ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ମେଡେନ ଓଭର ବୋଲିଂ କରିଛନ୍ତି ଏହି ବୋଲର, ତାଲିକାରେ ଜଣେ ଭାରତୀୟ - BOWLERS WITH HIGHEST MAIDEN OVERS

କ୍ରିକେଟର ସମସ୍ତ ଫର୍ମାଟରେ ସର୍ବାଧିକ ମେଡେନ ଓଭର ବୋଲିଂ କରିଥିବା ବୋଲରଙ୍କ ତାଲିକା ଉପରେ ନଜର ପକାନ୍ତୁ । ଯେଉଁଥିରେ ଜଣେ ଭାରତୀୟ ମଧ୍ୟ ରହିଛନ୍ତି।

Etv Bharat
Etv Bharat ((IANS Photo))
author img

By ETV Bharat Odisha Team

Published : Jan 20, 2025, 7:35 PM IST

ହାଇଦ୍ରାବାଦ: କ୍ରିକେଟ ମ୍ୟାଚରେ କେତେବେଳେ କଣ ହେବ ତାହା କାହାକୁ ଜଣା ନାହିଁ । ମ୍ୟାଚ ଶେଷ ପର୍ୟ୍ୟନ୍ତ ଫଳାଫଳରେ ସସପେନ୍ସ ରହିଥାଏ । ସେଥି ପାଇଁ କ୍ରିକେଟ ଖେଳ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥାଏ । ଫିଲ୍ଡରେ ବ୍ୟାଟରଙ୍କ ଛକା ଚୌକାର ବର୍ଷା କରୁଥିବା ବେଳେ ବୋଲର ଘାତକ ବୋଲିଂ କରି ସେଥିରେ ବ୍ରେକ ଲଗାଇଥାନ୍ତି । ମ୍ୟାଚର ଫଳାଫଳ କେବଳ ବ୍ୟାଟରଙ୍କ ସ୍କୋର ନୁହଁ ବରଂ ବୋଲରଙ୍କ ବୋଲିଂ ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭରଶୀଳ । ଅନେକ ସମୟରେ ବୋଲର ମେଡନ ଓଭର ପକାଇଥାନ୍ତି । ଗୋଟିଏ ଓଭରରେ 6ଟି ବଲ ପକାଇ କୌଣସି ରନ କରିବାକୁ ବ୍ୟାଟରଙ୍କୁ ସୁଯୋଗ ଦେଇନଥାନ୍ତି । ଆଜି ଆମେ ଆପଣଙ୍କୁ କ୍ରିକେଟର ସମସ୍ତ ଫର୍ମାଟରେ ସର୍ବାଧିକ ମେଡେନ ଓଭର ବୋଲିଂ କରିଥିବା ବୋଲରମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ମୁଥିଆ ମୁରଲୀଥନ:

ମୁଥିଆ ମୁରଲୀଥନ
ମୁଥିଆ ମୁରଲୀଥନ ((IANS Photo))

ପୂର୍ବତନ ଶ୍ରୀଲଙ୍କା ସ୍ପିନର ମୁଥିଆ ମୁରଲୀଥନ ତାଙ୍କର ସ୍ୱିଙ୍ଗ୍ ବଲ୍ ପାଇଁ ଜଣାଶୁଣା ଥିଲେ। ତାଙ୍କ ଆଗରେ ସର୍ବଶେଷ୍ଠ ବ୍ୟାଟ୍ସମ୍ୟାନ ମାନେ ମଧ୍ୟ ରନ କରିବାର ବିଫଳ ହୁଅନ୍ତି। ସେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ସର୍ବାଧିକ ମେଡେନ ଓଭର ବୋଲିଂ କରିଛନ୍ତି। ମୁରଲୀଥନ ଟେଷ୍ଟରେ ୧୭୯୪ ମେଡେନ ଓଭର ଏବଂ ଦିନିକିଆରେ ୧୯୮ ମେଡେନ ଓଭର ବୋଲିଂ କରିଛନ୍ତି। ଟି-୨୦ କ୍ରିକେଟ ଫର୍ମାଟରେ ସେ ଗୋଟିଏବି ମେଡେନ ଓଭର ବୋଲିଂ କରିନାହାନ୍ତି। ସେ ୪୫୯ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମୋଟ ୧୯୯୨ଟି ମେଡେନ୍ ଓଭର ବୋଲିଂ କରିଛନ୍ତି।

ସେନ ୱାର୍ଣ୍ଣ
ସେନ ୱାର୍ଣ୍ଣ ((IANS Photo))

ଏହା ମଧ୍ୟ ପଢନ୍ତୁ-ଚାମ୍ପିଅନ୍ସ ଟ୍ରଫିକୁ ନେଇ ବଡ଼ କଥା କହିଲେ କ୍ୟାପଟେନ ରୋହିତ ଶର୍ମା - ICC CHAMPIONS TROPHY 2025

ଏହା ମଧ୍ୟ ପଢନ୍ତୁ-ଚାମ୍ପିଅନ୍ସ ଟ୍ରଫିରେ ଟପ୍ ଟେନ ରନ ସ୍କୋରିଂ ବ୍ୟାଟ୍ସମ୍ୟାନ, ଭାରତରୁ ୩ ବ୍ୟାଟର - CHAMPIONS TROPHY MOST RUNS

ସେନ ୱାର୍ଣ୍ଣ:

ଅଷ୍ଟ୍ରେଲିଆର ସ୍ୱର୍ଗତ ଲେଗ୍-ସ୍ପିନର ଶେନ୍ ୱାର୍ଣ୍ଣ ବିଶ୍ୱ କ୍ରିକେଟରେ ସମସ୍ତ ଫର୍ମାଟରେ ସର୍ବାଧିକ ମେଡେନ୍ ଓଭର ବୋଲିଂ କରିଥିବା ଦ୍ୱିତୀୟ ବୋଲର। ୱାର୍ଣ୍ଣ ୧୭୫ ଟେଷ୍ଟରେ ୧୭୧୬ ମେଡେନ ଓଭର ଏବଂ ୧୯୪ ଦିନିକିଆରେ ୧୧୦ ମେଡେନ ଓଭର ବୋଲିଂ କରିଛନ୍ତି। ତାଙ୍କ ନାମରେ ନାମରେ 329 ଅନ୍ତର୍ଜାତୀୟ ମ୍ୟାଚ୍‌ରେ 1817 ମେଡେନ ଓଭର ରହିଛି।

ଗ୍ଳେନ ମାକଗ୍ରାଥ
ଗ୍ଳେନ ମାକଗ୍ରାଥ ((IANS Photo))

ଗ୍ଳେନ ମାକଗ୍ରାଥ:

ପୂର୍ବତନ ଅଷ୍ଟ୍ରେଲିୟ ପେସବୋଲର ଗ୍ଳେନ ମାକଗ୍ରାଥ ଅନ୍ତର୍ଜାତୀୟ କ୍ରିକେଟରେ ତୃତୀୟ ସର୍ବାଧିକ ମେଡେନ ଓଭର ବୋଲିଂ କରିଥିବା ବୋଲର। ସେ ୧୨୪ ଟେଷ୍ଟରେ ୧୪୧୪ ମେଡେନ ଓଭର ଏବଂ ୨୫୦ ଦିନିକିଆରେ ୨୭୯ ମେଡେନ ଓଭର ବୋଲିଂ କରିଛନ୍ତି। ୨ଟି ଟି-୨୦ ମ୍ୟାଚ୍‌ରେ ଗୋଟିଏ ମେଡେନ୍ ଓଭର ତାଙ୍କ ନାମରେ ରହିଛି। ୩୭୬ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମୋଟ ୧୭୪୯ଟି ମେଡେନ୍ ଓଭର ବୋଲିଂ କରିଛନ୍ତି ଗ୍ଳେନ ମାକଗ୍ରାଥ।

ଅନୀଲ କୁମ୍ବଲେ:

ଅନୀଲ କୁମ୍ବଲେ
ଅନୀଲ କୁମ୍ବଲେ ((IANS Photo))

ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ମେଡେନ ଓଭର ବୋଲିଂ କରିଥିବା ବୋଲରଙ୍କ ତାଲିକାରେ ଅଛନ୍ତି। କୁମ୍ବଲେ ୧୩୨ ଟେଷ୍ଟରେ ୧୫୭୬ ମେଡେନ ଓଭର ଏବଂ ୨୭୧ ଦିନିକିଆରେ ୧୦୯ ମେଡେନ ଓଭର ବୋଲିଂ କରିଛନ୍ତି। ୪୦୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମୋଟ ୧୬୮୫ଟି ମେଡେନ୍ ଓଭର ବୋଲିଂ କରିଛନ୍ତି ସେ। ଏହି ତାଲିକାରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଶନ ପୋଲକ:

ଶନ ପୋଲକ
ଶନ ପୋଲକ ((IANS Photo))

ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଶନ୍ ପୋଲକ୍ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ମେଡେନ୍ ଓଭର ପକାଇଥିବା ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି । ସେ ୧୦୮ ଟେଷ୍ଟରେ ୧୨୨୨ ମେଡେନ ଓଭର ଏବଂ ୩୦୩ ଦିନିକିଆରେ ୩୧୩ ମେଡେନ ଓଭର ବୋଲିଂ କରିଛନ୍ତି । ୪୨୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମୋଟ ୧୫୩୬ଟି ମେଡେନ୍ ଓଭର ଶନ ପୋଲକଙ୍କ ନାମରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.