ETV Bharat / state

ବିଦେଶୀ ପକ୍ଷୀଙ୍କ ପସନ୍ଦ ହୀରାକୁଦ, ପ୍ରତି ବର୍ଷ ବଢ଼ୁଛି ସଂଖ୍ୟା - BIRD CENSUS IN HIRAKUD

ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ହୀରାକୁଦକୁ ଆସିଛନ୍ତି ୩୫ ହଜାରରୁ ଅଧିକ ପକ୍ଷୀ । ପକ୍ଷୀ ଗଣନାରେ ମିଳିଲା ଖୁସି ଖବର ।

Annual Migratory Bird Census In Hirakud Reservoir
Annual Migratory Bird Census In Hirakud Reservoir (ETV Bharat Odisha)
author img

By ETV Bharat Odisha Team

Published : Jan 20, 2025, 8:19 PM IST

ସମ୍ବଲପୁର: ବିଦେଶୀ ପକ୍ଷୀଙ୍କ ପସନ୍ଦ ପାଲଟିଛି ହୀରାକୁଦ । ବର୍ଷକୁ ବର୍ଷ ଏଠାରେ ବଢିବାରେ ଲାଗିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ଅପେକ୍ଷା ଏଥର ହୀରାକୁଦ ନଦୀବନ୍ଧ ଓ ଏହାର ପାର୍ଶ୍ବବର୍ତ୍ତୀ ଆଦ୍ରଭୂମି ଅଞ୍ଚଳରେ ଅଧିକ ପ୍ରଜାତି ସହ ଅଧିକ ସଂଖ୍ୟକ ପକ୍ଷୀଙ୍କ ଆଗମନ ହୋଇଥିବା ପକ୍ଷୀଗଣନା ରେକର୍ଡରୁ ସ୍ପଷ୍ଟ ହୋଇଛି । ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ସମ୍ପର୍କରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି ।

  • ବଢିଲେ ୩୫ ହଜାର ପକ୍ଷୀ

ଗତବର୍ଷ (୨୦୨୪) ୧୧୩ ଟି ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୪୫ଟି ପକ୍ଷୀ ହୀରାକୁଦକୁ ଆସିଥିବା ବେଳେ ଚଳିତବର୍ଷ ୧୨୨ଟି ପ୍ରଜାତିର ୩ ଲକ୍ଷ ୭୭ ହଜାର ୭୩୨ଟି ପକ୍ଷୀ ଆସିଥିବା ପକ୍ଷୀ ଗଣନାରୁ ଜଣାପଡିଛି । ଏଭଳି ଭାବରେ ଏଥର ୩୫ ହଜାର ୩ ଶହଟି ଅଧିକ ପକ୍ଷୀ ଆସିଛନ୍ତି । ଏଥର ୧୧ଟି ନୂଆ ପ୍ରଜାତିର ପକ୍ଷୀ ଠାବ ହୋଇଥିବା ସୂଚନା ଦେଇଛି ହୀରାକୁଦ ବନ୍ୟପ୍ରାଣୀ ବିଭାଗ । ତେବେ ଏଥର ସବୁଠାରୁ ଅଧିକ ସଂଖ୍ୟକ ଆସିଥିବା ପକ୍ଷୀ ଭିତରେ ଅଛନ୍ତି ୬୩ ହଜାର ୨୦୨ଟି ଲେସର୍ ହ୍ୱିସିଲିଂ ଡକ୍, ୫୫ ହଜାର ୨୪୭ଟି କମନ କଟ୍‌ ୪୫ ହଜାର ୪୪୭ଟି ଟଫ୍ଟେଡ୍ ଡକ୍ (Tufted Duck) l ଚଳିତବର୍ଷ ହୀରାକୁଦ ଜଲଭଣ୍ଡାରର ସେକ୍ଟର-୮ ଓଡିଶା-ଛତିଶଗଡ ସୀମାନ୍ତ ଲାଉନସରା, ସେକ୍ଟର-୯ ଝାରପଡା, ସେକ୍ଟର-୬ ଗୋବିନ୍ଦପୁର ଅଞ୍ଚଳରେ ଅଧିକ ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୨୩ରେ ୧୦୮ ଟି ପ୍ରଜାତିର ୩ ଲକ୍ଷ ୧୬ ହଜାର ୬୭୬ଟି ପକ୍ଷୀ ହୀରାକୁଦ ଜଲଭଣ୍ଡାରକୁ ଆସିଥିଲେ ।

Annual Migratory Bird Census In Hirakud Reservoir
Annual Migratory Bird Census In Hirakud Reservoir (ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ)
Annual Migratory Bird Census In Hirakud Reservoir (ETV Bharat Odisha)
  • ଆସିଛନ୍ତି ନୂଆ ପ୍ରଜାତିର ପକ୍ଷୀ

ଚଳିତବର୍ଷ ନୂତନ ଭାବେ ଦେଖାଯାଇଥିବା ପକ୍ଷୀମାନେ ହେଲେ ୱେଷ୍ଟର୍ଣ୍ଣ ୟେଲୋ ୱାଗଟେଲ ପିନଟେଲ, ସ୍ନାଇପ , ଓରିଏଣ୍ଟାଲ ସ୍କାୟଲେନ, ରେଡ୍‌ ନେକ ଫଲକୋନ,କ୍ଲାମରସ୍ ରିଡ୍ ୱାର୍ବଲର କ୍ରେଷ୍ଟେଡ୍ ଲାର୍କ, କେଣ୍ଟିସ୍ ପ୍ଲୋଭର୍, ଗ୍ରୀନିଶ୍ ୱାର୍ବଲର ରଫ୍ ପାଲିଡ୍ ହାରିଅର୍ ଓ ଲାନ୍ସୋଲେଟେଡ୍ ୱାର୍ବଲର । ଅନ୍ୟ ପକ୍ଷୀମାନଙ୍କ ମଧ୍ୟରେ ପୋଚାର୍ଡ , ଗ୍ରେଟ୍ କ୍ରେଷ୍ଟେଡ୍ ଗାର୍ଲ୍ସ, କରମୋରାଣ୍ଟ , ହେରନ୍ସ ଜାକାନାସ୍, ଷ୍ଟିଲ୍ଟସ୍, ଲାପୱିଂ, ସ୍ୟାଣ୍ଡପାଇପର୍ସ, ଗୁଲ୍ସ ,ଡକ୍ , ଟର୍ଣ୍ଣସ୍ , ପ୍ଲୋଭର୍ସ ପରି ପକ୍ଷୀ ଆସିଛନ୍ତି ।

Bird census In Hirakud
Bird census In Hirakud (ETV Bharat Odisha)

  • ପକ୍ଷୀ ଗଣନାରେ ସାମିଲ ୪୦ଟି ଟିମ:

ଚଳିତବର୍ଷ ହୀରାକୁଦ ଜଲଭଣ୍ଡାରର ୫୦୫ ବର୍ଗକିଲୋମିଟର ଅଞ୍ଚଳରେ ପକ୍ଷୀ ଗଣନା କରାଯାଇଛି । ଏଥିପାଇଁ ହୀରାକୁଦ ଜଲଭଣ୍ଡାରକୁ ୨୧ଟି ସେକ୍ଟରରେ ବିଭକ୍ତ କରାଯାଇଥିଲା । ଏହି ପକ୍ଷୀ ଗଣନାରେ ମୋଟ ୪୦ଟି ଟିମ ନିୟୋଜିତ ହୋଇଥିଲେ । ଏଥିରେ ୩୨ଟି ବନ ବିଭାଗର ଟିମ ଥିବା ବେଳେ ୮ଟି ସପୋର୍ଟିଂ ଟିମ ଥିଲେ । ଏଥର ଜିପିଏସ ସିଷ୍ଟମ ବ୍ୟବହାର କରାଯାଇ ଗଣନା କରାଯାଇଛି । ଏଥିରେ ୭୦ଟି ବାଇନାକୁଲର ବ୍ୟବହାର ହୋଇଥିଲା । ଏହି ଗଣନାରେ ମୋଟ ୭୦ ଜଣ ଭାଗ ନେଇଥିଲେ । ବନ ବିଭାଗର କର୍ମଚାରୀ ସହ କେତେକ ପକ୍ଷୀ ବିଶେଷଜ୍ଞ ମଧ୍ୟ ଏହି ଗଣନାରେ ସାମିଲ ହୋଇଥିଲେ । ଏଥର ଟିମ ଗୁଡିକରେ ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡା, ସୁବର୍ଣ୍ଣପୁର, ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର ପକ୍ଷୀ ପ୍ରେମୀ ସାମିଲ ହୋଇଥିଲେ । ଏହି ଗଣନାରେ ମୋଟ ୩୨ଟି ବୋଟ ବ୍ୟବହାର ହୋଇଥିଲା । ପକ୍ଷୀ ଗଣନା ପାଇଁ ୨୧ଟି ପଏଣ୍ଟ ଚିହ୍ନଟ କରାଯାଇଥିଲା । ହୀରାକୁଦ ଜଲଭଣ୍ଡାରର ୯ଟି ସ୍ଥାନରୁ ଟିମ ବାହାରିଥିଲେ । ଏଥର ଏହି ପକ୍ଷୀ ଗଣନାରେ ୩୦ ଜଣ ବିଶେଷଜ୍ଞ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଶୀତକାଳୀନ ବିଦେଶୀ ପକ୍ଷୀ ଗଣନା ଆରମ୍ଭ

ଏହା ମଧ୍ୟ ପଢ଼ନ୍ତୁ...ପକ୍ଷୀ ଗଣନା-୨୦୨୫: ୨ ଶହ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀ ଚିହ୍ନଟ

କେଉଁ ବର୍ଷ କେତେ ପକ୍ଷୀ:

ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ହୀରାକୁଦରେ ୧୧୩ ପ୍ରକାରର ମୋଟ ୩ ଲକ୍ଷ ୪୨ ହଜାର ୩୪୫ଟି ପକ୍ଷୀ ହୀରାକୁଦ ଆସିଥିବାର ରେକର୍ଡ ରହିଛି । ଏହାସହ ଗତ ୫ ବର୍ଷରେ ହୀରାକୁଦକୁ ଅଧିକ ପ୍ରକାରର ପକ୍ଷୀ ଆସୁଥିବାର ତଥ୍ୟରୁ ଜଣାପଡିଛି । ୨୦୨୦ରେ ୯୩ ପ୍ରକାର, ୨୦୨୧ରେ ୯୮ ପ୍ରକାର, ୨୦୨୨ରେ ୧୦୪ ପ୍ରକାର, ୨୦୨୩ ରେ ୧୦୮ ପ୍ରକାର, ୨୦୨୪ରେ ୧୧୩ ପ୍ରକାର ପକ୍ଷୀ ଆସିଥିବା ସୂଚନା ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.