ETV Bharat / entertainment

ମନ ଜିତୁଛି ଫିଲ୍ମ 'ଆଶ୍ରମ', ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଆଶାର ଆଶ୍ରୟ ହେବ କହିଲେ ନିର୍ମାତା ତପନ ଦାଶ - Interview With Film Ashram Team - INTERVIEW WITH FILM ASHRAM TEAM

Abhishek Giri-Tapan Kumar Dash On Ashram: ସେପ୍ଟେମ୍ୱର 13ରେ ପରଦାକୁ ଆସିଛି ଓଡ଼ିଆ ଫିଲ୍ମ 'ଆଶ୍ରମ: ଏକ ଆଶାର ଆଶ୍ରୟ' । ଫିଲ୍ମ ରିଲିଜକୁ ଏକ ସପ୍ତାହ ବିତିଯାଇଥିବା ବେଳେ ଫିଲ୍ମ ଓଡ଼ିଆ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ତେବେ ନିଶ୍ଚୟ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଏକ ଆଶାର ଆଶ୍ରୟ ସାଜିବ ବୋଲି କହିଛନ୍ତି ପ୍ରଯୋଜକ ତପନ କୁମାର ଦାଶ ।

ଓଡ଼ିଆ ଫିଲ୍ମ 'ଆଶ୍ରମ' ଟିମ୍ ଅଭିଷେକ ଗିରି ଓ ତପନ ଦାଶଙ୍କ ସହ ସାକ୍ଷାତକାର
ଓଡ଼ିଆ ଫିଲ୍ମ 'ଆଶ୍ରମ' ଟିମ୍ ଅଭିଷେକ ଗିରି ଓ ତପନ ଦାଶଙ୍କ ସହ ସାକ୍ଷାତକାର (ETV Bharat Odisha)
author img

By ETV Bharat Entertainment Team

Published : Sep 20, 2024, 1:53 PM IST

Updated : Sep 20, 2024, 2:37 PM IST

ଭୁବନେଶ୍ୱର: ଦର୍ଶକଙ୍କ ମନ ଜିତୁଛି ଓଡ଼ିଆ ଫିଲ୍ମ 'ଆଶ୍ରମ' । ସେପ୍ଟେମ୍ୱର 13ରେ ରିଲିଜ ହୋଇଥିବା ଏହି ଫିଲ୍ମ ପ୍ରଶଂସା ସାଉଁଟିବା ସହ ଲୋକଙ୍କୁ ଥିଏଟର ମୁହାଁ କରାଉଛି । ସମାଜସେବା ଓ ସମର୍ପଣର ନିଛକ କାହାଣୀ ଦେଖିବାକୁ ମିଳିଥିବା ବେଳେ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଫିଲ୍ମକୁ ନେଇ ଇଟିଭି ଭାରତରେ ସ୍ୱତନ୍ତ୍ର ସାକ୍ଷାତକାରରେ ନିଜର ଅଭିଜ୍ଞତା ସେୟାର କରିଛନ୍ତି ଫିଲ୍ମର ନାୟକ ଅଭିଷେକ ଗିରି ଏବଂ ପ୍ରଯୋଜକ ତପନ କୁମାର ଦାଶ । ଏହି ସମୟରେ ଦର୍ଶକଙ୍କ ଭଲପାଇବା ଏବଂ ଓଡ଼ିଆ ଫିଲ୍ମ ପ୍ରତି ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ନିର୍ମାତା 'ଆଶ୍ରମ: ଏକ ଆଶାର ଆଶ୍ରୟ' ଆଗାମୀ ଦିନରେ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ନିଶ୍ଚୟ 'ଏକ ଆଶାର ଆଶ୍ରୟ' ସାଜିବ ବୋଲି କହିଛନ୍ତି ନିର୍ମାତା ।

ଓଡ଼ିଆ ଫିଲ୍ମ 'ଆଶ୍ରମ' ଟିମ୍ ଅଭିଷେକ ଗିରି ଓ ତପନ ଦାଶଙ୍କ ସହ ସାକ୍ଷାତକାର (ETV Bharat Odisha)

ଅଭିଷେକ ଗିରିଙ୍କ ପ୍ରତିକ୍ରିୟା

ଫିଲ୍ମର ମୁଖ୍ୟ ଅଭିନେତା ଅଭିଷେକ ଗିରି ନିଜର ଅନୁଭୂତି ବଖାଣିଛନ୍ତି । ଯେତେବେଳେ ତାଙ୍କୁ ପଚରାଗଲା ଓଲିଉଡର ଆଗଧାଡିର ନାୟିକା ମହାଶ୍ୱେତା ରାୟଙ୍କ ସହ କାମ କରିବା ଆପଣଙ୍କ ପାଇଁ କେତେ ଚ୍ୟାଲେଞ୍ଜିଂ ଥିଲା । ଏହାର ଉତ୍ତରରେ ସେ କହିଛନ୍ତି, ''ସେ ବହୁତ ଲୋକପ୍ରିୟ ନାୟିକା । ଫିଲ୍ମର ନିର୍ମାତା ମୋତେ ତାଙ୍କ ସହ କାମ କରିବାର ଯୋଗ୍ୟ ଭାବିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ମୋତେ ବହୁତ ଭଲ ଲାଗୁଛି । ମୋର ଚରିତ୍ର ଏବଂ ମହାଶ୍ୱେତା ରାୟଙ୍କ କାମ କରିବା ମୋର ବହୁତ ଦକ୍ଷତା ବଢିଛି ଏବଂ ଅନେକ କିଛି ଶିଖିଛି । ଲୋକେ ମଧ୍ୟ ମୋ ଚରିତ୍ରକୁ ବେଶ ପସନ୍ଦ କରିଛନ୍ତି । ଏଣୁ ମୁଁ ଦର୍ଶକଙ୍କୁ ଅନୁରୋଧ କରୁଛି ଯେଉଁମାନେ ଫିଲ୍ମ ଦେଖିନାହାନ୍ତି ଆସନ୍ତୁ ଏବଂ ଫିଲ୍ମ ଦେଖନ୍ତୁ ।''

ପ୍ରଯୋଜକ ତପନ କୁମାର ଦାଶଙ୍କ ପ୍ରତିକ୍ରିୟା

ସେହିପରି ପ୍ରଯୋଜକ ତପନ କୁମାର ଦାଶ ମଧ୍ୟ କହିଛନ୍ତି , ଯେଉଁମାନେ ଓଡ଼ିଆ ଫିଲ୍ମ ଭଲ କଣ୍ଟେଣ୍ଟରେ ହେଉନାହିଁ କହୁଛନ୍ତି ସେମାନ ଏହି ଫିଲ୍ମ ଦେଖିବା ପରେ ଅଭିଯୋଗ କରିବେ ନାହିଁ । ଫିଲ୍ମ ଦେଖିନଥିବା ଲୋକ ହଲକୁ ଆସି ଏହି ଫିଲ୍ମ ନିଶ୍ଚୟ ଦେଖିବାକୁ ଅନୁରୋଧ କରୁଛି । ମୁଁ ଆଶା କରୁଛି ଏହି ଫିଲ୍ମ ଆଗାମୀ ଦିନରେ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ନିଶ୍ଚୟ 'ଏକ ଆଶାର ଆଶ୍ରୟ' ସାଜିବ ବୋଲି କହିଛନ୍ତି ନିର୍ମାତା ।

ଏହା ମଧ୍ୟ ପଢନ୍ତୁ: 46 ବର୍ଷ ପରେ ମହାଶ୍ୱେତା ରାୟଙ୍କ ଦମଦାର କମବ୍ୟାକ୍, ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଆଶ୍ରମ'

'ଥିଏଟର୍ ଅଭାବ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ର୍ଦୁଭାଗ୍ୟର କଥା'

ଓଡ଼ିଶାରେ ଫିଲ୍ମ ରିଲିଜ ପାଇଁ ସିନେମା ହଲ୍ ଅଭାବକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଯୋଜକ ତପନ ଦାଶ । ସେ କହିଛନ୍ତି, ''ଏହା ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ର୍ଦୁଭାଗ୍ୟର କଥା । ଆମେ ଯେଉଁ ଆଶା ନେଇ ଫିଲ୍ମ କରୁଛୁ ତାହା ପାଇପାରୁନୁ । ଏଥିପାଇଁ ସରକାରୀ ପ୍ରତ୍ସୋହନ ନିଆତି ଦରକାର । ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ଥିଏଟର ହେବା ଆବଶ୍ୟକ । ଏଥିସହ ଫିଲ୍ମ ପ୍ରଯୋଜକ ମାନଙ୍କୁ ଓଡ଼ିଆ ଫିଲ୍ମ ପଲିସି ଅନୁଯାୟୀ କିଛି କିଛି ପ୍ରୋତ୍ସାହନ ରାଶି ଯୋଗାଇବା ଉଚିତ । ମୁଁ ଆଶା କରୁଛି ନୂଆ ସରକାର ଏଥିପ୍ରତି ଦୃଷ୍ଟି ଦେବେ ଏବଂ କିଛି ପଦକ୍ଷେପ ଗ୍ରହଣ କରିବେ । ଯାହା ଦ୍ୱାରା ଆଗାମୀ ଦିନରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବଞ୍ଚି ରହିବ ।''

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସୁଛି 'ଆଶ୍ରମ'; ରିଲିଜ ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ମହାଶ୍ୱେତା ରୟ ଓ ଫିଲ୍ମର ଟିମ୍, ଦୀପଦାନ କରି ସଫଳତା ପାଇଁ କଲେ କାମନା

'ଆଶ୍ରମ' ବିଷୟରେ କହିବାକୁ ଗଲେ, 'ଆଶ୍ରମ' ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଦେଇଥିବା ବେଳେ ପ୍ରଯୋଜକ ତପନ ଦାଶଙ୍କ ଦ୍ୱାରା ନିର୍ମିତ ହୋଇଛି । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ମହାଶ୍ଵେତା ରାୟ ରହିଥିବା ବେଳେ ଅଭିଷେକ ଗିରି ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିଛନ୍ତି । ଜଣେ ସଚ୍ଚୋଟ ଆଇଏଏସ୍ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି ଏବଂ ଚାକିରିରୁ ଅବସର ପରେ କିପରି ସମାଜସେବା କରି ଅନେକଙ୍କ ପାଇଁ କିପରି ସାଜିଛନ୍ତି ପ୍ରେରଣା ଓ ଆଶ୍ରୟର ଉତ୍ସ । ତାହା ଦର୍ଶାଯାଇଛି । ଏହି ଚଳଚିତ୍ରରେ ସମାଜକୁ ଅନେକ ବାର୍ତ୍ତା ମଧ୍ୟ ଅଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Sep 20, 2024, 2:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.