଷ୍ଠ ଅଭିନେତ୍ରୀ (ଟେଲିଭିଜନ୍ ସିରିଜ୍ ମ୍ୟୁଜିକ୍ ବା କମେଡି)- ଜାନ୍ ସ୍ମାର୍ଟ, ହ୍ୟାକ୍ସ
  • ଶ୍ରେଷ୍ଠ ଅଭିନେତା (ସହ ଅଭିନେତା)-କିରାନ୍ କୁଲକିନ୍, ଏ ରିୟଲ ପେନ
  • ଶ୍ରେଷ୍ଠ ଅଭିନେତ୍ରୀ (ଟେଲିଭିଜନ୍ ସିରିଜ୍, ଡ୍ରାମା) ହିରୋୟୁକି ସନଡା, ଶୋଗୁନ୍
  • ଶ୍ରେଷ୍ଠ ମୋସନ୍ ପିକ୍ଚର୍, ମ୍ୟୁଜିକାଲ୍ କିମ୍ବା କମେଡି-ଏମିଲିଆ ପେରେଜ୍ (ନେଟଫ୍ଲିକ୍ସ)
  • ଶ୍ରେଷ୍ଠ ଟେଲିଭିଜନ୍ ସିରିଜ୍, ମ୍ୟୁଜିକାଲ/ କମେଡି - ହ୍ୟାକ୍ସ
  • ଶ୍ରେଷ୍ଠ ଚଳଚ୍ଚିତ୍ର ପିକ୍ଚର, ଡ୍ରାମା- ବ୍ରୁଟଲିଷ୍ଟ (A24)
  • ଶ୍ରେଷ୍ଠ ମୂଳ ଗୀତ, ମୋସନ ପିକ୍ଚର- "ଏଲ୍ ମାଲ୍" - ଏମିଲିଆ ପେରେଜ୍
  • ଶ୍ରେଷ୍ଠ ମୂଳ ସ୍କୋର, ମୋସନ୍ ପିକ୍ଚର- ଟ୍ରେଣ୍ଟ୍ ରେଜନର୍, ଆଟ୍ଟିକସ୍ ରସ୍ (ଚ୍ୟାଲେଞ୍ଜର୍ସ)
  • ଶ୍ରେଷ୍ଠ ନିର୍ଦ୍ଦେଶକ, ମୋସନ୍ ପିକ୍ଚର- ବ୍ରେଡି କରବେଟ୍ (ବ୍ରୁଟାଲିଷ୍ଟ)
  • ଶ୍ରେଷ୍ଠ ମୋସନ ପିକ୍ଚର, ଆନିମେଟେଡ୍- ଫ୍ଲୋ (ସାଇଡ୍ ଶୋ / ଜାନସ୍ ଫିଲ୍ମ)

ଏହା ମଧ୍ୟ ପଢନ୍ତୁ: ପୁଣି 'ଅଲ ଉଇ ଇମାଜିନ ଏଜ ଲାଇଟ'ର ଜଲୱା, BAFTA ଆୱାର୍ଡ ପାଇଁ ମନୋନୀତ

'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଫିଲ୍ମ ବିଷୟରେ କହିବାକୁ ଗଲେ, 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଫିଲ୍ମଟି ବର୍ତ୍ତମାନ ଜାନୁଆରୀ 3ରେ ଓଟିଟିରେ ରିଲିଜ ହୋଇଛି । ଏହି ଫିଲ୍ମର ଲେଖକ ତଥା ନିର୍ଦ୍ଦେଶକ ହେଉଛନ୍ତି ପାୟଲ କପାଡିଆ । ଏହା ଏକ ଇଣ୍ଡୋ-ଫରାସୀ ପ୍ରଡକ୍ସନ ଫିଲ୍ମ ଅଟେ । କାହାଣୀଟି ଦୁଇ ମହିଳାଙ୍କ ଅଟେ । ଏଥିରୁ ଜଣେ ନର୍ସ ଅଟନ୍ତି, ଯିଏକି ଦୀର୍ଘ ସମୟ ପରେ ସ୍ୱାମୀଙ୍କ ଠାରୁ ଉପହାର ଗ୍ରହଣ କରନ୍ତି । ଅନ୍ୟପଟେ ତାଙ୍କ ରୁମମେଟ ତାଙ୍କ ପ୍ରେମିକ ସହ ସମୟ ବିତାଇବା ପାଇଁ ଏକ ଘରୋଇ କୋଠରୀ ଖୋଜନ୍ତି । ପରେ ଉଭୟ ମହିଳା ଏକ ରୋଡ୍ ଟ୍ରିପରେ ଯାଆନ୍ତି, ଯେଉଁଠାରେ ସେମାନଙ୍କର ଜୀବନ ଏକ ନୂଆ ମୋଡ଼ ନେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.