ETV Bharat / health

ଆଖି ହଳଦିଆ ଦେଖାଯାଉଛି କି ? ହୋଇପାରେ ଏହି ରୋଗର ଲକ୍ଷଣ - YELLOW EYES CAUSES

ଆଖିର ରଙ୍ଗ ଆଧାରରେ ଅନେକ ରୋଗ ଚିହ୍ନଟ କରାଯାଇପାରିବ । ଯଦି ଆପଣଙ୍କ ଆଖି ହାଲୁକା ହଳଦିଆ ହେବାକୁ ଲାଗେ । ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ।

YELLOW EYES CAUSES
YELLOW EYES CAUSES (FREEPIK)
author img

By ETV Bharat Odisha Team

Published : Feb 21, 2025, 4:27 PM IST

ହାଇଦ୍ରାବାଦ: ଆପଣଙ୍କ ଆଖି ହଳଦିଆ ଦେଖାଯାଉଛି କି ? ଆଖି ମାଧ୍ୟମରେ ଶରୀରର ଅନେକ ରୋଗ ଚିହ୍ନଟ କରାଯାଇପାରିବ । ବିଶେଷଜ୍ଞଙ୍କ ମତରେ ହଳଦିଆ ଆଖି କେବଳ ଏକ ଲକ୍ଷଣ ନୁହେଁ ବରଂ ଏହା ଅନେକ ରୋଗର ଲକ୍ଷଣ । ଯଦି ଆପଣଙ୍କ ଆଖିର ଧଳା ଅଂଶ ହାଲୁକା ହଳଦିଆ ହେବାକୁ ଲାଗେ । ତେବେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ହଳଦିଆ ଆଖି ଜଣ୍ଡିସ ସମେତ ଅନେକ ରୋଗର ଲକ୍ଷଣ ହୋଇପାରେ । ଆଜି ଆସନ୍ତୁ ଜାଣିବା ଆଖି ହଳଦିଆ ଦେଖାଗଲେ ଏହା କେଉଁ କେଉଁ ରୋଗର ଲକ୍ଷଣ ହୋଇପାରେ ।

  • ହେପାଟାଇଟିସ: ଆଖି ହଳଦିଆ ପଡ଼ିବା ହେପାଟାଇଟିସର ଲକ୍ଷଣ ହୋଇପାରେ । ହେପାଟାଇଟିସ୍‌ରେ ଆଖି ହଳଦିଆ ପଡ଼ିଯାଏ । କାରଣ ଏହି ରୋଗ ଯକୃତରେ ଫୁଲା ସୃଷ୍ଟି କରେ । ହେପାଟାଇଟିସ୍ ଯକୃତକୁ କ୍ଷତି ପହଞ୍ଚାଏ । ଯାହା ଜଣ୍ଡିସ ଭଳି ମାରାତ୍ମକ ରୋଗ ସୃଷ୍ଟି କରେ ।
  • ସିକଲ୍ ସେଲ ଆନିମିଆ: ସିକଲ୍ ସେଲ ଆନିମିଆ ଯୋଗୁଁ ଆଖି ହଳଦିଆ ପଡ଼ିପାରେ । ଶରୀରରେ ଷ୍ଟିକି ରକ୍ତ ସୃଷ୍ଟି ହେବା ଆରମ୍ଭ ହୁଏ । ଯାହା ଯକୃତକୁ କ୍ଷତି ପହଞ୍ଚାଏ । ଏହି କାରଣରୁ ବିଲିରୁବିନ ଗଠନ ହେବା ଆରମ୍ଭ ହୁଏ । ହଳଦିଆ ଆଖି ବ୍ୟତୀତ ସିକଲ୍ ସେଲ୍ ଆନିମିଆ ଆଙ୍ଗୁଠିରେ ଯନ୍ତ୍ରଣା ଏବଂ ଫୁଲା ମଧ୍ୟ ସୃଷ୍ଟି କରେ ।
  • ଲିଭର ସିରୋସିସ: ହଳଦିଆ ଆଖି ମଧ୍ୟ ସିରୋସିସର ଏକ ଲକ୍ଷଣ । ଯକୃତ କୋଷ ଗୁଡ଼ିକ କ୍ଷତିଗ୍ରସ୍ତ ହେଲେ ମନୁଷ୍ୟ ସିରୋସିସରେ ଆକ୍ରାନ୍ତ ହୁଏ । ଏହା ଧିରେ ଧିରେ ବୃଦ୍ଧି ଘଟେ । ଏହି ରୋଗ ସମୟରେ ଯକୃତର ଆକାର ଛୋଟ ହେବାକୁ ଲାଗେ ଏବଂ ଯକୃତର କୋମଳତା ମଧ୍ୟ ହ୍ରାସ ପାଇବାକୁ ଲାଗେ । ସିରୋସିସ୍ ଏକ ରୋଗ ଯାହା ଅତ୍ୟଧିକ ମଦ୍ୟପାନ ଯୋଗୁଁ ହୁଏ । ଯଦି ଆପଣଙ୍କ ଆଖି ବହୁତ ଦିନ ଧରି ହଳଦିଆ ରହେ । ତେବେ ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।
  • ମ୍ୟାଲେରିଆ: ହଳଦିଆ ଆଖି ମ୍ୟାଲେରିଆର ମଧ୍ୟ ଏକ ଲକ୍ଷଣ ହୋଇପାରେ । ବିଶେଷଜ୍ଞଙ୍କ ମତରେ ମ୍ୟାଲେରିଆ ଯୋଗୁଁ ଆଖି ମଧ୍ୟ ହଳଦିଆ ହୋଇପାରେ । ଆଖିର ହଳଦିଆ ଆପଣକୁ କେବେବି ଅଣଦେଖା କରିବା ଉଚିତ୍ ନୁହେଁ । ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ ...ଜାଣନ୍ତୁ ସୁପରଫୁଡ୍ ଅଁଳାର ଉପକାରିତା... - BENEFITS OF AMLA

ଏହା ମଧ୍ୟ ପଢନ୍ତୁ ...କାହିଁକି ବଢ଼େ କୋଲେଷ୍ଟ୍ରଲ ? କଣ ୧୦ ବଡ଼ ଲକ୍ଷଣ ? ରୁହନ୍ତୁ ସତର୍କ - HIGH CHOLESTEROL

ଏହା ମଧ୍ୟ ପଢନ୍ତୁ ...କୋଲେଷ୍ଟ୍ରଲ ବଢ଼ିଲେ ଶରୀରରେ କ'ଣ ପରିବର୍ତ୍ତନ ହୁଏ ? ଜାଣନ୍ତୁ ... - HIGH CHOLESTEROL

  • କିଛି ଔଷଧର ଅତ୍ୟଧିକ ବ୍ୟବହାର: ଆସିଟାମିନୋଫେନ୍ (ଟାଇଲେନଲ୍), ଆଇବୁପ୍ରୋଫେନ୍ (ଆଡଭିଲ୍) କିମ୍ବା ଆସ୍ପିରିନ୍ ଭଳି ଔଷଧର ଦୀର୍ଘକାଳୀନ ବ୍ୟବହାର ଯୋଗୁଁ ଆଖି ହଳଦିଆ ପଡ଼ିପାରେ ।
  • ନବଜାତ ଜଣ୍ଡିସ: ନବଜାତ ଜଣ୍ଡିସ ଏକ ସାଧାରଣ ଅବସ୍ଥା । ଯେଉଁଥିରେ ନବଜାତ ଶିଶୁର ରକ୍ତରେ ବିଲିରୁବିନର ପରିମାଣ ବୃଦ୍ଧି ପାଇବା ହେତୁ ତାଙ୍କ ଚର୍ମ ଏବଂ ଆଖିର ଧଳା ଅଂଶ ହଳଦିଆ ଦେଖାଯାଏ । ଏହି ଅବସ୍ଥା ସମସ୍ତ ନବଜାତ ଶିଶୁଙ୍କ ମଧ୍ୟରୁ ୮୦ ପ୍ରତିଶତକୁ ପ୍ରଭାବିତ କରେ । ସାଧାରଣତଃ ଶିଶୁଟି ଗୋଟିଏରୁ ତିନି ଦିନର ହେଲେ ଏହା ଦେଖାଯାଏ ।
  • ଅଗ୍ନାଶୟ କର୍କଟ: ଜଣ୍ଡିସ୍ ପ୍ରାୟତଃ ଅଗ୍ନାଶୟ କର୍କଟ ରୋଗର ପ୍ରଥମ ଲକ୍ଷଣ । ଏହା ଏପରି କିଛି ଯାହାକୁ ଲୋକମାନେ ଲକ୍ଷ୍ୟ କରନ୍ତି ଏବଂ ଏହା ଏକ ଲକ୍ଷଣ ହୋଇପାରେ ଯେ ଟ୍ୟୁମରଟି ସାଧାରଣ ପିତ୍ତ ନଳୀକୁ ଅବରୋଧ କରିବା ପାଇଁ ଯଥେଷ୍ଟ ବଡ଼ ହୋଇଗଲାଣି । ପିତ୍ତନଳୀରେ ଅବରୋଧ ହେବା ଦ୍ଵାରା ପିତ୍ତ ଯକୃତରୁ ବାହାରିବାକୁ ପାଇଁ ବାଧା ସୃଷ୍ଟି ହୁଏ । ଫଳରେ ରକ୍ତରେ ଜମା ହୁଏ । ଅଗ୍ନାଶୟ କର୍କଟ ସହିତ ଜଡିତ ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ପେଟ ଯନ୍ତ୍ରଣା, ଓଜନ ହ୍ରାସ ଏବଂ ଥକ୍କାପଣ ଲାଗିପାରେ ।

(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ବୁଝିବା ପାଇଁ । ଆମେ କିଛି ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବୃତ୍ତିଗତ ସୁପାରିଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । କିନ୍ତୁ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.