ETV Bharat / sports

କଟକରେ ଚାଲିଛି ଜାତୀୟ ପୁରୁଷ କବାଡି ପ୍ରତିଯୋଗିତା, 500ରୁ ଊର୍ଦ୍ଧ୍ବ ଖେଳାଳି ସାମିଲ୍‌ - NATIONAL MENS KABADDI CHAMPIONSHIP

ପ୍ରଥମ ଥର ପାଇଁ କଟକରେ ଆୟୋଜିତ ହେଲା ଜାତୀୟ ପୁରୁଷ କବାଡି ପ୍ରତିଯୋଗିତା । ଭାଗ ନେଲେ ୩୦ଟି ରାଜ୍ୟର ୫ ଶହରୁ ଊର୍ଦ୍ଧ୍ବ ଖେଳାଳି ।

NATIONAL MENS KABADDI CHAMPIONSHIP
NATIONAL MENS KABADDI CHAMPIONSHIP (ETV Bharat Odisha)
author img

By ETV Bharat Odisha Team

Published : Feb 21, 2025, 4:03 PM IST

କଟକ: ଆରମ୍ଭ ହେଲା ୭୧ତମ ଜାତୀୟ ପୁରୁଷ କବାଡି ପ୍ରତିଯୋଗିତା । ଚିତ୍ତାକର୍ଷକ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗତକାଲି (ଗୁରୁବାର) କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ପୁରୁଷ ଜାତୀୟ କବାଡି ପ୍ରତିଯୋଗିତା ଉଦଘାଟିତ ହୋଇଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ମେଗା ପ୍ରତିଯୋଗିତା ଆୟୋଜନ କରାଯାଇଛି । ଦେଶର ୩୦ଟି ରାଜ୍ୟରୁ ୩୩ଟି ଦଳର ପ୍ରାୟ ୫ ଶହରୁ ଊର୍ଦ୍ଧ୍ବ ଖେଳାଳି ଏବଂ ଅଫିସିଆଲ ଯୋଗ ଦେଇଛନ୍ତି । ସେପଟେ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ ବିଶିଷ୍ଟ ବଲିଉଡ୍ ତାରକା ଶଶିକାନ୍ତ ପୋଡୁୱାଲ ।

National Men's Kabaddi Championship (ETV Bharat Odisha)

ଜାତୀୟ ପୁରୁଷ କବାଡି ପ୍ରତିଯୋଗିତା:

ଭାରତୀୟ କବାଡି ଫେଡେରେସନ ଅନୁମୋଦନ କ୍ରମେ ଓଡ଼ିଶା କବାଡି ଆସୋସିଏସନ୍ ଏହି ପ୍ରତିଯୋଗିତା ଆୟୋଜନ କରିଛି । ଉଦଘାଟନ ଉତ୍ସବରେ ଏକ ସ୍ବତନ୍ତ୍ର ମାର୍ଚ୍ଚ ପାଷ୍ଟ ବାଲିଯାତ୍ରା ପଡ଼ିଆରୁ ବାହାରି ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଥିଲା । ସାଂସଦ ଭର୍ତ୍ତୃହରି ମହତାବ ଆନୁଷ୍ଠାନିକ ଭାବରେ ଏହି ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ । ଏହା ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ବହୁ ଜାତୀୟ ଓ ଆନ୍ତର୍ଜାତିକ କବାଡି ଖେଳାଳି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି ।

'ଖେଳାଳି ଚୟନ ମୁଖ୍ୟ ଲକ୍ଷ୍ୟ':

ଏନେଇ ଭାରତୀୟ କବାଡି ସଂଘ ସମ୍ପାଦକ ଜିତେନ୍ଦ୍ର ସିଂ ଠାକୁର କହିଛନ୍ତି," ଓଡ଼ିଶା କବାଡି ଆସୋସିଏସନ୍ ଦ୍ବାରା କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ପୁରୁଷ ଜାତୀୟ କବାଡି ପ୍ରତିଯୋଗିତା ଆରମ୍ଭ ହୋଇଛି । ଏହିର ମୁଖ୍ୟ ଲକ୍ଷ୍ୟ ଭାରତୀୟ କବାଡ଼ି ଟିମ ପାଇଁ ଖେଳାଳି ଚୟନ କରିବା । ଆଗାମୀ ଦିନରେ ଅଲମ୍ପିକରେ କବାଡିକୁ କିପରି ସ୍ଥାନ ଦିଆଯିବ ସେନେଇ ଆମର ଲକ୍ଷ୍ୟ ରହିଛି । "

ଏହା ମଧ୍ୟ ପଢନ୍ତୁ...ଦିଲ୍‌ ନେଲେ ଗିଲ୍‌, ମାରିଲେ ସେଞ୍ଚୁରୀ: ବିଜୟରୁ ଟିମ ଇଣ୍ଡିଆର ଚାମ୍ପିଅନ୍ସ ଟ୍ରଫି ଅଭିଯାନ - ICC CHAMPIONS TROPHY 2025

ଏହା ମଧ୍ୟ ପଢନ୍ତୁ...ହାଟ୍ରିକରୁ ଅଳ୍ପକେ ବର୍ତ୍ତିଲେ ଅକ୍ଷର, ହାତ ଯୋଡି କ୍ଷମା ମାଗିଲେ ରୋହିତ - AXAR PATEL MISSES HAT TRICK

ଏହା ମଧ୍ୟ ପଢନ୍ତୁ...ଚାମ୍ପିଅନ୍ସ ଟ୍ରଫିରେ ହଇଚଇ ରଚିବେ ଟିମ୍ ଇଣ୍ଡିଆର ଟପ୍-5 ବ୍ୟାଟର ! ଦେଖନ୍ତୁ ରେକର୍ଡ - CHAMPIONS TROPHY 2025

ଏପରି କହିଲେ କଟକ ସାଂସଦ:

ସେପଟେ କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି," କଟକରେ ଏଭଳି ଏକ ପ୍ରତିଯୋଗିତା ଆୟୋଜନ ହେବ ଆନନ୍ଦର ବିଷୟ । ରାଜ୍ୟ ସରକାର ମଧ୍ୟ ଆର୍ଥିକ ସହାୟତା ଦେଇଛନ୍ତି । ମୁଁ ଆଶା କରୁଛି ଆଗାମୀ ଦିନରେ ଯେତେବେଳେ ଏହି ପ୍ରତିଯୋଗୀତା ହେବ ଉଭୟ ପୁରୁଷ ଏବଂ ମହିଳା ଅଂଶ ଗ୍ରହଣ କରିବେ ।" ଅନ୍ୟପଟେ ବେଶ ଖୁସି ପ୍ରକଟ କରିଛନ୍ତି ଖେଳାଳି । ଜାତୀୟ ଖ୍ୟାତିନାମା ଖେଳାଳିମାନଙ୍କ ସହ ଖେଳିବା ଓ ମେଡାଲ ଜିତିବା ସ୍ୱପ୍ନ ବୋଲି କହିଛନ୍ତି ବିଭିନ୍ନ ଦଳର ଖେଳାଳି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.